Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତାକାଲି ଧାମନଗର ଉପନିର୍ବାଚନର ଭୋଟ ଗଣନା, କେମିତି ଜାଣିବେ ଫଳାଫଳ ?
ଜାତୀୟ ଖବର

ଆସନ୍ତାକାଲି ଧାମନଗର ଉପନିର୍ବାଚନର ଭୋଟ ଗଣନା, କେମିତି ଜାଣିବେ ଫଳାଫଳ ?

November 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ଧାମନଗର ଉପନିର୍ବାଚନର ଭୋଟ ଗଣନା, କେମିତି ଜାଣିବେ ଫଳାଫଳ ?

ଧାମନଗର: ଆସନ୍ତାକାଲି ହେବ ଧାମନଗର ଉପନିର୍ବାଚନର ଭୋଟ ଗଣତି। ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କାର୍ଯ୍ୟସୂଚୀ ଅନୁଯାୟୀ ଗଣନା ସକାଳ 8.00 ରୁ ଆରମ୍ଭ ହେବ। ଭଦ୍ରକ ଜିଲ୍ଲାପଳଙ୍କ ଅଫିସ ନିକଟରେ ଥିବା ସଂସ୍କୃତି ଭବନରେ ଏହି ଗଣନା କରାଯିବ। ପ୍ରଥମ ରାଉଣ୍ଡ ଭାବରେ ଡାକ ବାଲାଟ ଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଏହାପରେ ସକାଳ 8.30 ରୁ ଇଭିଏମରେ ସିଲ ହୋଇଥିବା ଭୋଟ ଗଣନା ଆରମ୍ଭ କରାଯାଇଛି। ଇଭିଏମ୍ ଗଣନା ପାଇଁ 14 ଟି କାଉଣ୍ଟିଂ ଟେବୁଲ୍ ଏବଂ ଡାକ ବାଲାଟ୍ ଗଣନା ପାଇଁ ଗୋଟିଏ କାଉଣ୍ଟିଂ ଟେବୁଲ୍ ଅଛି। ଏହି ନିର୍ବାଚନ ମଣ୍ଡଳିରେ ହୋଇଥିବା 252 ବୁଥର ପ୍ରାୟ 18 ରାଉଣ୍ଡ ଗଣନା ହେବ। ଶେଷରେ, କ୍ରସ ଯାଞ୍ଚ ପାଇଁ ମନଇଚ୍ଛା ମନୋନୀତ 5ଟୁ ବୁଥର VVPAT ରୁ ଗଣନା କରାଯିବ।

ସମଗ୍ର ଗଣନା ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ନିର୍ବାଚନ କମିଶର ଜଣେ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରିଛନ୍ତି। ପ୍ରତ୍ୟେକ ଗଣନା ଟେବୁଲରେ ଜଣେ ଗଣନା ସୁପରଭାଇଜର ଏବଂ ଜଣେ ଜଣେ ଆସିଷ୍ଟାଣ୍ଟ ରହିବେ। ଏଥିସହ କେନ୍ଦ୍ର ସରକାର କର୍ମଚାରୀ ଜଣେ ମାଇକ୍ରୋ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ନିୟୋଜିତ ହେବେ ଯିଏ ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ କରିବେ।

ପ୍ରାର୍ଥୀ ଦ୍ୱାରା ମନୋନୀତ ହୋଇଥିବା ଗଣନାକାରୀ ଏଜେଣ୍ଟମାନେ ମଧ୍ୟ ଗଣନାକୁ ତଦାରଖ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। କାଉଣ୍ଟିଂ ହଲ୍ ଭିତରେ ନିଜେ ପ୍ରାର୍ଥୀ କିମ୍ବା ତାଙ୍କ ନିର୍ବାଚନ ଏଜେଣ୍ଟ ଉପସ୍ଥିତ ରହିପାରିବେ।

ସୁରଖୁରରେ ଗଣନା କାର୍ଯ୍ୟ କରିବା ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିରେ ସେଣ୍ଟ୍ରାଲ ପୋଲିସ ମିଲିଟାରୀ ଫୋର୍ସଙ୍କୁ ମୁତୟନ କରାଯାଇଛି। ଏଥିସହିତ ସେଠାରେ ରାଜ୍ୟ ସଶସ୍ତ୍ର ପୋଲିସ୍ ଏବଂ ଶେଷ ସ୍ତରରେ ଓଡିଶା ପୋଲିସ ସୁରକ୍ଷା ପରିଚାଳନା କରିବେ।

ଗଣନା ସ୍ଥାନରେ ଫଳାଫଳ ଘୋଷଣା ବ୍ୟତୀତ, ୱେବସାଇଟ୍ ମଧ୍ୟ ଫଳାଫଳ ପ୍ରକାଶ କରାଯିବ।  eci.gov.in କୁ ଲଗ ଅନ କରି ସାଧାରଣ ଲୋକେ ମଧ୍ୟ ଫଳାଫଳ ଜାଣିବା ପାଇଁ ବ୍ୟବସ୍ଥା କରାଯାଇଛି। ଭଉବନେଶ୍ବରର ସିଇଓ ଅଫିସରେ ମଧ୍ୟ ଗଣମାଧ୍ୟମକୁ ରାଉଣ୍ଡ ୱାରୀ ଫଳାଫଳକୁ ପ୍ରସାରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Dhamnagar Byelection Dhamnagar Counting ଧାମନଗର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.