Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଷ୍ଟ୍ରପତି ନିଜ ସ୍କୁଲକୁ ଗଲେ, ସେ ରହୁଥିବା ହଷ୍ଟେଲ ରୁମର ଖଟ ଉପରେ ମଧ୍ୟ ବସିଲେ
ଜାତୀୟ ଖବର

ରାଷ୍ଟ୍ରପତି ନିଜ ସ୍କୁଲକୁ ଗଲେ, ସେ ରହୁଥିବା ହଷ୍ଟେଲ ରୁମର ଖଟ ଉପରେ ମଧ୍ୟ ବସିଲେ

November 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରପତି ନିଜ ସ୍କୁଲକୁ ଗଲେ, ସେ ରହୁଥିବା ହଷ୍ଟେଲ ରୁମର ଖଟ ଉପରେ ମଧ୍ୟ ବସିଲେ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦ ମୁର୍ମୁ ନିଜର ପିଲାଦିନ ସ୍ମୃତିକୁ ଉଦଜୀବିତ କରିଛନ୍ତି। ସେ ପଢୁଥିବା ଭୁବନେଶ୍ବର ୟୁନିଟ ଦୁଇ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ସେ ଛାତ୍ରୀ ଜୀବନର ଘଟଣାକୁ ମନେ ପକାଇଛନ୍ତି। ରାଷ୍ଟ୍ରପତି ଏହି ସ୍କୁଲରେ ଅଷ୍ଟମରୁ ଦ୍ବାଦଶ ପର୍ଯ୍ୟନ୍ତ ପାଠ ପଢିଥିଲେ। ସେଠାରେ ଥିବା ହଷ୍ଟେଲର ମଧ୍ୟ ରହୁଥିଲେ। ସେ ସେହି ସ୍କୁଲରେ ୧୯୭୦ରୁ ୧୯୭୪ ମସିହା ପର୍ଯ୍ୟନ୍ତ ପଢୁଥିବା କଥାକୁ ମନେ ପକାଇଥିଲେ।

ଆଜି ରାଷ୍ଟ୍ରପତି ତାଙ୍କ ଗସ୍ତ ପାଇଁ ଏହି ବାଳିକା ବିଦ୍ୟାଳୟକୁ ପୁରା ସଜାଇ ଦିଆଯାଇଥିଲା। ସେଠାକାର ସ୍କୁଲ କର୍ତ୍ତୁପକ୍ଷ ଏବଂ ପ୍ରଶାସନ ପୁରା ସହଯୋଗ କରିଥିଲେ। ରାଷ୍ଟ୍ରପତିଙ୍କୁ ସ୍କୁଲ ଛାତ୍ରଛାତ୍ରୀ ବ୍ୟାଣ୍ଡ ବାଜା ବଜାଇ ଭିତରକୁ ନେଇଥିଲେ। ରାଷ୍ଟ୍ରପତି ସ୍କୁଲ ଭିତରକୁ ଯାଇ ବିଭିନ୍ନ କ୍ଲାସ ରୁମ ବୁଲି ଦେଖିଥିଲେ। ପାଖରେ ଥିବା ଅତିଥୀମାନଙ୍କୁ ସେ କେଉଁଠି କଣ କରିଥିଲେ ତାହା ଭାବ ବିହୋଳ ହୋଇ କହୁଥିଲେ।

ଏହାପରେ ସେ ଦୀର୍ଘ ବର୍ଷ ଧରି ରହୁଥିବା ସେହି ସ୍କୁଲର କୁନ୍ତଳା କୁମାରୀ ହଷ୍ଟେଲକୁ ମଧ୍ୟ ଯାଇଥିଲେ। ସେ ଯେଉଁ ରୁମରେ ରହୁଥିଲେ ତାହାକୁ ମଧ୍ୟ ନିଜେ ଦେଖିଥିଲେ, ଅନ୍ୟମାନଙ୍କୁ ମଧ୍ୟ କହିଥିଲେ। ଏପରିକି ସେ ଯେଉଁ ଖଟରେ ସାରା ଛାତ୍ରୀ ଜୀବନ କଟାଇଥିଲେ ସେହି ଖଟରେ ମଧ୍ୟ ସେ ବସି ପିଲା ଦିନର କଥାକୁ ହୃଦୟଙ୍ଗମ କରିଥିଲେ।

ସେ ତାଙ୍କର ସ୍କୁଲକୁ ଆସୁଥିବାରେ ସେଠାରେ ସେ ସମୟର ସାଙ୍ଗମାନେ ମଧ୍ୟ ତାଙ୍କୁ ଦେଖା କରିବାକୁ ଆସିଥିଲେ। ପ୍ରାୟ ସେତେବେଳର ପ୍ରାୟ 13 ସାଙ୍ଗ ତାଙ୍କୁ ଦେଖା କରିବାକୁ ଅପେକ୍ଷା କରିଥିଲେ। ରାଷ୍ଟ୍ରପତି ମଞ୍ଚ ଉପରୁ ସେମାନଙ୍କୁ ଦେଖି ଖୁସି ହୋଇଯାଇଥିଲେ। ହେଲେ ସୁରକ୍ଷା ପାଇଁ ସେମାନେ ପାଖକୁ ଆସିପାରି ନ ଥିଲେ। ହେଲେ ରାଷ୍ଟ୍ରପତି ମଞ୍ଚ ଉପରୁ ବାହାରି ସେମାନଙ୍କ ପାଖକୁ ଯାଇ ସେ ସମୟର ଖୁସି ବାଣ୍ଟି ଥିଲେ। ଏପରି ଜଣେ ସାଙ୍ଗ କୁଆଡେ ଗଲା ବୋଲି ଖୋଜି ଥିଲେ।

ଏହା ପୂର୍ବରୁ ରାଷ୍ଟ୍ରପତି ଖଣ୍ଡଗିରିସ୍ଥିତ ତପୋବନ ସ୍କୁଲ ପରିଦର୍ଶନରେ ମଧ୍ୟ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେଯାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ସେଠାରେ ରାଷ୍ଟ୍ରପତି ପିଲାମାନଙ୍କୁ କିଛି ଉଦବୋଧନ ମଧ୍ୟ ଦେଇଥିଲେ। ରାଷ୍ଟ୍ରପତିଙ୍କ ଦ୍ବିତୀୟ ଦିନରେ ସେ ନିଜର ପିଲାଦିନର ସ୍ମୃତିକୁ ରୋମନ୍ଥନ କରିଥିଲେ।

President odisha visit ଓଡିଶାରେ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026
Latest News

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.