Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୀତି ଲାଗି ଅଲଗା ସମୟ ଅଛି, ଅନେକ ମଞ୍ଚ ଅଛି, ଆଜି କେବଳ ହକି ପାଇଁ ଚିୟର୍ସ ବୋଲି କୁହାଯାଉ
ବିଶେଷ ଖବର

ରାଜନୀତି ଲାଗି ଅଲଗା ସମୟ ଅଛି, ଅନେକ ମଞ୍ଚ ଅଛି, ଆଜି କେବଳ ହକି ପାଇଁ ଚିୟର୍ସ ବୋଲି କୁହାଯାଉ

November 28, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡ଼ିଶା ଇତିହାସରେ ପ୍ରଥମଥର ଲାଗି ପୁରୁଷ ବିଶ୍ଵ କପ୍ ହକିର ଆୟୋଜନ, ଗୋଟେ ବଡ଼ ସଫଳତାର କାହାଣୀ ନିଶ୍ଚୟ। ଆଜି ପର୍ଯ୍ୟନ୍ତ ସବୁବେଳେ ନକାରାତ୍ମକ କାରଣ ଲାଗି ଚର୍ଚ୍ଚାରେ ରହୁଥିବା ଓଡ଼ିଶା, ଆଜି ପୃଥିବୀର କ୍ରୀଡ଼ା ମାନଚିତ୍ରରେ ନିଜର ଏକ ସମ୍ମାନଜନକ ଛବି ତିଆରି କରିବାକୁ ସମର୍ଥ ହୋଇଛି। ୨୭ ନଭେମ୍ବର ସନ୍ଧ୍ୟାରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଚତୁର୍ଦ୍ଦଶ ପୁରୁଷ ବିଶ୍ଵ କପ୍ ହକିର ଉଦଘାଟନ ଉତ୍ସବରେ ବହୁ ବଡ଼ ବଡ଼ ତାରକାଙ୍କୁ ଦେଖିବାକୁ ମିଳିଥିଲା। ଶାହରୁଖ ଖାନ୍, ଏ ଆର୍ ରେହେମାନ୍, ମାଧୁରୀ ଦୀକ୍ଷିତଙ୍କ ପରି ମେଗା ଷ୍ଟାରଙ୍କ ଉପସ୍ଥିତି ଓଡ଼ିଶା ପାଇଁ ଏକ ସକାରାତ୍ମକ ବ୍ରାଣ୍ଡ୍ ନିର୍ମାଣ ସୁଯୋଗ ଅବଶ୍ୟ। ତେବେ ଏହି ଉତ୍ସବରେ ସବୁଠୁ ଉଲ୍ଲେଖନୀୟ ଦିଗଟି ହେଉଛି, ରାଜ୍ୟର ଆଦିବାସୀ ଜୀବନ ତଥା ଜନଜାତି ସଂସ୍କୃତିର ସୁନ୍ଦର ପରିପ୍ରକାଶ। ଏହି ବିଶ୍ଵକପରେ ଭାଗ ନେଇଥିବା ୧୬ଟି ଦେଶର ଅଧିନାୟକଙ୍କୁ ମଞ୍ଚକୁ ଓଡ଼ିଶାର ଆଦିବାସୀ ଛାତ୍ରମାନେ ସ୍ଵାଗତ କରି ଆଣିଥିଲେ। ମାଧୁରୀଙ୍କ ନେତୃତ୍ଵରେ ଯେଉଁ “ବସୁଧା ସଙ୍ଗୀତ” ର ନୃତ୍ୟ ପ୍ରସ୍ତୁତ ହୋଇଥିଲା, ସେଥିରେ ଉଭୟ ଶାସ୍ତ୍ରୀୟ ଓ ଜନଜାତି ସଂସ୍କୃତିର ପ୍ରଭାବ ରହିଥିଲା। ଏକ ବିଶ୍ଵ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ରାଜ୍ୟର ଜନଜାତିଙ୍କୁ ଅଗ୍ରଣୀ ଭୂମିକା ଦେବା ନିଶ୍ଚିତ ଭାବରେ ପ୍ରଶଂସାର କଥା।

ତେବେ ଏହି ଉଦଘାଟନ ଉତ୍ସବରେ ଓଡ଼ିଆ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ଅନେକଟା ନିରାଶ କରିଥିଲେ। ସେମାନଙ୍କ କଥା ସବୁ ଘୋଷାପାଠ ଥିଲା ଓ ଉପସ୍ଥାପନାରେ ଜୀବନ ନଥିଲା। ସେହିପରି କୁନା ତ୍ରିପାଠୀ ଏମିତି ଏକ ବିଶ୍ଵସ୍ତରୀୟ ଉତ୍ସବରେ ବ୍ରାହ୍ମଣ ପରି ମନ୍ତ୍ର ବୋଲିବା, ନିହାତି ଅନାବଶ୍ୟକ ଥିଲା। ପୃଥିବୀର ୧୬ ଟି ଦେଶର ପ୍ରତିନିଧି ଭାଗ ନେଉଥିବା ହକିର ମହାକୁମ୍ଭରେ ବ୍ରାହ୍ମଣ ପୂଜକ ପରି ମନ୍ତ୍ର ବୋଲିବା ଏହି ଉତ୍ସବର ଉଦ୍ଦେଶ୍ୟକୁ ଗୌଣ କରିଦେଲା। ଏମିତି ଛୋଟ ଛୋଟ କିଛି ଘଟଣାକୁ ବାଦ ଦେଲେ, ଏହି ଉତ୍ସବ ଥିଲା, ଓଡ଼ିଶାର ଇତିହାସରେ ସବୁଠୁ ସମ୍ଭ୍ରାନ୍ତ ଉପସ୍ଥାପନା।

ଯେହେତୁ ଏହି ଉତ୍ସବର ଆୟୋଜକ ହେଉଛନ୍ତି ଓଡ଼ିଶା ସରକାର ଓ ଏ ବର୍ଷ ହେଉଛି ନିର୍ବାଚନର ବର୍ଷ, ତେଣୁ ଏହି ଉତ୍ସବକୁ କେନ୍ଦ୍ର କରି କିଛି ରାଜନୀତି ଅବଶ୍ୟ ରହିବ। ସରକାରଙ୍କ ଏତେ ବଡ଼ ସଫଳତା ବିରୋଧୀଙ୍କୁ ଭଲ ନାଲାଗିବା ସ୍ଵାଭାବିକ। ତେଣୁ ଗତ କିଛିଦିନ ହେଲା ହକିକୁ କେନ୍ଦ୍ର କରି ରାଜନୀତି ଚାଲିଛି। ଏବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଖେଳକୁ ଖେଳ ଭାବରେ ନଦେଖି, ସେଥିରେ ରାଜନୀତି ହେଉଛି। କେନ୍ଦ୍ରମନ୍ତ୍ରୀ ନିଜେ ଯାହା କହିଛନ୍ତି, ସେଟା କିଛି କମ ରାଜନୀତି ନୁହେଁ। ଓଡ଼ିଶା ସରକାର ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିଲେ ମଧ୍ୟ, ଶାସକ ବିଜେଡି ଦଳ ଏହାର ଆୟୋଜନ ଠାରୁ ବେଶ ଦୂରତା ଅବଲମ୍ବନ କରୁଛି। ମୁଖ୍ୟମନ୍ତ୍ରୀ ତାଙ୍କର ବିଭିନ୍ନ ପ୍ରମୋ ରେ ଓ ବିଭିନ୍ନ ବକ୍ତବ୍ୟରେ ଏହାକୁ ଓଡ଼ିଶାବାସୀଙ୍କର ଉତ୍ସବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେମିତି ସବୁ ଛୋଟମୋଟ ଘଟଣାରେ ଛାତି ବାଡେଇ ଶ୍ରେୟ ନେଇଥାନ୍ତି, ନବୀନ ସେ ଦୃଷ୍ଟିରୁ ଭିନ୍ନ ଚରିତ୍ର। ତାଙ୍କ କଥାରେ ମୁଁକାର ପ୍ରାୟ ନଥାଏ। ଅତି ଅଳ୍ପ କଥା କହୁଥିବା ନବୀନ, ସବୁ କ୍ଷେତ୍ରରେ ଓଡ଼ିଶା ଓ ଓଡ଼ିଆଙ୍କ କଥା କହୁଥିବାରୁ, ଏଥିରେ ଦଳୀୟ ରାଜନୀତି ଅଛି ବୋଲି କୁହାଯାଇପାରିବ ନାହିଁ।

ତେବେ ହକି ବିଶ୍ଵକପ ଆଯୋଜନର ପ୍ରଥମ ଦିନରୁ ଏହାକୁ ବିବାଦୀୟ କରିବା ଲାଗି ବହୁ ପ୍ରୟାସ ହୋଇଛି। ସରକାର ବିରୋଧୀ ରାଜନୈତିକ ଦଳମାନେ ଏଥିରେ ତ୍ରୁଟି ବିଚ୍ୟୁତି ଖୋଜିଛନ୍ତି। ସେଇଟା ସ୍ଵାଭାବିକ। ନିର୍ବାଚନୀ ବର୍ଷରେ ଏତେ ବଡ଼ ଆୟୋଜନ କେଉଁଠି ନା କେଉଁଠି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଅଧିକ ଉଜ୍ଜଳ କରିବ, ତେଣୁ ସେଥି ପ୍ରତି ବିରୋଧୀଙ୍କ ସତର୍କ ଦୃଷ୍ଟି ରହିଛି। ହେଲେ ଯେତେବେଳେ ବ୍ରାଣ୍ଡ୍ ଓଡ଼ିଶା ଓ ବ୍ରାଣ୍ଡ୍ ହକିର କଥା ଉଠୁଛି, ସେଠି ଆମେ ରାଜନୀତିର ଊର୍ଦ୍ଧ୍ୱକୁ ଯାଇପାରିବା ନାହିଁ କାହିଁକି? ଆଜି ଷୋହଳଟି ଦେଶର ଖେଳାଳୀ, କୋଚ୍, ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ କଳାକାର ଓଡ଼ିଶାରେ ଯେଉଁ ଆତିଥ୍ୟ ପାଇକି ଫେରିବେ, ତାହାର ଫଳ ସ୍ଵରୂପ ବିଶ୍ଵ ମାନଚିତ୍ରରେ ଓଡ଼ିଶା ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି ହେବ। ଓଡ଼ିଶା ଯେ ହକି ଖେଳର ଭୂମି ଓ ଓଡ଼ିଶାର ଜନସାଧାରଣ ଏହି ଖେଳକୁ ପ୍ରାଣ ଭାରି ଭଲ ପାଆନ୍ତି ସେ ବାର୍ତ୍ତା ଆମ ପାଇଁ ଅନେକ ସୁଯୋଗ ଆଣିଦେବ।

କ୍ରିକେଟ ପରି ଖେଳ ପଛରେ ପ୍ରଚୁର କର୍ପୋରେଟ ସହଯୋଗ ରହିଥିବା ବେଳେ, ହକି ଆଜି ମଧ୍ୟ ନିଜର ଉଚିତ୍ ସ୍ଥାନ ପାଇନାହିଁ। ବିଶ୍ଵ କପ୍ ହକିର ଉଦଘାଟନ ଉତ୍ସବକୁ ଜାତୀୟ ଗଣମାଧ୍ୟମ ପ୍ରାୟ ଅଣଦେଖା କରିଛନ୍ତି। ତେବେ ସେମାନଙ୍କ ଉଦାସୀନତାକୁ ବେଖାତିର କରି ଓଡ଼ିଶା ଆଜି ଯେଉଁ କୀର୍ତ୍ତିମାନ ସ୍ଥାପନ କରିଛି, ସେଥିରେ ସବୁ ରାଜନୈତିକ ଦଳ ଗୌରବାନ୍ଵିତ ହେବା ଉଚିତ। ସେହିପରି ଏତେ ବଡ଼ ଏକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବାରେ ରାଜ୍ୟ ସରକାରଙ୍କର ଉଦ୍ୟମ ଓ ନିଷ୍ଠାକୁ ସ୍ଵାଗତ କରିବାକୁ ପଡିବ।

ରାଜନୀତି ଲାଗି ଅନେକ ମଞ୍ଚ ଅଛି, ଆଜି କେବଳ ହକି ପାଇଁ ଚିୟର୍ସ ବୋଲି କୁହାଯାଉ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତଠାରୁ ୧୦ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କଲା ରୁଷ: ଜାଣନ୍ତୁ କାରଣ

August 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ

August 30, 2026

ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେଉ ନଥିବା କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

August 30, 2026

ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

August 30, 2026
Latest News

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

August 30, 2026

ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ: ସମନ୍ୱୟ ସମିତି

August 30, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ବୈଠକ

August 30, 2026

ଭାରତଠାରୁ ୧୦ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କଲା ରୁଷ: ଜାଣନ୍ତୁ କାରଣ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.