Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆତଙ୍କବାଦକୁ ଅର୍ଥ ଯୋଗାଣ ବିରୁଦ୍ଧରେ ତୃତୀୟ “ନୋ ମନି ଫର ଟେରର’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
ବିଶେଷ ଖବର

ଆତଙ୍କବାଦକୁ ଅର୍ଥ ଯୋଗାଣ ବିରୁଦ୍ଧରେ ତୃତୀୟ “ନୋ ମନି ଫର ଟେରର’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

November 18, 2022No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆତଙ୍କବାଦର ମୁକାବିଲା ଦିଗରେ ମନରେ କୌଣସି ଦ୍ୱିଧା ରଖିବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ କଣ୍ଠରେ କହିଛନ୍ତି। ଆତଙ୍କବାଦ ନିଜର ବିଦେଶ ନୀତି ଭାବେ ଗ୍ରହଣ କରୁଥିବା ଦେଶଗୁଡିକୁ ମଧ୍ୟ ସେ ସତର୍କ କରାଇ ଦେଇଛନ୍ତି। ଆଜି (୧୮.୧୧. ୨୦୨୨) ନୂଆଦିଲ୍ଲୀଠାରେ ଆତଙ୍କବାଦକୁ ଅର୍ଥ ଯୋଗାଣ ସମ୍ପର୍କୀତ ‘ନୋ ମନି ଫର ଟେରର” (ଏନଏମଏଫଟି)ର ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି।

ସମବେତ ଜନତାଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଭାରତରେ ଆୟୋଜିତ ହେଉଥିବା ସମ୍ମିଳନୀରେ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଶ୍ୱ ଗୁରୁତର ଭାବେ ଏ ବିଷୟ ଚିନ୍ତା କରିବାର ବହୁ ଆଗରୁ ଆମ ଦେଶ ଆତଙ୍କବାଦର କଳା ମୁହଁ ଦେଖି ସାରିଛି  ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆତଙ୍କବାଦ ଭିନ୍ନ ଭିନ୍ନ ନାମ ଓ ଆକାରରେ ଭାରତକୁ କ୍ଷତାକ୍ତ କରିଛି।”

ହଜାର ହଜାର ଅମୂଲ୍ୟ ଜୀବନ ହାନୀ ସତ୍ୱେ ଭାରତ ସାହସର ସହ ଆତଙ୍କବାଦର ମୁକାବିଲା କରିଛି ବୋଲି ସେ କହିଥିଲେ। ଏଥିରେ ଯୋଗଦେଇଥିବା ପ୍ରତିନିଧିଗଣ ଭାରତୀୟ ମାନେ ଆତଙ୍କର କିପରି ମୁକାବିଲା କରିଛନ୍ତି ସେ ସମ୍ପର୍କରେ ଭାରତ ସହ ମତ ବିନିମୟ କରିବା ଉପରେ ସେ ଆଲୋକପାତ କରିଥିଲେ। “ଆମ ବିଚାରରେ ଗୋଟିଏ ଆକ୍ରମଣ ଅନେକ ସହ ସମାନ ଓ ଗୋଟିଏ ଜୀବନ ହାନୀ ମଧ୍ୟ ଅନେକ ସହ ସମାନ। ସେଥିପାଇଁ ଆତଙ୍କବାଦ ସମୂଳେ ଧ୍ୱଂସ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ କରିବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

ସମ୍ମିଳନୀର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାକୁ କେବଳ ଏକ ମନ୍ତ୍ରମାନଙ୍କ ସମାଗମ ଭାବେ ବିବେଚନା କରିବା ଅନୁଚିତ, କାରଣ ଆତଙ୍କବାଦ ସମଗ୍ର ମାନବତାକୁ ପ୍ରଭାବିତ କରୁଛି। ଆତଙ୍କବାଦର ଦୀର୍ଘକାଳୀନ ପ୍ରଭାବ ବିଶେଷ କରି ଗରିବମାନଙ୍କ ଉପରେ ଓ ସ୍ଥାନୀୟ ଅର୍ଥନୀତି ଉପରେ ପଡିଥାଏ। “ସେ ପର୍ଯ୍ୟଟନ ହେଉ ବା ବାଣିଜ୍ୟ ନିରବିଚ୍ଛନ୍ନ ଭାବେ ଭୟର ବାତାବରଣ ଥିବା ସ୍ଥାନକୁ କେହି ଭଲ ପାଆନ୍ତି ନାହିଁ” ବୋଲି ଶ୍ରୀ ମୋଦୀ କହିଥିଲେ। ଆତଙ୍କବାଦ ଯୋଗୁଁ ଲୋକମାନଙ୍କ ଜୀବନଜୀବିକା ଛଡାଇ ନିଆଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆତଙ୍କବାଦ ପାଇଁ ଯୋଗାଯାଉଥିବା ଆର୍ଥିକ ବ୍ୟବସ୍ଥା ମୂଳରେ ପ୍ରହାର କରିବା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦର ମୁକାବିଲା ନେଇ କୌଣସି ଦ୍ୱିଧା ରହିବା ଅନୁଚିତ । ଆତଙ୍କବାଦ ନେଇ ଥିବା ଭ୍ରମାତ୍ମକ ଚିନ୍ତାଧାରା ଉପରେ ଆଲୋକପାତ କରି ସେ କହିଥିଲେ ଯେ “ କେଉଁଠି କେତେ ବଡ ଆକ୍ରମଣ ଘଟିଲା ସେଥି ନେଇ ପ୍ରତିକ୍ରିୟା ଭିନ୍ନ ହେବା ମଧ୍ୟ ଅନୁଚିତ । ପ୍ରତ୍ୟେକ ଆତଙ୍କ ବା ଆକ୍ରମଣ ସମଦୃଷ୍ଟିରେ ଓ ସମାନ ପଦକ୍ଷେପ ଅନୁଯାୟୀ ବିବେଚନା କରାଯିବା ଆବଶ୍ୟକ । ପୁଣି ବେଳେ ବେଳେ ଆତଙ୍କବାଦ ସପକ୍ଷରେ ପରୋକ୍ଷ ଯୁକ୍ତି ହୋଇ ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ମତଭେଦ ଦେଖାଦେଇଥାଏ । ଏଭଳି ବୈଶ୍ୱିକ ବିପଦର ମୁକାବିଲା ନେଇ କୌଣସି ଦ୍ୱିବିଧାର ମଧ୍ୟ ସ୍ଥାନନାହିଁ ।

“ଆତଙ୍କବାଦରେ ଭଲ ଖରାପ କିଛି ନାହିଁ, ଏହା ମାନବତା, ସ୍ୱାଧୀନତା ଓ ସଭ୍ୟତା ଉପରେ ଆକ୍ରମଣ । ଏହାର କୌଣସି ସୀମା ସରହଦ ନାହିଁ ବୋଲି କହି ପ୍ରଧାନମନ୍ତ୍ରୀ କେବଳ ପୋଷାକ, ଏକତା ଓ ଶୂନ୍ୟ ସହନଶୀଳତା କାର୍ଯ୍ୟାନୁଷ୍ଠାନ ଆତଙ୍କବାଦକୁ ପରାସ୍ତ କରିପାରିବ” ବୋଲି କହିଥିଲେ ।

ଜଣେ ଆତଙ୍କବାଦୀ ଓ ଆତଙ୍କବାଦ ମଧ୍ୟରେ ପାର୍ଥକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ ଆତଙ୍କବାଦୀକୁ ଅସ୍ତ୍ରଶସ୍ତ୍ର ବା ତତ୍କାଳ ରଣନୀତି ବଳରେ ନିପାତ କରିହେବ, ମାତ୍ର ସବୁ ରଣନୀତିକ ସଫଳତା ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ନ ଭାଙ୍ଗିଲେ ଅଚଳପ୍ରାୟ ହୋଇଯିବ । ଶ୍ରୀ ମୋଦୀ କହିଥିଲେ ଯେ “ ଜଣେ ଆତଙ୍କବାଦୀ ଜଣେ ବ୍ୟକ୍ତିବିଶେଷ ହୋଇଥିବାବେଳେ ଆତଙ୍କବାଦ କେତେକ ବ୍ୟକ୍ତିଙ୍କ  ଏକ କାର୍ଯ୍ୟକ୍ରମ।” ଶ୍ରୀ ମୋଦି କହିଥିଲେ ଯେ ଆକ୍ରମଣ ହିଁ ପ୍ରତିରକ୍ଷାର ଶ୍ରେଷ୍ଠ ଉପାୟ ଓ ଆତଙ୍କବାଦର ମୂଳୋତ୍ପାଟନ ନିମନ୍ତେ ବୃହତ୍ । ପେଶାଗତ ଓ ସାମଗ୍ରୀକ ଜବାବ ଦରକାର । ଆମେ ଆତଙ୍କବାଦୀଙ୍କ ସମର୍ଥନ ବ୍ୟବସ୍ଥାକୁ ଧ୍ୱଂସ କରିବା ସହ ସେମାନଙ୍କ ଅର୍ଥପ୍ରାପ୍ତିର ରାସ୍ତା ଆମ ନାଗରିକଙ୍କ ନିରାପତ୍ତା ପାଇଁ ବନ୍ଦ କରିବା ଦରକାର ।

ଆତଙ୍କବାଦକୁ ରାଜନୈତିକ, ଆର୍ଥିକ ଓ ଆଦର୍ଶଗତ ସମର୍ଥନ ବନ୍ଦ କରିବା ପାଇଁ ରାଜ୍ୟଗୁଡିକର ସାହାଯ୍ୟ ସବୁଠାରୁ ମହତ୍ୱପୂର୍ଣ୍ଣ । କେତେକ ଦେଶ ସେମାନଙ୍କ ବୈଦେଶିକ ନୀତିର ଅଙ୍ଗଭାବେ ଆତଙ୍କବାଦକୁ ସମର୍ଥନ ଦେଇଥାନ୍ତି । ସେ ମଧ୍ୟ ଆନ୍ତର୍ଜାତିକ ସଂଗଠନଗୁଡିକୁ ଛାୟା ଯୁଦ୍ଧକୁ ନେଇ ସତର୍କ ରହିବାକୁ କହିଥିଲେ ।” ଯେଉଁ ଦେଶଗୁଡିକ ଆତଙ୍କବାଦକୁ ସମର୍ଥନ କରୁଛନ୍ତି ସେମାନଙ୍କ ଉପରେ ଅର୍ଥଦଣ୍ଡ ବ୍ୟବସ୍ଥା ହେବା ଦରକାର । ବ୍ୟକ୍ତି ଓ ସଂଗଠନ ଯେଉଁମାନେ ଆତଙ୍କବାଦମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଏକଘରିଆ କରିବା ଆବଶ୍ୟକ । ଏଭଳି ବିଷୟର ମୁକାବିଲା ନେଇ କୌଣସି ଯଦିବା କିନ୍ତୁର ସ୍ଥାନ ନାହିଁ । ଆତଙ୍କବାଦକୁ ଦିଆଯାଉଥିବା ସମସ୍ତ ପ୍ରକାଶ୍ୟ ଓ ଛଦ୍ମ ସମର୍ଥନ ବିରୁଦ୍ଧରେ ସମଗ୍ର ବିଶ୍ୱ ଏକାଠି ହେବା ଦରକାର” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସଂଗଠିତ ଅପରାଧ ମଧ୍ୟ ଏକପ୍ରକାର ଆତଙ୍କ ଖର୍ଚ୍ଚର ଏକ ଉତ୍ସ ଓ  ଅପରାଧିକ ସଂଗଠନ ଓ ଆତଙ୍କବାଦ ଗୋଷ୍ଠୀ ମଧ୍ୟରେ ନିବିଡ ସମ୍ପର୍କ ରହିଛି । ସଂଗଠିତ ଅପରାଧ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଗୁରୁତ୍ୱପୂର୍ଣ୍ଣ । ବେଳେ ବେଳେ ଆର୍ଥିକ ଅନିୟମିତତା ଓ ଆର୍ଥିକ ଅପରାଧ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ପାଣ୍ଠି ଯୋଗାଇବା । ଏହା ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ବୈଶ୍ୱିକ ସହଯୋଗ” ଆବଶ୍ୟକ ବୋଲି ସେ କହିଥିଲେ ।

ଜଟିଳ ବାତାବରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତିସଂଘ ସୁରକ୍ଷା ପରିଷଦ, ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ, ଆର୍ଥିକ ଗୁଇନ୍ଦା ବିଭାଗ ଓ ଏଗମଣ୍ଟ ଗ୍ରୁପ ବେଆଇନ ପାଣ୍ଠି ପ୍ରବାହର ଚିହ୍ନଟ, ନିରାକରଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ମିଳିତ ଭାବେ ଉଦ୍ୟମ କରି ଆସୁଛନ୍ତି । ଗତ ଦୁଇ ଦଶନ୍ଧି ଧରି ଏହି ବ୍ୟବସ୍ଥା ଆତଙ୍କ ବିରୁଦ୍ଧରେ ଯୁଦ୍ଧ ଜାରି ରଖିଛି । ଏଥିପାଇଁ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣର ବିପଦ ସମ୍ପର୍କରେ ମଧ୍ୟ ତଥ୍ୟ ଲୋକଲୋଚନକୁ ଆସିପାରୁଛି ବୋଲି ସେ କହିଥିଲେ ।

ପ୍ରଯୁକ୍ତି ବିଦ୍ୟାର ବିକାଶ ସହ ଆତଙ୍କବାଦର ଗତିପଥ ପରିବର୍ତ୍ତନ ଉପରେ ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆତଙ୍କବାଦକୁ ପାଣ୍ଠି ଯୋଗାଣ ଓ ଏଥିରେ ଆତଙ୍କବାଦୀଙ୍କୁ ଭର୍ତ୍ତି କରିବା ପାଇଁ ନୂତନ ବୈଷୟିକ ଜ୍ଞାନର ଉପଯୋଗ ହେଉଛି । ଡାର୍କ ନେଟ, ଘରୋଇ ମୁଦ୍ରା ଭଳି ଆହ୍ୱାନଗୁଡିକ ସମ୍ମୁଖକୁ ଆସୁଛି । ତେଣୁ ନୂତନ ବୈଷୟିକ ଜ୍ଞାନ ଆଧାରିତ ପାଣ୍ଠି ଯୋଗାଣ ନେଇ ଏକ ପ୍ରକାର ବୁଝାମଣାର ଆବଶ୍ୟକତା ରହିଛି । ଏ ଦିଗରେ ଘରୋଇ କ୍ଷେତ୍ରରେ ଉପଯୋଗ ମଧ୍ୟ ଆବଶ୍ୟକ ।”

ବ୍ୟକ୍ତିଗତ ବା ଆଭାସୀ ସହଯୋଗ ଉପରେ ଗୁରୁତ୍ୱଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ  ସାଇବର ଆତଙ୍କବାଦ ଓ ଅନଲାଇନ ଉଗ୍ରବାଦ ପାଇଁ ବ୍ୟବହୃତ ଭିତ୍ତିଭୂମିର ପରିବଣ୍ଟନ ହେଉଥିବାବେଳେ କେତେକ ଗୋଷ୍ଠୀ ଆତଙ୍କବାଦୀମାନଙ୍କୁ ଅଗମ୍ୟ ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଓ ଅନ୍‌ଲାଇନ ସମ୍ବଳ ଜରିଆରେ ତାଲିମ ଦେଉଛନ୍ତି ।

“ଯୋଗାଯୋଗ, ଯାତ୍ରା, ରଣନୀତି ଭଳି ଅନେକ ସଂଯୋଗ ବ୍ୟକ୍ତି ବିଭିନ୍ନ ଦେଶରେ ରହିଛି ।” ନିଜ ଅକ୍ତିଆରେ ଥିବା ଏହି ସବୁ ବ୍ୟବସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଦେଶକୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ସତର୍କ କରାଇ କହିଥିଲେ ଯେ ଆତଙ୍କବାଦୀମାନେ ବିଭିନ୍ନ ଦେଶର ଆଇନଗତ ନିୟମ, ପଦ୍ଧତି ଇତ୍ୟାଦିର ଦୂରୁପଯୋଗ କରିବାକୁ ଅନୁମତି ଦେବା ଅନୁଚିତ । ସରକାରୀ ବ୍ୟବସ୍ଥା ମଧ୍ୟରେ ଉତ୍ତମ ସହଯୋଗ ବଳରେ ଏହା ଦୂରୀକରଣ କରିହେବ । ମିଳିତ କାର୍ଯ୍ୟାନୁଷ୍ଠାନ, ଗୁଇନ୍ଦା ସହଯୋଗ ଓ ଦେଶାନ୍ତର ଇତ୍ୟାଦି ଆତଙ୍କ ବିରୁଦ୍ଧରେ ସଂଗ୍ରାମରେ ସହାୟକ ହେବ” ବୋଲି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଆତଙ୍କବାଦ ଓ ଉଗ୍ରବାଦ ସମସ୍ୟାର ମିଳିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ‘ଉଗ୍ରବାଦକୁ ସମର୍ଥନ କରୁଥିବା କୌଣସି ବ୍ୟକ୍ତିର ଦେଶରେ ସ୍ଥାନ ନାହିଁ ବୋଲି ସେ କହିଥିଲେ ।

ନିକଟରେ ଭାରତ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଆନ୍ତର୍ଜାତିକ ସହଯୋଗ ନେଇ କରୁଥିବା ଉଦ୍ୟମ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ତାଙ୍କ ବ୍ୟକ୍ତବ୍ୟ ସମାପନ କରିଥିଲେ । ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆୟୋଜିତ ବିଭିନ୍ନ ସମ୍ମିଳନୀ ନେଇ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଇଣ୍ଟରପୋଲ ସାଧାରଣ ଅଧିବେଶନ, ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧୀ କମିଟିର ମୁମ୍ବାଇ ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କରେ ସୂଚନା ଦେଇଥିଲେ । ଏହାଛଡା ସେ ମଧ୍ୟ ‘ନୋ ମନି ଫର ଟେରର” ସମ୍ମିଳନୀ ଜରିଆରେ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯାଉଥିବା ପ୍ରକାଶ କରିଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ, ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାଏ, ସ୍ୱରାଷ୍ଟ୍ର ସଚିବ ଶ୍ରୀ ଅଜୟ କୁମାର ଭାଲ୍ଲା ଓ ଜାତୀୟ ତଦନ୍ତ ସଂସ୍ଥା ମହାନିର୍ଦ୍ଦେଶକ ଶ୍ରୀ ଦିନକର ଗୁପ୍ତା ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି –୧୮, ୧୯ ନଭେମ୍ବର ଦୁଇଦିନ ଧରି ଆୟୋଜିତ ସମ୍ମିଳନୀରେ ବିଭିନ୍ନ ଅଂଶଗ୍ରହଣକାରୀ ଦେଶ ଓ ସଂଗଠନକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିଶେଷକରି ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣ ସମସ୍ୟାର ମୁକାବିଲା ନିମନ୍ତେ ବର୍ତ୍ତମାନର ଆନ୍ତର୍ଜାତୀୟ ବ୍ୟବସ୍ଥା ଉପରେ ବିଚାରବିମର୍ଶ ଓ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ସମ୍ମିଳନୀରେ ଆଲୋଚନା ହେଉଛି । ପୂର୍ବରୁ ୨୦୧୮ ଏପ୍ରିଲରେ ପ୍ୟାରିସ ଏବଂ ୨୦୧୯ ନଭେମ୍ବରର  ମେଲବୋର୍ଣ୍ଣଠାରେ ଏହି ସମ୍ମିଳନୀରେ ପ୍ରଥମ ଦୁଇଟି ସଂସ୍କରଣ ଅନୁଷ୍ଠିତ ହୋଇଥିଲା । ଏଥିରେ ହୋଇଥିବା ଆଲୋଚନା ଆଗକୁ ବଢାଇବା ତଥା ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ନେଇ ବିଚାର ବିମର୍ଶ କରାଯିବ । ସମ୍ମିଳନୀରେ ବିଭିନ୍ନ ଦେଶର ମନ୍ତ୍ରୀ, ବହୁ ରାଷ୍ଟ୍ରୀୟ ସଂଗଠନର ସଦସ୍ୟ ଓ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ସମେତ ବିଶ୍ୱରୁ ୪୫୦ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି ।

ସମ୍ମିଳନୀରେ ମୁଖ୍ୟତଃ ଚାରିଟି ଅଧିବେଶନ ରହିଛି । ସେଗୁଡିକ ମଧ୍ୟରେ ଆତଙ୍କବାଦ ଓ ଆତଙ୍କବାଦକୁ ପାଣ୍ଠି ଯୋଗାଣର ବୈଶ୍ୱିକ ସ୍ଥିତି, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତାର ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ପଦ୍ଧତିର ଉପଯୋଗ, ନୂତନ ବୈଷୟିକ ଜ୍ଞାନ ଓ ଆତଙ୍କବାଦକୁ ଆର୍ଥିକ ସହାୟତା ଓ ଏଥିପାଇଁ ପାଣ୍ଠି ଯୋଗାଣ ବନ୍ଦ କରିବା ସମସ୍ୟାର ମୁକାବିଲା ନେଇ ଆନ୍ତର୍ଜାତୀୟ ସହଯୋଗ ଅର୍ନ୍ତଭୁକ୍ତ ।

ନରେନ୍ଦ୍ର ମୋଦୀ ନୋ ମନି ଫର ଟେରର
Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.