Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହଙ୍ଗା ପଡିଲା ଆଇଏଏସଙ୍କ ଷ୍ଟାଇଲ ଫଟୋ, ତୁରନ୍ତ ନିର୍ବାଚନ ଦାୟିତ୍ବରୁ କରାଗଲା ବହିସ୍କାର
ଜାତୀୟ ଖବର

ମହଙ୍ଗା ପଡିଲା ଆଇଏଏସଙ୍କ ଷ୍ଟାଇଲ ଫଟୋ, ତୁରନ୍ତ ନିର୍ବାଚନ ଦାୟିତ୍ବରୁ କରାଗଲା ବହିସ୍କାର

November 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମହଙ୍ଗା ପଡିଲା ଆଇଏଏସଙ୍କ ଷ୍ଟାଇଲ ଫଟୋ, ତୁରନ୍ତ ନିର୍ବାଚନ ଦାୟିତ୍ବରୁ ଛୁଟି

ନୂଆଦିଲ୍ଲୀ: ଜଣେ ଆଇଏଏସଙ୍କ ଷ୍ଟାଇଲ ଫଟୋ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେ ହେଉଛନ୍ତି ଉତ୍ତର ପ୍ରଦେଶ କ୍ୟାଡରର ଯୁବ ଆଇଏଏସ ଅଫିସର ଅଭିଷେକ ସିଂ। ତାଙ୍କୁ ନିର୍ବାଚନ କମିଶନର ଗୁଜୁରାଟ ନିର୍ବାଚନ ପାଇଁ ଅବଜରଭର ଭାବେ ନିଯୁକ୍ତ ଦେଇଥିଲେ। ସେ ନିଜ କାର ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟିଂ କରିଥିଲେ। ଫଳରେ ତାଙ୍କୁ ନିର୍ବାଚନ ଦାୟିତ୍ବରୁ ବହିସ୍କାର କଲେ ନିର୍ବାଚନ କମିସନର।

ଅଭିଷେକ ଦୁଇଟି ଫଟୋ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିଥିଲେ। ଗୋଟିଏ ଫଟୋରେ ସେ ଇଲେକସନ ଅବଜରଭର ଲେଖାଥିବା କାର ସହିତ ନିଜେ କଳା ଚଷମା ଲଗାଇ ଉଠାଇଥିଲେ। ଅନ୍ୟ ଏକ ଫଟୋରେ କାର ସହିତ ଅନ୍ୟ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସହ ଥିଲା। ହେଲେ ଏହି ଫଟୋକୁ ନେଇ ବିଭିନ୍ନ ବିବାଦ ଉଠିବାରୁ ନିର୍ବାଚନ କମିଶନର ତୁରନ୍ତ ତାଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଇ ଦେଲେ।

ଅଭିଷେକଙ୍କୁ ଗୁଜୁରାଟର ଅହମଦାବାଦ ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନର ଅବଜରଭର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଦୁଇଟି ହେଲା ବାପୁ ନଗର ଏବଂ ଅଶ୍ବରା। ସେଠାରେ ସେ ନିର୍ବାଚନ ପର୍ଯ୍ୟନ୍ତ ଅବଜରଭର ହୋଇ କାର୍ଯ୍ୟ କରିଥାଆନ୍ତେ। ହେଲେ ଏହି ଫଟୋ ଦୁଇଟି ତାଙ୍କୁ ଆଡୁଆରେ ପକାଇ ଦେଲା। ତାଙ୍କୁ ବହିସ୍କାର କରିବା ପରେ ସେଠାରେ କ୍ରିଷନ ବାଜେପିଙ୍କୁ ନିଯୁକ୍ତ ଦିଆଯାଇଛି।

ନିର୍ବାଚନ କମିଶନର ଅଭିଷେକଙ୍କୁ ଗୁଜୁରାଟ ନିର୍ବାଚନରୁ ବାହାର କରିଦେବା ସହିତ ଅନ୍ୟ କୌଣସି ନିର୍ବାଚନ କାର୍ଯ୍ୟରେ ଭାଗ ନେଇପାରିବେ ନାହିଁ ବୋଲି ଜଣାଇଦେଇଛନ୍ତି। ତାଙ୍କୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ କୁହାଯାଇଛି। ଏହି ନିର୍ଦ୍ଦେଶ ଆସିବା ପରେ ଗୁଜୁରାଟ ପ୍ରଶାସନ ତାଙ୍କଠାରୁ ଗାଡି ଫେରାଇ ଆଣିଛନ୍ତି। ଏଥିସହିତ ତାଙ୍କ ସହିତ ଯେଉଁମାନେ ଫଟୋ ଉଠାଇ ଥିଲେ ସେମାନଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ବାହାର କରି ଦିଆଯାଇଛି।

ଅଭିଷେକ ଗୁଜୁରାଟରୁ ସିଧା ଉତ୍ତର ପ୍ରଦେଶ ଆସି ନିଜ ପୁରୁଣା ପଦବୀରେ ଯୋଗ ଦେବେ ବୋଲି ନିଜ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ସେହି ପୁରୁଣା ସ୍ଥାନରେ ନିଯୁକ୍ତି ଦିଆଯାଇ ନାହିଁ।

ଏହି ଖବର ପରେ ଅଭିଷେକ ଟୁଇଟରେ ନିଜର କିଛି ଭୁଲ ହୋଇ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ କମିଶନରଙ୍କ ନିଷ୍ପତିକୁ ମୁଁ ସ୍ବାଗତ କରୁଛି। ହେଲେ ସେହି ପୋଷ୍ଟିଂରେ କୌଣସି ଭୁଲ ନ ଥିଲା ବୋଲି ଅଭିଷେକ କହିଛନ୍ତି। ମୁଁ ଜଣେ ପବ୍ଲିକ ସର୍ଭେଣ୍ଟ, ପବ୍ଲିକ ପଇସାର ଗାଡି, ପବ୍ଲିକ ସେବା ପାଇଁ ନିୟୋଜିତ ଅଧିକାରୀଙ୍କ ଧରି ପବ୍ଲିକ ସେବା କରିବାକୁ ଯାଉଥିଲି। ଯାହା ପବ୍ଲିକଙ୍କୁ ଅବଗତ କରାଇଥିଲି।

ଗୁଜରାଟ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ତାମିଲନାଡୁ ନିର୍ବାଚନ: ଏଆଇଏଡିଏମକେ-ବିଜେପିର ଚିନ୍ତା ବଢାଇଲା ପ୍ରାକ୍-ନିର୍ବାଚନ ସର୍ଭେ

April 2, 2026
Latest News

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.