Categories
ଜାତୀୟ ଖବର ବିଶେଷ ଖବର

ମହଙ୍ଗା ପଡିଲା ଆଇଏଏସଙ୍କ ଷ୍ଟାଇଲ ଫଟୋ, ତୁରନ୍ତ ନିର୍ବାଚନ ଦାୟିତ୍ବରୁ କରାଗଲା ବହିସ୍କାର

ନୂଆଦିଲ୍ଲୀ: ଜଣେ ଆଇଏଏସଙ୍କ ଷ୍ଟାଇଲ ଫଟୋ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେ ହେଉଛନ୍ତି ଉତ୍ତର ପ୍ରଦେଶ କ୍ୟାଡରର ଯୁବ ଆଇଏଏସ ଅଫିସର ଅଭିଷେକ ସିଂ। ତାଙ୍କୁ ନିର୍ବାଚନ କମିଶନର ଗୁଜୁରାଟ ନିର୍ବାଚନ ପାଇଁ ଅବଜରଭର ଭାବେ ନିଯୁକ୍ତ ଦେଇଥିଲେ। ସେ ନିଜ କାର ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟିଂ କରିଥିଲେ। ଫଳରେ ତାଙ୍କୁ ନିର୍ବାଚନ ଦାୟିତ୍ବରୁ ବହିସ୍କାର କଲେ ନିର୍ବାଚନ କମିସନର।

ଅଭିଷେକ ଦୁଇଟି ଫଟୋ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିଥିଲେ। ଗୋଟିଏ ଫଟୋରେ ସେ ଇଲେକସନ ଅବଜରଭର ଲେଖାଥିବା କାର ସହିତ ନିଜେ କଳା ଚଷମା ଲଗାଇ ଉଠାଇଥିଲେ। ଅନ୍ୟ ଏକ ଫଟୋରେ କାର ସହିତ ଅନ୍ୟ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସହ ଥିଲା। ହେଲେ ଏହି ଫଟୋକୁ ନେଇ ବିଭିନ୍ନ ବିବାଦ ଉଠିବାରୁ ନିର୍ବାଚନ କମିଶନର ତୁରନ୍ତ ତାଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଇ ଦେଲେ।

ଅଭିଷେକଙ୍କୁ ଗୁଜୁରାଟର ଅହମଦାବାଦ ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନର ଅବଜରଭର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଦୁଇଟି ହେଲା ବାପୁ ନଗର ଏବଂ ଅଶ୍ବରା। ସେଠାରେ ସେ ନିର୍ବାଚନ ପର୍ଯ୍ୟନ୍ତ ଅବଜରଭର ହୋଇ କାର୍ଯ୍ୟ କରିଥାଆନ୍ତେ। ହେଲେ ଏହି ଫଟୋ ଦୁଇଟି ତାଙ୍କୁ ଆଡୁଆରେ ପକାଇ ଦେଲା। ତାଙ୍କୁ ବହିସ୍କାର କରିବା ପରେ ସେଠାରେ କ୍ରିଷନ ବାଜେପିଙ୍କୁ ନିଯୁକ୍ତ ଦିଆଯାଇଛି।

ନିର୍ବାଚନ କମିଶନର ଅଭିଷେକଙ୍କୁ ଗୁଜୁରାଟ ନିର୍ବାଚନରୁ ବାହାର କରିଦେବା ସହିତ ଅନ୍ୟ କୌଣସି ନିର୍ବାଚନ କାର୍ଯ୍ୟରେ ଭାଗ ନେଇପାରିବେ ନାହିଁ ବୋଲି ଜଣାଇଦେଇଛନ୍ତି। ତାଙ୍କୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ କୁହାଯାଇଛି। ଏହି ନିର୍ଦ୍ଦେଶ ଆସିବା ପରେ ଗୁଜୁରାଟ ପ୍ରଶାସନ ତାଙ୍କଠାରୁ ଗାଡି ଫେରାଇ ଆଣିଛନ୍ତି। ଏଥିସହିତ ତାଙ୍କ ସହିତ ଯେଉଁମାନେ ଫଟୋ ଉଠାଇ ଥିଲେ ସେମାନଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ବାହାର କରି ଦିଆଯାଇଛି।

ଅଭିଷେକ ଗୁଜୁରାଟରୁ ସିଧା ଉତ୍ତର ପ୍ରଦେଶ ଆସି ନିଜ ପୁରୁଣା ପଦବୀରେ ଯୋଗ ଦେବେ ବୋଲି ନିଜ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ସେହି ପୁରୁଣା ସ୍ଥାନରେ ନିଯୁକ୍ତି ଦିଆଯାଇ ନାହିଁ।

ଏହି ଖବର ପରେ ଅଭିଷେକ ଟୁଇଟରେ ନିଜର କିଛି ଭୁଲ ହୋଇ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ କମିଶନରଙ୍କ ନିଷ୍ପତିକୁ ମୁଁ ସ୍ବାଗତ କରୁଛି। ହେଲେ ସେହି ପୋଷ୍ଟିଂରେ କୌଣସି ଭୁଲ ନ ଥିଲା ବୋଲି ଅଭିଷେକ କହିଛନ୍ତି। ମୁଁ ଜଣେ ପବ୍ଲିକ ସର୍ଭେଣ୍ଟ, ପବ୍ଲିକ ପଇସାର ଗାଡି, ପବ୍ଲିକ ସେବା ପାଇଁ ନିୟୋଜିତ ଅଧିକାରୀଙ୍କ ଧରି ପବ୍ଲିକ ସେବା କରିବାକୁ ଯାଉଥିଲି। ଯାହା ପବ୍ଲିକଙ୍କୁ ଅବଗତ କରାଇଥିଲି।

Categories
ଆଜିର ଖବର

ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ୨ ଦିନ ମଧ୍ୟରେ ତୃତୀୟ ଝଟକା, ଆଉ ଜଣେ ବିଧାୟକ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ପୂର୍ବରୁ ୨ ଦିନ ମଧ୍ୟରେ କଂଗ୍ରେସ ତୃତୀୟ ଝଟକା ଲାଗିଛି। ଆଉ ଜଣେ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ବିଧାୟକ ଝାଲୋଡ ଭବେଶ କଟାରା ଦଳରୁ ଇସ୍ତଫା ଦେଇଛନ୍ତି। ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଏହାପୂର୍ବରୁ କଂଗ୍ରେସ ବିଧାୟକ ମୋହନ ସିଂ ରାଠୱା ଏବଂ ଭଗବାନ୍ ବରାଡ ଦଳରୁ ଇସ୍ତଫା ଦେଇଛନ୍ତି।

ଏହି ସମୟ ମଧ୍ୟରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ପ୍ରାୟ ଶହେ ନାମ ଉପରେ ଅନୁମୋଦନ ମିଳିଛି। ପ୍ରଥମ ରାଉଣ୍ଡର ସମସ୍ତ ୮୯ ଟି ଆସନରେ ପ୍ରାର୍ଥୀ ନିଷ୍ପତ୍ତି ନିଆଯାଇଛି। ଗୁଜୁରାଟର ବିଜେପିର ପ୍ରଥମ ତାଲିକା କିଛି ସମୟ ପରେ ଆସିବ।

ଉଲ୍ଲେଖ ଯୋଗ୍ୟ ଯେ,୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ଏଥି ସହିତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ସହିତ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ।

Categories
ଆଜିର ଖବର ଜାତୀୟ ଖବର

BREAKING NEWS: ଆଜି ଘୋଷଣା ହେବ ଗୁଜରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଆଜି ଘୋଷଣା ହେବା ବହୁ ଚର୍ଚ୍ଚିତ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ। ଏଥିସହିତ ହିମାଚଳ ପ୍ରଦେଶ ବିଧାନ ସଭା ତାରିଖ ମଧ୍ୟ ଘୋଷଣା ହେବ। ଆଜି ଅପରାହ୍ନ ତିନିଟାରେ ଭାରତ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ତେବେ କଣ ପାଇଁ ଡାକିଛନ୍ତି ତାହାର ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହି ଦୁଇ ରାଜ୍ୟ ନିର୍ବାଚନ ଘୋଷଣା ହୋଇଥିବ ବୋଲି ଅନୁମାନ କରାଯାଇଛି।

ଗୁଜରାଟ ବିଧାନସଭା କାର୍ଯ୍ୟକାଳ ୨୦୨୩  ଫେବ୍ରୁଆରୀ ୨୩ ତାରିଖରେ ଶେଷ ହେଉଥିବା ବେଳେ ହିମାଚଳ ପ୍ରଦେଶ ବିଧାନସଭା ଜାନୁଆରୀ ୮ରେ ଶେଷ ହେଉଛି। ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ସମସ୍ତ ରାଜନୈତିକ ଦଳର ସେଠାରେ ତତ୍ପରତା ପ୍ରକାଶ ପାଇଛି।