Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ,ବରିଷ୍ଠ ପଦାଧିକାରୀଙ୍କ ପରିଦର୍ଶନ
ଜାତୀୟ ଖବର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ,ବରିଷ୍ଠ ପଦାଧିକାରୀଙ୍କ ପରିଦର୍ଶନ

November 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ,ବରିଷ୍ଠ ପଦାଧିକାରୀଙ୍କ ପରିଦର୍ଶନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ସପ୍ତମ ଦିବସ। ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ମେଳାକୁ ଗତକାଲିଠାରୁ ଦର୍ଶକମାନଙ୍କ ସୁଅ ଛୁଟିଛି। ଗତକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଏହି ମେଳା ଖୋଲାଯିବା ପରେ ଓଡ଼ିଶା ପାଭିଲିୟନ୍‌କୁ ହଜାର ହଜାର ଦର୍ଶକଙ୍କ ସୁଅ ଛୁଟିଛି। ପାଭିଲିୟନ୍‌ର ସୁନ୍ଦର ସାଜସଜ୍ଜାରେ ଆକୃଷ୍ଟ ହୋଇ ଦର୍ଶକମାନେ ବହୁସଂଖ୍ୟାରେ ସେଲ୍‌ଫି ନେବା ପରିଲକ୍ଷିତ ହୋଇଥିଲା।

ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ପ୍ରଥମେ ଓଡ଼ିଶା ମଣ୍ଡପକୁ ପରିଭ୍ରମଣ କରିବା ପରେ ନିକଟସ୍ଥ ଅନ୍ୟ କେତେକ ରାଜ୍ୟର ମଣ୍ଡପ ବୁଲି ଦେଖିଥିଲେ। ପରେ ପରେ ଉପସ୍ଥିତ ବିଭାଗୀୟ ପଦାଧିକାରୀମାନଙ୍କ ସହିତ ଆଲୋଚନା ସମୟରେ ଓଡ଼ିଶା ମଣ୍ଡପର ସାଜସଜ୍ଜାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହିତ ଚଳିତ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଆଗାମୀ ବର୍ଷରେ ଏହାଠାରୁ ଉନ୍ନତ ଓ ଉତ୍କୃଷ୍ଟ ମାନର କରିବାକୁ ପରାମର୍ଶ ଦେଇଥିଲେ।

ବିଗତ ଦିନମାନଙ୍କରେ ଦର୍ଶକମାନଙ୍କ ଉପସ୍ଥିତି, କ୍ରୟ-ବିକ୍ରୟର ସ୍ଥିତି, ବହୁଳ ପ୍ରଚାରପ୍ରସାର ପାଇଁ ଗଣମାଧ୍ୟମ ଜରିଆରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମେତ ଓଡ଼ିଶା ଦିବସ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ।

ଅନୁରୂପ ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ବେସାମରିକ ବିମାନ ଉଡ଼ାଣ ପ୍ରାଧିକରଣର ମହାନିର୍ଦ୍ଦେଶିକା ଶ୍ରୀମତୀ ଉଷା ପାଢ଼ୀ ମଧ୍ୟ ଆଜି ଓଡ଼ିଶା ମଣ୍ଡପର ସମସ୍ତ ଷ୍ଟଲକୁ ବୁଲି ଦେଖିଥିଲେ। ଏହି ଅବସରରେ ସେ ସୂଚନା ଓ ଲୋକସଂପର୍କ ବିଭାଗ ତତ୍ତ୍ୱାବଧାନରେ ହୋଇଥିବା ମଣ୍ଡପ ଡିଜାଇନ ସମେତ ଅନ୍ୟ ସମସ୍ତ ଆନୁଷଙ୍ଗିକ ସାଜସଜ୍ଜା ଓ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

ବିଶେଷ କରି, କୋରାପୁଟ କଫି, ହକି ଓ ମିଲେଟ୍‌ର ପ୍ରଚାର-ପ୍ରସାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ନିଜର ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶା ମିଲେଟ୍‌ ମିଶନର ମାସ୍କଟ ‘ମିଲି’ ସହ ସେଲ୍‌ଫି ନେବା ସହିତ ସମ୍ବଲପୁରୀ ବସ୍ତ୍ରର ପ୍ରଚାରପ୍ରସାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ। ଓଡ଼ିଶା ମଣ୍ଡପରେ ପ୍ରବଳ ଜନସମାଗମକୁ ଦୃଷ୍ଟିରୁ ରଖି ଦିଲ୍ଲୀ ପୋଲିସ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

IITF Usha Padhi ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026
Latest News

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.