Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୋଆ ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ଗୋଆ ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

November 24, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଗୋଆ ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଧନତେରସ ଅବସରରେ କେନ୍ଦ୍ରୀୟ ସ୍ତରରେ ରୋଜଗାର ମେଳାର ଶଭୁାରମ୍ଭ କରିଥିଲେ। କେନ୍ଦ୍ର ସ୍ତରରେ 10 ଲକ୍ଷ ଚାକିରି ଯୋଗାଇବା ପାଇଁ ଏହି ଅଭିଯାନର ଆରମ୍ଭ କରାଯାଇଥିଲା। ସେବେଠାରୁ ପ୍ରଧାନମନ୍ତ୍ରୀ ଗୁଜରାଟ, ଜାମ୍ମୁ ଓ କାଶ୍ମୀର ଏବଂ ମହାରାଷ୍ଟ୍ର ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଅନ୍‌ଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ପାଇଁ ଗୋଟିଏ ଦିନ ପୂର୍ବରୁ କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍ ମଧ୍ୟ ଆରମ୍ଭ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନିଯୁକ୍ତିପତ୍ର ପାଇଥିବା ଯୁବକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୋଆ ସରକାର ନିଯୁକ୍ତି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ। ଆସନ୍ତା ମାସରେ ଗୋଆ ପୋଲିସ ଏବଂ ଅନ୍ୟାନ୍ୟ ବିଭାଗରେ ଅଧିକ ନିଯୁକ୍ତି ପ୍ରକ୍ରିୟା ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ଗୋଆ ପୋଲିସ ଫୋର୍ସକୁ ମଜବୁତ କରିବ ଏବଂ ନାଗରିକ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ଉନ୍ନତ ସୁରକ୍ଷା ବ୍ୟବସ୍ଥା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ଗତ କିଛି ସପ୍ତାହ ଧରି ଦେଶର ବିଭିନ୍ନ ରାଜ୍ୟରେ ନିରନ୍ତର ନିଯୁକ୍ତି ମେଳା ଆୟୋଜନ କରାଯାଉଥିବାବେଳେ କେନ୍ଦ୍ର ସରକାର ମଧ୍ୟ ହଜାର ହଜାର ଯୁବକଙ୍କୁ ଚାକିରୀ ଯୋଗାଇ ଦେଉଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଯୁବ ସଶକ୍ତିକରଣ ପାଇଁ ନିଜ ସ୍ତରରେ ଏଭଳି ଚାକିରି ମେଳା ଆୟୋଜନ ପାଇଁ ଡବଲ-ଇଞ୍ଜିନ ସରକାର ଦ୍ୱାରା ପରିଚାଳିତ ରାଜ୍ୟଗୁଡ଼ିକର ପ୍ରୟାସରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ. ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଗତ 8 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗୋଆର ବିକାଶରେ ହଜାର ହଜାର କୋଟି ଟଙ୍କା ନିବେଶ କରିଛନ୍ତି। ପ୍ରାୟ 3000 କୋଟି ଟଙ୍କା ବ୍ୟୟରେ ନିର୍ମିତ ମୋପା ଠାରେ ଖୁବଶୀଘ୍ର ଉଦଘାଟିତ ବିମାନବନ୍ଦରର ସମ୍ପର୍କରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଗୋଆର ହଜାର ହଜାର ଲୋକଙ୍କ ପାଇଁ ଏକ ପ୍ରମୁଖ ନିଯୁକ୍ତି ଉତ୍ସ ହୋଇପାରିଛି। ରାଜ୍ୟରେ ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସ୍ବୟଂ ସମ୍ପୂର୍ଣ୍ଣ ଗୋଆ” ର ଦୂରଦୃଷ୍ଟି ହେଉଛି ରାଜ୍ୟରେ ମୌଳିକ ସୁବିଧାରେ ଉନ୍ନତି ଆଣିବା ସହିତ ଭିତ୍ତିଭୂମିରେ ଉନ୍ନତି ଆଣିବା।

ଗୋଆ ପର୍ଯ୍ୟଟନ ମାଷ୍ଟର ପ୍ଲାନ ଏବଂ ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗୋଆର ବିକାଶ ପାଇଁ ରାଜ୍ୟ ସରକାର ଏକ ନୂତନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଯାହା ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି ଏବଂ ଏହାଦ୍ୱାରା ବହୁ ସଂଖ୍ୟାରେ ନିଯୁକ୍ତି ବୃଦ୍ଧି ପାଇବ। ପାରମ୍ପରିକ ଚାଷରେ ନିଯୁକ୍ତି ବୃଦ୍ଧି ପାଇଁ ଗୋଆର ଗ୍ରାମାଞ୍ଚଳକୁ ଆର୍ଥିକ ସାମର୍ଥ୍ୟ ଦେବା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଧାନ, ଫଳ ପ୍ରକ୍ରିୟାକରଣ, ନଡିଆ, ଝୋଟ, ମସଲା ଉତ୍ପାଦନ କରୁଥିବା କୃଷକମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ଅଛନ୍ତି। ଏହି ପ୍ରୟାସ ଗୋଆରେ ରୋଜଗାର ଏବଂ ଆତ୍ମନିଯୁକ୍ତି ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି କରୁଛି।

ଗୋଆର ବିକାଶ ତଥା ଦେଶର ବିକାଶ ପାଇଁ କାର୍ଯ୍ୟ କରିବାକୁ ନୂତନ ନିଯୁକ୍ତ ଲୋକଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ 25 ବର୍ଷ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି। ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ଗୁରୁତ୍ବ ପ୍ରଦାନ କରି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନ ସମାପ୍ତ କରି 2047 ର ଏକ ନୂତନ ଭାରତର ଲକ୍ଷ୍ୟ ରଖିଥିଲେ। “ଗୋଆର ବିକାଶ ସହିତ ଆପଣଙ୍କର 2047 ମସିହାର ନୂଆ ଭାରତର ଲକ୍ଷ୍ୟ ରହିଛି। ମୁଁ ନିଶ୍ଚିତ ଯେ ଆପଣ ସମସ୍ତେ ପୂର୍ଣ୍ଣ ନିଷ୍ଠା ଓ ତତ୍ପରତା ସହିତ ଆପଣଙ୍କର କର୍ତ୍ତବ୍ୟର ପଥ ଅନୁସରଣ କରିବେ ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଗୋଆ ସରକାର ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା ରୋଜଗାର ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.