Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୋଆ ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ଗୋଆ ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

November 24, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଗୋଆ ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଧନତେରସ ଅବସରରେ କେନ୍ଦ୍ରୀୟ ସ୍ତରରେ ରୋଜଗାର ମେଳାର ଶଭୁାରମ୍ଭ କରିଥିଲେ। କେନ୍ଦ୍ର ସ୍ତରରେ 10 ଲକ୍ଷ ଚାକିରି ଯୋଗାଇବା ପାଇଁ ଏହି ଅଭିଯାନର ଆରମ୍ଭ କରାଯାଇଥିଲା। ସେବେଠାରୁ ପ୍ରଧାନମନ୍ତ୍ରୀ ଗୁଜରାଟ, ଜାମ୍ମୁ ଓ କାଶ୍ମୀର ଏବଂ ମହାରାଷ୍ଟ୍ର ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଅନ୍‌ଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ପାଇଁ ଗୋଟିଏ ଦିନ ପୂର୍ବରୁ କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍ ମଧ୍ୟ ଆରମ୍ଭ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନିଯୁକ୍ତିପତ୍ର ପାଇଥିବା ଯୁବକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୋଆ ସରକାର ନିଯୁକ୍ତି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ। ଆସନ୍ତା ମାସରେ ଗୋଆ ପୋଲିସ ଏବଂ ଅନ୍ୟାନ୍ୟ ବିଭାଗରେ ଅଧିକ ନିଯୁକ୍ତି ପ୍ରକ୍ରିୟା ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ଗୋଆ ପୋଲିସ ଫୋର୍ସକୁ ମଜବୁତ କରିବ ଏବଂ ନାଗରିକ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ଉନ୍ନତ ସୁରକ୍ଷା ବ୍ୟବସ୍ଥା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ଗତ କିଛି ସପ୍ତାହ ଧରି ଦେଶର ବିଭିନ୍ନ ରାଜ୍ୟରେ ନିରନ୍ତର ନିଯୁକ୍ତି ମେଳା ଆୟୋଜନ କରାଯାଉଥିବାବେଳେ କେନ୍ଦ୍ର ସରକାର ମଧ୍ୟ ହଜାର ହଜାର ଯୁବକଙ୍କୁ ଚାକିରୀ ଯୋଗାଇ ଦେଉଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଯୁବ ସଶକ୍ତିକରଣ ପାଇଁ ନିଜ ସ୍ତରରେ ଏଭଳି ଚାକିରି ମେଳା ଆୟୋଜନ ପାଇଁ ଡବଲ-ଇଞ୍ଜିନ ସରକାର ଦ୍ୱାରା ପରିଚାଳିତ ରାଜ୍ୟଗୁଡ଼ିକର ପ୍ରୟାସରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ. ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଗତ 8 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗୋଆର ବିକାଶରେ ହଜାର ହଜାର କୋଟି ଟଙ୍କା ନିବେଶ କରିଛନ୍ତି। ପ୍ରାୟ 3000 କୋଟି ଟଙ୍କା ବ୍ୟୟରେ ନିର୍ମିତ ମୋପା ଠାରେ ଖୁବଶୀଘ୍ର ଉଦଘାଟିତ ବିମାନବନ୍ଦରର ସମ୍ପର୍କରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଗୋଆର ହଜାର ହଜାର ଲୋକଙ୍କ ପାଇଁ ଏକ ପ୍ରମୁଖ ନିଯୁକ୍ତି ଉତ୍ସ ହୋଇପାରିଛି। ରାଜ୍ୟରେ ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସ୍ବୟଂ ସମ୍ପୂର୍ଣ୍ଣ ଗୋଆ” ର ଦୂରଦୃଷ୍ଟି ହେଉଛି ରାଜ୍ୟରେ ମୌଳିକ ସୁବିଧାରେ ଉନ୍ନତି ଆଣିବା ସହିତ ଭିତ୍ତିଭୂମିରେ ଉନ୍ନତି ଆଣିବା।

ଗୋଆ ପର୍ଯ୍ୟଟନ ମାଷ୍ଟର ପ୍ଲାନ ଏବଂ ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗୋଆର ବିକାଶ ପାଇଁ ରାଜ୍ୟ ସରକାର ଏକ ନୂତନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଯାହା ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି ଏବଂ ଏହାଦ୍ୱାରା ବହୁ ସଂଖ୍ୟାରେ ନିଯୁକ୍ତି ବୃଦ୍ଧି ପାଇବ। ପାରମ୍ପରିକ ଚାଷରେ ନିଯୁକ୍ତି ବୃଦ୍ଧି ପାଇଁ ଗୋଆର ଗ୍ରାମାଞ୍ଚଳକୁ ଆର୍ଥିକ ସାମର୍ଥ୍ୟ ଦେବା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଧାନ, ଫଳ ପ୍ରକ୍ରିୟାକରଣ, ନଡିଆ, ଝୋଟ, ମସଲା ଉତ୍ପାଦନ କରୁଥିବା କୃଷକମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ଅଛନ୍ତି। ଏହି ପ୍ରୟାସ ଗୋଆରେ ରୋଜଗାର ଏବଂ ଆତ୍ମନିଯୁକ୍ତି ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି କରୁଛି।

ଗୋଆର ବିକାଶ ତଥା ଦେଶର ବିକାଶ ପାଇଁ କାର୍ଯ୍ୟ କରିବାକୁ ନୂତନ ନିଯୁକ୍ତ ଲୋକଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ 25 ବର୍ଷ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି। ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ଗୁରୁତ୍ବ ପ୍ରଦାନ କରି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନ ସମାପ୍ତ କରି 2047 ର ଏକ ନୂତନ ଭାରତର ଲକ୍ଷ୍ୟ ରଖିଥିଲେ। “ଗୋଆର ବିକାଶ ସହିତ ଆପଣଙ୍କର 2047 ମସିହାର ନୂଆ ଭାରତର ଲକ୍ଷ୍ୟ ରହିଛି। ମୁଁ ନିଶ୍ଚିତ ଯେ ଆପଣ ସମସ୍ତେ ପୂର୍ଣ୍ଣ ନିଷ୍ଠା ଓ ତତ୍ପରତା ସହିତ ଆପଣଙ୍କର କର୍ତ୍ତବ୍ୟର ପଥ ଅନୁସରଣ କରିବେ ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା ରୋଜଗାର ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.