Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ବିଶେଷ ଖବର

ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 26, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (୨୬.୧୧.୨୦୨୨) ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ସମ୍ବିଧାନ ଦିବସ ସମାରୋହ ଉପଲକ୍ଷେ ଅଂଶଗ୍ରହଣ କରି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ୧୯୪୯ ମସିହାରେ ସାମ୍ବିଧାନିକ ସଭା ଦ୍ୱାରା ଗୃହୀତ ଓ ଭାରତୀୟ ସମ୍ବିଧାନର ସ୍ମରଣାର୍ଥେ ୨୦୧୫ ମସିହାଠାରୁ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଭାବେ ପାଳିତ ହୋଇ ଆସୁଛି।

ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ କେତେକ ନୂତନ ପଦକ୍ଷେପ ସ୍ୱରୂପ-ଇ-କୋର୍ଟ ପ୍ରକଳ୍ପ ଜରିଆରେ କେତେକ କାର୍ଯ୍ୟକ୍ରମ  ଉଦ୍‌ଘାଟନ କରିଛନ୍ତି ।  ସେଗୁଡିକ ମଧ୍ୟରେ ଭର୍ଚୁଆଲ ଜଷ୍ଟିସ କ୍ଲକ୍‌, ଜଷ୍ଟିସ ମୋବାଇଲ ଆପ୍‌୨.୦, ଡିଜିଟାଲ କୋର୍ଟ ଓ ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍ ଅନ୍ତର୍ଭୁକ୍ତ।

ସମ୍ବିଧାନ ଦିବସର ଶୁଭେଚ୍ଛା ଜ୍ଞାପନ ସହ ପ୍ରଧାନମନ୍ତ୍ରୀ  ୧୯୪୯ ମସିହାରେ ଆଜିର ଦିନରେ ସ୍ୱାଧୀନ ଭାରତ କିପରି ନିଜ ଭବିଷ୍ୟତର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ତା’ର ସ୍ମୃତିଚାରଣ କରିଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ସମ୍ବିଧାନ ଦିବସର ମହତ୍ୱ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ। ସେ ମଧ୍ୟ ବାବା ସାହେବ ଡକ୍ଟର ବି.ଆର ଆମ୍ବେଦକର ଓ ସାମ୍ବିଧାନିକ ସଭାର ନମସ୍ୟ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରଧାନମନ୍ତ୍ରୀ ଗତ ୭୦ବର୍ଷ ଧରି ଆଇନ ପ୍ରଣୟନ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ପ୍ରତି ଅସଂଖ୍ୟ ବ୍ୟକ୍ତିଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସେମାନେ ଭାରତୀୟ ସମ୍ବିଧାନର ସଂପ୍ରସାରଣ ଓ ବିକାଶ ଯାତ୍ରାରେ କିପରି ସାମିଲ ହୋଇଛନ୍ତି ସେମାନଙ୍କୁ ଏହି ସ୍ୱତନ୍ତ୍ର ଅବସରରେ ସମଗ୍ର ଦେଶ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଭାରତୀୟ ଇତିହାସର କଳା ଦିବସ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ଦିବସ ଭଳି ସ୍ମରଣୀୟ ଘଟଣା ଦେଶ ପାଳନ କରୁଥିବାବେଳେ ନଭେମ୍ବର ୨୬ତାରିଖ ଦିନ ଭାରତ ମାନବତାର ଶତ୍ରୁମାନଙ୍କ ଦ୍ୱାରା ବିରାଟ ଆତଙ୍କବାଦୀ ଆକ୍ରମଣରେ ଶିକାର ହୋଇଥିଲା । ଜଘନ୍ୟ ମୁମ୍ବାଇ ଆତଙ୍କୀ ଆକ୍ରମଣ ଯୋଗୁଁ ଯେଉଁମାନେ ପ୍ରାଣ ହରାଇଥିଲେ ଶ୍ରୀ ମୋଦୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ ଯେ ବର୍ତ୍ତମାନର ବୈଶ୍ୱିକ ଦୃଶ୍ୟପଟରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଓ ଆନ୍ତର୍ଜାତିକ ଛବି ଦୃଷ୍ଟିରୁ ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି। ସ୍ଥାୟିତ୍ୱ ନେଇ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଭାରତ ପୁରାଦମ୍‌ରେ ଆଗେଇ ଚାଲିବା ସହ ଏହାର ବିବିଧତାକୁ ନେଇ ଗର୍ବ କରୁଛି ବୋଲି ସେ କହିଥିଲେ। ସେ ଏହି ସଫଳତାର ଶ୍ରେୟ ସମ୍ବିଧାନକୁ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି ଏହି ଅବସରରେ ସମ୍ବିଧାନ ପ୍ରସ୍ତାବନାର ତିନୋଟି ଶବ୍ଦ ‘ୱି ଦ ପିପୁଲ’ର ଅବତାରଣା କରି କହିଥିଲେ ଯେ ଏହା ହେଉଛି ଏକ ଆହ୍ୱାନ, ଏକ ଆସ୍ଥା ଓ ଏକ ଶପଥ । ସମ୍ବିଧାନର ଏହି ଆତ୍ମା ହେଉଛି ଭାରତର ଆତ୍ମା ଓ ବିଶ୍ୱ ଗଣତନ୍ତ୍ରର ଜନନୀ। ଆଧୁନିକ ଯୁଗରେ ସମ୍ବିଧାନ ଦେଶର ସମସ୍ତ ସାଂସ୍କୃତିକ ଓ ନୈତିକ ଭାବାବେଗକୁ ଆଦରରେ ଗ୍ରହଣ କରିନେଇଛି।

ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରି କହିଥିଲେ ଯେ ଗଣତନ୍ତ୍ରର ଜନନୀ ଭାବେ ଦେଶ ସମ୍ବିଧାନର ଆଦର୍ଶକୁ ମଜବୁତ କରିବା ସହ ଜନପ୍ରିୟ ନୀତି ଗରିବ ଓ ମହିଳାଙ୍କୁ ସଶକ୍ତ କରୁଛି। ଆଇନର ସରଳୀକରଣ ଯୋଗୁଁ ଏହା ସାଧାରଣ ନାଗରିକଙ୍କ ନିମନ୍ତେ ବୋଧଗମ୍ୟ ହେଉଛି ଓ ନ୍ୟାୟପାଳିକା ସମୟଭିତ୍ତିକ ନ୍ୟାୟ ପ୍ରଦାନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ କହିଥିଲେ।

କର୍ତ୍ତବ୍ୟ ନେଇ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଏହା ସମ୍ବିଧାନର ଢାଞ୍ଚଗତ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ। ଅମୃତକାଳକୁ କର୍ତ୍ତବ୍ୟକାଳ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ଅମୃତକାଳରେ ଦେଶ ଯେତେବେଳେ ସ୍ୱାଧୀନତାର ୭୫ବର୍ଷ ସମ୍ପୂର୍ଣ୍ଣ କରିବାକୁ ଯାଉଛି ଓ ଆମେ ଆଗାମୀ ୨୫ବର୍ଷ ନିମନ୍ତେ ବିକାଶଯାତ୍ରା ପାଇଁ ସଜବାଜ ହେଉଛୁ କର୍ତ୍ତବ୍ୟର ମନ୍ତ୍ର ଦେଶ ପ୍ରଥମ ଓ ସବୁଠାରୁ ଆଗରେ ବୋଲି କହିଥିଲେ।

“ସ୍ୱାଧୀନତାର ଅମୃତ କାଳ ହେଉଛି ଦେଶ ପାଇଁ କର୍ତ୍ତବ୍ୟ ସମ୍ପାଦନର ସମୟ । ସେ ବ୍ୟକ୍ତି ହେଉ ବା ଅନୁଷ୍ଠାନ ଆମର ଦାୟିତ୍ୱ ହେଉଛି ଆମର ପ୍ରାଥମିକତା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜଣେ ନିଜର କର୍ତ୍ତବ୍ୟ ପଥ ଅନୁସରଣ କଲେ ଦେଶ ବିକାଶର ନୂତନ ଶିଖର ଛୁଇଁ ପାରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ  ଆଉ ସପ୍ତାହକ ମଧ୍ୟରେ ଭାରତ ଜି-୨୦ର ସଭାପତିତ୍ୱ କରିବାକୁ ଯାଉଛି। ସେ ଦୃଷ୍ଟିରୁ ଦେଶ ମର୍ଯ୍ୟାଦା ଓ ଖ୍ୟାତି ଏକ ଦଳ ଭାବେ ବିଶ୍ୱ ଦରବାରରେ ଆମକୁ ରଖିବାକୁ ପଡିବ। “ଏହା ଆମର ମିଳିତ ଦାୟିତ୍ୱ”। ଗଣତନ୍ତ୍ରର ଜନନୀ ଭାବେ ଭାରତର ପରିଚୟକୁ ଆହୁରି ଅଧିକ ମଜବୁତ କରିବାକୁ ପଡିବ।”

ଯୁବ କୈନ୍ଦ୍ରିକ ଉତ୍ସାହ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସମ୍ବିଧାନ ଏହାର ଖୋଲାପଣ, ଭବିଷ୍ୟତ ପାଇଁ ଉପଯୁକ୍ତ ଓ ଆଧୁନିକ ଦୃଷ୍ଟିଭଙ୍ଗୀ ଦ୍ୱାରା ପରିପୃଷ୍ଟ। ଭାରତର ଅଭିବୃଦ୍ଧିର କାହାଣୀରେ ଯୁବଶକ୍ତିର ଅବଦାନକୁ ସେ ଦୃଢଭାବେ ସ୍ୱୀକାର କରିଥିଲେ।

ଭାରତୀୟ ସମ୍ବିଧାନରେ ଥିବା ସମାନତା ଓ ସଶକ୍ତିକରଣ ବିଷୟକୁ ନେଇ ଦେଶର ଯୁବଗୋଷ୍ଠୀଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ସମ୍ବିଧାନର ଚିଠା ପ୍ରସ୍ତୁତ ବେଳକୁ ଦେଶ କିଭଳି ପରିସ୍ଥିତି ଥିଲା ତାହାର ସ୍ମୃତିଚାରଣ କରିଥିଲେ। ସାମ୍ବିଧାନିକ ସଭାରେ ଚାଲିଥିବା ଆଲୋଚନା ବିଷୟବସ୍ତୁ ଉପରେ ଆମର ଯୁବଗୋଷ୍ଠୀ  ଅବଗତ ହେବା ଉଚିତ’ ବୋଲି ସେ କହିଥିଲେ। ଏହା ସେମାନଙ୍କ ସମ୍ବିଧାନ ଜାଣିବା ନେଇ ଆଗ୍ରହ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ସମ୍ବିଧାନ ସଭାରେ ୧୫ଜଣ ମହିଳା ସଦସ୍ୟ ଥିବା ସମ୍ପର୍କରେ ସୂଚନା ଦେଇ ସମାଜର ଅବହେଳିତ ବର୍ଗରୁ ଦାକ୍ଷାୟେନୀ ଭେଲାୟୁଧନଙ୍କ ଭଳି ମହିଳା କିପରି ଏଥିରେ ସ୍ଥାନ ପାଇଥିଲେ ତା’ର ଉଦାହରଣ ଦେଇଥିଲେ। ଦକ୍ଷୋୟେନୀ ଭେଲାୟୁଧନଙ୍କ ଭଳି ମହିଳା ଅବଦନାକୁ ନେଇ ଖୁବ୍ କମ୍ ଆଲୋଚନା ହେଉଥିବାରୁ ଯୋଗୁସେ ତାହାର ସମାଲୋଚନା କରିବା ସହ  ସେ ଦଳିତ ଓ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ସଭାରେ ଅନେକ ହସ୍ତକ୍ଷେପ କରିଥିବା କଥା କହିଥିଲେ। ପ୍ରଧାନମନ୍ତ୍ରୀ ଦୁର୍ଗାବାଈ ଦେଶମୁଖ, ହାମ୍‌ସା ମେହେଟ୍ଟା, ରାଜକୁମାରୀ ଅମ୍ରିତ କାଉର ଓ ଅନ୍ୟାନ୍ୟ ମହିଳା ଯେଉଁମାନେ ମହିଳାଙ୍କ ସମସ୍ୟା ନେଇ ଅନେକ ଅବଦାନ ଦେଇଯାଇଛନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ କହିଥିଲେ। “ଆମର ଯୁବଗୋଷ୍ଠୀ ଯେତେବଳେ ଏସବୁ ବିଷୟ ଜାଣିବାକୁ ପାଇବେ, ସେମାନେ ନିଜ ପ୍ରଶ୍ନର ଉତ୍ତରମାନ ପାଇଯିବେ” ବୋଲ୍‌ ଶ୍ରୀ ମୋଦୀ କହିଥିଲେ। ଏହା ଦ୍ୱାରା ସେମାନଙ୍କ ଆନୁଗତ୍ୟ ସମ୍ବିଧାନ ପ୍ରତି ରହିବ ଓ ତାହା ଆମର ସାମ୍ବିଧାନ, ଗତଣନ୍ତ୍ର ଓ ଭବିଷ୍ୟତକୁ ମଧ୍ୟ ସୁଦୃଢ କରିବ।”ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସ୍ୱାଧୀନତାର ଅମୃତ କାଳରେ ଏହା ଦେଶର ଆବଶ୍ୟକତା। ମୁଁ ଆଶା କରେ ଯେ ଏହି ସମ୍ବିଧାନ ଦିବସ ଏ ଦିଗରେ ଆମର ସଂକଳ୍ପକୁ ଅଧିକ ଶକ୍ତି ପ୍ରଦାନ କରିବ।”

ପ୍ରଧାନ ବିଚାରପତି ଡକ୍ଟର ଡି.ୱାଇ ଚନ୍ଦ୍ରଚୂଡ, କେନ୍ଦ୍ର ଆଇନ ଓ ନ୍ୟାୟ  ମନ୍ତ୍ରୀ କିରଣ ରିଜିଜୁ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କାଉଲ ଓ ଜଷ୍ଟିସ ଏସ. ଅବଦୁଲ ନଜୀର, କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ.ପି. ବାଘେଲ, ଭାରତର ଆଟର୍ଣ୍ଣି ଜେନେରୋଲ ଆର. ଭେଙ୍କଟରମଣ, ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ସୁପ୍ରିମକୋର୍ଟର ବାର ଆସୋସିଏସନ ସଭାପତି ବିକାଶ ସିଂ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି: ଏହି ପ୍ରକଳ୍ପ ମକଦ୍ଦମାରେ ସମ୍ପୃକ୍ତ ପକ୍ଷ, ଆଇନଜୀବୀ ଓ ନ୍ୟାୟପାଳିକାକୁ ସେବା ଯୋଗାଇବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ମଧ୍ୟରେ ଭର୍ଚୁଆଲ ଜଷ୍ଟିସ କ୍ଲକ, ଜଷ୍ଟିସ ମୋବାଇଲ ଆପ୍ ୨.୦, ଡିଜିଟାଲ କୋର୍ଟ ଏବଂ ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍  ଅନ୍ତର୍ଭୁକ୍ତ।

ଭର୍ଚୁଆଲ ଜଷ୍ଟିସ କ୍ଲକ୍ ନ୍ୟାୟ ପ୍ରଦାନ ପଦ୍ଧତିରେ ପ୍ରମୁଖ ପରିସଂଖ୍ୟନ, ନ୍ୟାୟାଳୟ ସ୍ତରରେ ପ୍ରଦାନ କରିଥାଏ। ଏଥିରେ ସମ୍ପୂର୍ଣ୍ଣ ମକଦ୍ଦମା, ମାମଲା, ରଫାଦଫା, ଦିନ,ସପ୍ତାହ,ମାସ ଭିତ୍ତିରେ ବିଚାରାଧୀନ ମାମଲା ଇତ୍ୟାଦିର ତଥ୍ୟ ପ୍ରଦାନ କରିଥାଏ। ଜନସାଧାରଣଙ୍କୁ ଏହା ନ୍ୟାୟାଳୟର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଓ ମାମଲା ଫଏସଲାର ସବିଶେଷ ନେଇ ସୁଚାଇଥାଏ। ଜିଲ୍ଲା କୋର୍ଟର ୱେବସାଇଟ୍  ଜରିଆରେ ଜନସାଧାରଣ  ଭର୍ଚୁଆଲ ଜଷ୍ଟିସ କ୍ଲକରେ ପହଞ୍ଚିପାରିବେ।

ଜଷ୍ଟିସ ମୋବାଇଲ ଆପ୍ ୨.୦ ବିଚାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଉପଲବ୍ଧ। ଏହା ଦ୍ୱାରା ସେମାନେ ନିଜ କୋର୍ଟରେ ମାମଲା ଫଇସଲା ତଥା ବିଚାରଧୀନ ବିଷୟରେ ଜାଣିବା ସହ ନିଜ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ୟ ଜଜ୍‌ଙ୍କ ସମ୍ପର୍କରେ ମଧ୍ୟ ଜାଣିପାରିବେ। ଏହି ଆପ୍ ବର୍ତ୍ତମାନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଜଜ୍‌ମାନଙ୍କ ଠାରେ ମଧ୍ୟ ଉପଲବ୍ଧ ହେଉଛି। ଏହା ଦ୍ୱାରା ସେମାନେ ସମସ୍ତ ରାଜ୍ୟ ଓ ଜିଲ୍ଲାରେ ଥିବା ବିଚାରାଧୀନ ଓ ଫଏସଲା ମାମଲା ସମ୍ପର୍କରେ ଜାଣିପାରିବେ।

ବିଚାରକମାନଙ୍କୁ ଡିଜିଟାଲ ଫର୍ମରେ କୋର୍ଟ ଅଭିଲେଖ ଉପଲବ୍ଧ ହେବା ପାଇଁ ଡିଜିଟାଲ କୋର୍ଟ ଏକ ମାଧ୍ୟମ। ଏହା କାଗ ବିହୀନ ଅଦାଲତ ପରିଚାଳନାକୁ ପ୍ରୋତ୍ସାହିତ କରିଥାଏ।

ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍ ଜରିଆରେ ଜିଲ୍ଳା ବିଚାର ବିଭାଗୀ୍‌ୟ କୌଣସି ତଥ୍ୟ ବା ନିର୍ଦ୍ଦିଷ୍ଟ ସୂଚନା ପ୍ରକାଶ କରିହେବ। ଏହା ଏକ କ୍ଲାଉଡ ସେବା ଯାହା ସରକାରୀ ସଂସ୍ଥାକୁ ନିରାପଦ, ସୁଗମ୍ୟ ୱେବସାଇଟ୍ ସୃଷ୍ଟିରେ ସାହାଯ୍ୟ କରିଥାଏ। ଏହା ବହୁଭାଷୀ, ନାଗରିକ ଓ ଦିବ୍ୟାଙ୍ଗ ବନ୍ଧୁ ଭାବାପନ୍ନ ୱେବସାଇଟ୍।

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଭାରତ ସମ୍ବିଧାନ ଦିବସ ସର୍ବୋଚ୍ଚ ନ୍ୟାୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.