Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଲିକାରେ ପୁଣି ରଘୁବାଣୀ: ଏଥର ସରକାରୀ ଅଧିକାରୀଙ୍କୁ କଲେ ଟ୍ୟାର୍ଗେଟ
ବିଶେଷ ଖବର

ଚିଲିକାରେ ପୁଣି ରଘୁବାଣୀ: ଏଥର ସରକାରୀ ଅଧିକାରୀଙ୍କୁ କଲେ ଟ୍ୟାର୍ଗେଟ

November 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକାରେ ପୁଣି ରଘୁବାଣୀ: ଏଥର ସରକାରୀ ଅଧିକାରୀଙ୍କୁ କଲେ ଟ୍ୟାର୍ଗେଟ

ସୀତାରାମ ଅଗ୍ରୱାଲ

ଚିଲିକା: ପୁଣି ଥରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପୂର୍ବଥର ସେ ସିଧା ନିର୍ବାଚିତ ବିଜେଡି ପ୍ରତିନିଧୀଙ୍କୁ ଟ୍ୟାର୍ଗେଟ କରିଥିଲେ। ହେଲେ ଏଥର ସେ ଚିଲିକା ଅଞ୍ଚଳର ସରକାରୀ ଅଧିକାରୀଙ୍କୁ ଟ୍ୟାର୍ଗେଟ କରିଛନ୍ତି। ଆଜି ରଘୁନାଥଙ୍କ ନେତୃତ୍ବରେ ଚିଲିକା ବ୍ଲକ କର୍ମି ସମ୍ମିଳନୀ କରାଯାଇଥିଲା। ଏହି ସମ୍ମିଳନୀ ପରେ ସେ ସାମ୍ବାଦିକଙ୍କୁ ରଘୁବାଣୀ ଶୁଣାଇଛନ୍ତି।

ରଘୁନାଥ କହିଛନ୍ତି ଯେ, ଚିଲିକାରେ ପିସି କାରବାର ଜୋରଯାର ଚାଲିଛି। ଏଥିରେ ନେତାଙ୍କ ସହିତ ସରକାରୀ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି। ଏଥିରେ ସେ ନାମ ନ ନେଇ କେତେକ ସରକାର ଅଧିକାରୀ ଦୁର୍ନିତି ଗସ୍ତ ବୋଲି କହିଛନ୍ତି। ସେ ସିଧା ବାଣପୁର ଏବଂ ଚିଲିକାର ଜେଇଇ ପିସି କାରବାରରେ ସଂପୃକ୍ତ ବୋଲି କହିଛନ୍ତି।

ସେହିପରି ଚିଲିକାର ଆରଆଣ୍ଡବି ର ଜଣେ ଏସଡିଓ ମ୍ୟାଡାମ ମଧ୍ୟ ଏହି ଦୁର୍ନିତିରେ ସଂପୃକ୍ତ ଅଛନ୍ତି। ତାଙ୍କ ନାମ ନ ନେଇ ରଘୁନାଥ କହିଛନ୍ତି ଯେ , ସେ ମ୍ୟାଡମ ପାଖକୁ ଗଲେ ସେ ବିଧାୟକଙ୍କୁ ଦେଖାକଲେ କାମ ମିଳିବ ବୋଲି କହୁଛନ୍ତି। ପୂର୍ବରୁ ଯେଉଁ ସରକାରୀ ଅଧିକାରୀ ବେଗୁନିଆ ବୋଲଗଡରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଚିଲିକାକୁ ବଦଳି କରି ପିସି କାରବାର କରାଯାଉଛି ବୋଲି ରଘୁ କହିଛନ୍ତି।

ଗତକାଲି ରଘୁଙ୍କ ବିରୋଧରେ ବିଜେଡିର ଏକ ବଡ ଗୋଷ୍ଠୀ କରିଥିବା ଆନ୍ଦୋଳନକୁ ନେଇ ସେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ରଘୁ କହିଛନ୍ତି ଯେ, ଯେଉଁମାନେ ଦୁର୍ନିତି କରି କାମ କରୁଛନ୍ତି ସେହିମାନେ ସେହି ଶୋଭାଯାତ୍ରାରେ ସାମିଲ ଥିଲେ। ସେମାନେ ଅଧିକାଂଶ କଣ୍ଟ୍ରାକ୍ଟର ଥିଲେ। ସେମାନଙ୍କ ଆନ୍ଦୋଳନର କୌଣସି ମାନେ ନାହିଁ ବୋଲି ରଘୁନାଥ କହିଛନ୍ତି।

ତେବେ ଆଗାମୀ ନିର୍ବାଚନରେ କିଏ ଦଳୀୟ ପ୍ରାର୍ଥୀ ହେବ ତାହାର ଉତ୍ତରରେ ରଘୁ କହିଛନ୍ତି ଯେ, ମୁଁ ଟିକେଟ ପାଇଁ ଆଶା ରଖିଛି। ନବୀନ ପଟ୍ଟନାୟକ ଏଥର ମୋତେ ଟିକେଟ ଦେବେ ବୋଲି ଭାବିଛି। ମୋତେ ଚିଲିକାରେ ପ୍ରାୟ ଅଧିକାଂଶ ବିଜେଡି କର୍ମୀ ସମର୍ଥନ କରୁଛନ୍ତି ବୋଲି ରଘୁନାଥ ଦାବୀ କରିଛନ୍ତି। ଚିଲିକାରେ ନିଶ୍ଚିତ ବିଜେଡି ଜୟଯୁକ୍ତ ହେବ ବୋଲି ସେ କହିଛନ୍ତି।

ତେବେ ଏହାକୁ ନେଇ ବିପକ୍ଷ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ରଖାଯାଇଛି। ସେମାନେ ତାଙ୍କର ନାମ ପ୍ରକାଶ ନ କରି କହିଛନ୍ତି ଯେ, ରଘୁନାଥଙ୍କ ପାଖରେ ଯଦି ଦୁର୍ନିତିର ପ୍ରମାଣ ରହିଛି ତେବେ ସେ ଭିଜିଲାନସ କିମ୍ବା କୋର୍ଟକୁ ଯାଆନ୍ତୁ। ତାହା ନ କରି ନିଜର ବାହାଦୂରୀ ପାଇଁ ଏପରି ଲୋକଙ୍କ ଆଗରେ ମିଛକଥା କହିବା ଠିକ୍ ନୁହେଁ।

ଚଳିତ ଏନଏସି ଏବଂ ପଞ୍ଚାୟତ ନିର୍ବାଚନରେ ରଘୁନାଥ କିପରି ଦଳୀୟ ବିରୋଧରେ କାମ କରିଥିଲେ ତାହାର ପ୍ରମାଣ ଦଳ ପାଖରେ ରହିଛି। ଆଗାମୀ ଦିନରେ ରଘୁନାଥଙ୍କୁ ଲୋକେ ଉଚିତ ଜବାବ ଦେବେ ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି।

ହେଲେ ରଘୁନାଥ ଯେଉଁ ସରକାରୀ ଅଧିକାରୀମାନଙ୍କ ବିରୋଧରେ କହିଛନ୍ତି ସେମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। ଏକ ବିଶେଷ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସେମାନେ ଏ ନେଇ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଛନ୍ତି। ଏପରିକି ସେମାନଙ୍କ ଅଫିସର ସଂଘ ସହିତ ଯୋଗାଯୋଗ କରି କଣ କରାଯିବ ସେ ନେଇ ବିଚାର କରୁଥିବାର ଜଣାପଡିଛି। କାରଣ ସର୍ବ ସମ୍ମୁଖରେ ରଘୁନାଥଙ୍କ ଏପରି ମନ୍ତବ୍ୟ ସେମାନଙ୍କ ସମ୍ମାନ ଉପରେ ବାଧା ସୃଷ୍ଟି କରିଛି।

Chilika BJD Raghunath Sahoo ଚିଲିକା ବିଜେଡି ରଘୁନାଥ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 1, 2026

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦହିବରା ଆଳୁଦମ ଦିବସ ପାଳିତ

March 1, 2026

ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ ଜିଲ୍ଲା: ଡିଜିପି

March 1, 2026

ତୈଳ ସଙ୍କଟ ବଢାଇବା କି ଇସ୍ରାଏଲ-ଇରାନ ଯୁଦ୍ଧ, ଜାଣନ୍ତୁ କ’ଣ ରହିଛି ଭାରତର ଯୋଜନା?

March 1, 2026
Latest News

ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 1, 2026

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦହିବରା ଆଳୁଦମ ଦିବସ ପାଳିତ

March 1, 2026

ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ ଜିଲ୍ଲା: ଡିଜିପି

March 1, 2026

ପାକିସ୍ତାନ ସୀମାରୁ ୫ କୋଟିର ହେରୋଇନ୍ ଜବତ

March 1, 2026

ପାକିସ୍ତାନ ପରେ ଇରାନରେ ବିଫଳ ହେଲା ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ: କ୍ଷତିଗ୍ରସ୍ତ ହେଲା ଅନେକ ସହର

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.