Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ ଅବସରରେ ସ୍ତମ୍ଭ ଲେଖିଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ ଅବସରରେ ସ୍ତମ୍ଭ ଲେଖିଲେ ପ୍ରଧାନମନ୍ତ୍ରୀ

December 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଭାରତ ବିଧିବଦ୍ଧ ଭାବେ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ଲଗ୍‌ (ସ୍ତମ୍ଭ) ଜରିଆରେ ନିଜର ଅନ୍ତର୍ଦୃଷ୍ଟି ଉପସ୍ଥାପନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି:

‘‘ଭାରତ ଆଜି ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଛି, ବିଶେଷ ଅବସରରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ଲଗ ଜରିଆରେ ନିଜର ଅନ୍ତର୍ଦୃଷ୍ଟି ବ୍ୟକ୍ତ କରିଛନ୍ତି।

‘‘ସାମଗ୍ରିକ ଭାବେ ମାନବଜଗତର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଲାଗି ଭାରତକୁ ଜି୨୦ ଅଧ୍ୟକ୍ଷତା ମିଳିଛି।’’

‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ।’’

‘‘ଆଜି ସାରା ବିଶ୍ବ ଯେଉଁସବୁ ବଡ଼ ସମସ୍ୟାର ସମ୍ମୁଖିନ ହେଉଛି, କେବଳ ମିଳିତ ଭାବେ କାର୍ଯ୍ୟ କରି ସେସବୁ ସମସ୍ୟାର ସମାଧାନ କରାଯାଇପାରିବ।

‘‘ଭାରତ ବିଶ୍ବର ଏକ ସୂକ୍ଷ୍ମ ଜାଗତିକ ପ୍ରତିକୃତି।’’

‘‘ଭାରତରେ ସାମୂହିକ ନିର୍ଣ୍ଣୟ ନେବାର ସର୍ବପ୍ରାଚୀନ ପରମ୍ପରା ରହିଛି। ଗଣତନ୍ତ୍ରର ମୌଳିକ ଡିଏନଏରେ ଭାରତର ଅମୂଲ୍ୟ ଯୋଗଦାନ ରହିଛି।’’

‘‘ନାଗରିକଙ୍କ କଲ୍ୟାଣ ପାଇଁ ପ୍ରଯୁକ୍ତିର ଉପଯୋଗ କରିବା।’’

‘‘ଆମ ପୃଥିବୀର ସମସ୍ୟା ସମାଧାନ କରିବା, ଆମର ଗୋଟିଏ ପରିବାର ମଧ୍ୟରେ ସଦ୍ଭାବ ପ୍ରତିଷ୍ଠା କରିବା ଏବଂ ଆମର ଏକ ଭବିଷ୍ୟତ ପାଇଁ ଆଶା ଜାଗ୍ରତ କରିବା ପ୍ରତି ଆମେ ପ୍ରାଥମିକତା ଦେବୁ।’’

‘‘ଭାରତର ଜି୨୦ ଅଧ୍ୟକ୍ଷତା ସମାବେଶୀ, ମହତ୍ବାକାଂକ୍ଷୀ, କାର୍ଯ୍ୟ ଉନ୍ମୁଖୀ ଏବଂ ନିର୍ଣ୍ଣାୟକ ହେବ।’’

‘‘ଆସନ୍ତୁ ସମସ୍ତେ ମିଶି ଭାରତର ଜି୨୦ ଅଧ୍ୟକ୍ଷତାକୁ ସମାଧାନ, ସଦ୍ଭାବ ଓ ଆଶାର ଏକ ଅଧ୍ୟକ୍ଷତାରେ ପରିଣତ କରିବା।’’

ପ୍ରଧାନମନ୍ତ୍ରୀ ମଧ୍ୟ @narendramodi ରୁ କେତେକ ବିବରଣୀ ଶେୟାର କରିଛନ୍ତି ଏବଂ ଜି୨୦ ରାଷ୍ଟ୍ରର ନେତାମାନଙ୍କ ସହିତ ସମ୍ପର୍କ ଯୋଡ଼ିବା ଲାଗି ଚେଷ୍ଟା କରିଛନ୍ତି।

ସେ ଟୁଇଟ୍‌ କରିଛନ୍ତି

‘‘ଆଜି, ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରୁଛି, ଆଗାମୀ ବର୍ଷଗୁଡ଼ିକରେ ବିଶ୍ବ କଲ୍ୟାଣ ପାଇଁ ଆମେ କିଭଳି ଏକ ସମାବେଶୀ, ମହତ୍ବାକାଂକ୍ଷୀ, କାର୍ଯ୍ୟ ଉନ୍ମୁଖୀ ଏବଂ ନିର୍ଣ୍ଣାୟକ ଏଜେଣ୍ଡା ନେଇ କାମ କରିବାକୁ ଚାହୁଁଛୁ ସେ ସମ୍ପର୍କରେ ନିଜର ମତ ବ୍ୟକ୍ତ କରିଛି।

#G20India

@JoeBiden @planalto

ମୁଁ ଦୃଢ଼ ଭାବେ ବିଶ୍ବାସ କରିଥାଏ ଯେ ସାମଗ୍ରିକ ଭାବେ ମାନବତାର କଲ୍ୟାଣ ପାଇଁ ଚିରାଚରିତ ମାନସିକତାକୁ ବଦଳାଇ ଆଗକୁ ବଢ଼ିବା ଲାଗି ବର୍ତ୍ତମାନ ହିଁ ଉପଯୁକ୍ତ ସମୟ। #G20India

@MohamedBinZayed @AlsisiOfficial @RishiSunak @vonderleyen

ଏକତା ସପକ୍ଷରେ ଯୁକ୍ତି ବାଢ଼ୁଥିବା ଏବଂ ବୈଶ୍ବିକ ସମସ୍ୟାର ସମାଧାନ ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବାର୍ତ୍ତା ଦେଉଥିବା ଆମର ପ୍ରାଚୀନ ପରମ୍ପରାରେ ଅନୁପ୍ରାଣିତ ହେବା ଲାଗି ଏହା ହିଁ ସଠିକ ସମୟ।

G20India ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ

September 16, 2026

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

September 16, 2026

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

September 16, 2026
Latest News

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.