Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ନିର୍ବାଚନ ୨୦୧୯, ବିଜେଡ଼ିର ସୁସ୍ପଷ୍ଟ ବିଜୟ, ହେଲେ ଭବିଷ୍ୟତର ଆହ୍ଵାନ ବି କିଛି କମ ନୁହେଁ
ବିଶେଷ ଖବର

ଓଡିଶା ନିର୍ବାଚନ ୨୦୧୯, ବିଜେଡ଼ିର ସୁସ୍ପଷ୍ଟ ବିଜୟ, ହେଲେ ଭବିଷ୍ୟତର ଆହ୍ଵାନ ବି କିଛି କମ ନୁହେଁ

May 25, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡ଼ିଶା ରାଜନୀତିର ଫଳାଫଳ ଏବେ ସୁସ୍ପଷ୍ଟ। ପଞ୍ଚମ ଥର ପାଇଁ ପୁଣି ବାଜି ମାରି ନେଇଛନ୍ତି ବିଜେଡି ସୁପ୍ରିମୋ। ପୁଣିଥରେ ନିଜର ଲୋକପ୍ରିୟତାକୁ ପ୍ରମାଣିତ ରଖିଛନ୍ତି। ନବୀନ ବାବୁ ଫାଇଲିନ, ହୁଡ ହୁଡ, ତିତିଲି ଏବଂ ଫନି ଭଳି ମହାବାତ୍ୟା ବିପର୍ଯୟ କୁ ସଫଳତା ର ସହ ମୁକାବିଲା କରିପାରିଥିବା ବେଳେ ବହୁ ଲୋକ ଲୋକକଲ୍ୟାଣକାରୀ ଯୋଜନା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ  ମୋଦୀ ଓ ଅମିତ ଶାହ ଙ୍କ ଘନ ଘନ ଗସ୍ତ ଏବଂ ପୋଡା ଟ୍ରାନ୍ସଫର୍ମର ଭଳି ଆରୋପ କୁ ଅତି ଚତୁରତାର ସହ ଆଡେଇ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛନ୍ତି। କିନ୍ତୁ ଚଳିତ ନିର୍ବାଚନ ରାଜନୀତିର ଯାତ୍ରା ତାଙ୍କ ପାଇଁ  ବେଶ୍‌ ସହଜସାଧ୍ୟ ନଥିଲା। ଦଳରେ ବହୁ ତୁଙ୍ଗ ନେତା ଦଳ ଛାଡ଼ିଥିବାବେଳେ ନୂଆ ତଥା ଅନ୍ୟାନ୍ୟ ଦଳର ତୁଙ୍ଗ ନେତାମାନେ ନବୀନଙ୍କୁ ଭରସା କରିଥିଲେ। ନିର୍ବାଚନ ପୂର୍ବରୁ ବହୁ ରାଜନୈତିକ ସମୀକ୍ଷକମାନେ ମଧ୍ୟ ଓଡ଼ିଶାର ଦଳବଦଳ ରାଜନୀତିକୁ ଦେଖି କିଛି ସ୍ପଷ୍ଟ ସୂଚନା ଦେଇପାରିନଥିଲେ। ତଥାପି ଏତେ ସବୁ ଭିତରେ ବିଜେଡ଼ି ତା’ର ସ୍ଥିତି ସୁଦୃଢ କରିପାରିଛି। ଚଳିତ ଥର ନିର୍ବାଚନ ଫଳାଫଳକୁ ଦେଖିଲେ ବିଜେଡ଼ିକୁ ବହୁ ଟକ୍କର ସାମ୍ନା କରିବାକୁ ପଡିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ଗୋଟିଏ ଆସନ ଲାଭ କରିଥିବାବେଳେ ଚଳିତ ଥର ପାଇଛି  ୮ଟି ଆସନ। ଯାହା ଓଡ଼ିଶା ରାଜନୀତିରେ ବେଶ୍‌ ପ୍ରଭାବ ପକାଇଛି। ରାଜ୍ୟରେ ବିଜେପି ଯେ ତା’ର ଦବଦବା ଜାହିର୍‌ କରୁଛି, ଏଥିରେ ସନ୍ଦେହ ନାହିଁ। ଓଡ଼ିଶା ରାଜନୀତିର ତିନି ପ୍ରମୁଖ ଦଳ ଭିତରେ କଂଗ୍ରେସ ଧରାଶାୟୀ ହୋଇପଡିଥିବାବେଳେ ବିଜେଡ଼ିକୁ ଟକ୍କର ଦେଉଛି ବିଜେପି। ଚଳିତ ଲୋକସଭା ଫଳାଫଳକୁ ଦେଖିଲେ, ଏହା ସହଜରେ ଅନୁମାନ କରାଯାଇପାରେ। ବିଜେଡ଼ିର ବହୁ ହେଭିଓ୍ବେଟ୍‌ ନେତାଙ୍କୁ ଏଥର ପରାଜୟ ସ୍ବୀକାର କରିବାକୁ ପଡିଛି। ଗତ ଥର ୨୦ଟି ଲୋକସଭା ଆସନ ପାଇଥିବାବେଳେ ଚଳିତ ଥର ପାଇଛି ୧୨ଟି ଆସନ। ଆଗାମୀ ଭବିଷ୍ୟତରେ ବିଜେଡ଼ିର କଡା ପ୍ରତିଦ୍ବନ୍ଦ୍ବୀ ଭାବେ ବିଜେପି ଉଭା ହୋଇସାରିଛି।  ଯଦିଓ ବିଧାନସଭା ଆସନରେ ଏହା ମାତ୍ର ୨୩ଟି ଆସନରେ ସୀମିତ ରହିଛି। ତେବେ ଆଗାମୀ ସମୟରେ ଏହାର ଚିତ୍ର ବଦଳିପାରେ ବୋଲି ଅନୁମାନ କରାଯାଉଛି।

ଚଳିତ ଓଡ଼ିଶା ରାଜନୀତିରେ ବହୁତ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୋଟିଏ ହେଲା ଏଠାରେ ନବୀନ ହାଓ୍ବା ପ୍ରବଳ, ଅନ୍ୟ ନେତାଙ୍କ ଚିହ୍ନବର୍ଣ୍ଣ  ନାହିଁ। ଏହାର ପ୍ରମାଣ ସ୍ବରୂପ ଆମେ ବିଜେଡ଼ିର ଦୁଇ ପୂର୍ବ ବରିଷ୍ଠ ତୁଙ୍ଗ ନେତା ତଥା ବର୍ତ୍ତମାନ ବିଜେପି ନେତା ବୈଜୟନ୍ତ ପଣ୍ଡା ଓ ଦାମ ରାଉତଙ୍କ କଥା ବିଚାର କରିପାରିବା। ଦୁହେଁ ଦଳୀୟ ରାଜନୀତିରେ ବେଶ୍‌ ସକ୍ରିୟ ଥିଲେ ଓ ତାଙ୍କର ଲୋକବଳ ତଥା ସଙ୍ଗଠନ ଦୃଢ ରହିଥିଲା, କିନ୍ତୁ ଦଳ ପରିବର୍ତ୍ତନ ପରେ ତାଙ୍କୁ ପରାଜୟ ସ୍ବୀକାର କରିବାକୁ ପଡିଛି। ଓଡ଼ିଶାର ସାଧାରଣ ଜନତା ତାଙ୍କ ଦଳ ବଦଳକୁ ଠିକ୍‌ରେ ଗ୍ରହଣ କରିପାରିନାହାନ୍ତି, ଯଦିଓ ତାଙ୍କୁ ବହୁ ମାତ୍ରାରେ ଲୋକସମର୍ଥନ ମିଳୁଥିଲା। ଦୀର୍ଘ ଦଶନ୍ଧି ଧରି ରାଜଧାନୀ ଲୋକସଭା ଆସନରେ ବିଜେଡ଼ି ରାଜ୍‌ କରୁଥିବାବେଳେ ପ୍ରଥମଥର ପାଇଁ ବିଜେପିର ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବାଜି ମାରି ନେଇଛନ୍ତି। ଜଣେ ପୂର୍ବତନ ଆଇଏଏସ୍‌ ଅଫିସରଙ୍କ ଉପରେ ସହରବାସୀ ବେଶ୍‌ ଭରସା କରିଛନ୍ତି। ଅବଶ୍ୟ ବିଜେପି ପ୍ରାର୍ଥୀ ଅପରାଜିତା ପାରମ୍ପରିକ ଦଳୀୟ ପ୍ରଚାରରୁ ଟିକିଏ ଭିନ୍ନ ନିଜେ ଲୋକଙ୍କ ସହିତ ମିଶିଥିଲେ, ଯାହାକୁ ସହରବାସୀ ତଥା ବସ୍ତିବାସିନ୍ଦାମାନେ ବୋଧେ ଗ୍ରହଣ କରିନେଇଗଲେ।

ଚଳିତ ରାଜନୀତିରେ ନବୀନଙ୍କ ୩୩ ପ୍ରତିଶତ ମହିଳା ସଂରକ୍ଷଣରେ ବହୁ ନବାଗତ ନାରୀ ନେତ୍ରୀମାନେ ରାଜନୀତିରେ ସାମିଲ୍‌ ହୋଇଛନ୍ତି। ସର୍ବକନିଷ୍ଠ ସାଂସଦ ଭାବେ କେନ୍ଦୁଝର ଲୋକସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ବିଜେତା ହୋଇଥିବାବେଳେ ଆସ୍କା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରମିଳା ମଲ୍ଲିକ ବହୁ ସଂଖ୍ୟାରେ ଭୋଟ୍‌ ପାଇ ଜୟଯୁକ୍ତ ହୋଇଛନ୍ତି, ଯାହା ରାଜନୀତିରେ ମହିଳାଙ୍କ ସକ୍ରିୟତାକୁ ବେଶ୍‌ ପ୍ରମାଣ କରୁଛି। ଚଳିତ ରାଜନୀତିରେ ମହିଳାଙ୍କ ଭାଗଦାରିତା ବେଶ୍‌ ଦେଖାଯାଇଛି। ସେହିପରି ଓଡ଼ିଶା ରାଜନୀତିରେ ପରିବାରବାଦ ରାଜନୀତି ମଧ୍ୟ ଦେଖିବାକୁ ମିଳିଥିଲା। ବାପ ବଦଳରେ ପୁଅ ଓ ବାପ ପୁଅ ଓ ଭାଇ ଭାଇ, ଭଉଣୀ, ଭଉଣୀ ତଥା ସ୍ବାମୀ ସ୍ତ୍ରୀ ମଧ୍ୟ ଚଳିତ ଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ବଲାଙ୍ଗୀର ଲୋକସଭା ଆସନରୁ ବିଜେଡ଼ି ପ୍ରାର୍ଥୀ କଳିକେଶ ସିଂହଦେଓଙ୍କୁ ତାଙ୍କ ଭାଉଜ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ହରାଇଥିବାବେଳେ କଳିକେଶଙ୍କ ଭାଇ ଅର୍କେଶ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରଥମଥର ପାଇଁ ନିର୍ବାଚନ ଲଢି ଥିବା ବେଳେ ତାଙ୍କୁ ମଧ୍ୟ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ସେହିପରି ଦୁଇ ଭଉଣୀ ସୁନୀତା ବିଶ୍ବାଳ ଓ ଅନୀତା ବିଶ୍ବାଳ ମଧ୍ୟ ପରାଜିତ ହୋଇଛନ୍ତି। ସେହିପରି ବାପ-ପୁଅ ରାଜନୀତିରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ଏଥର ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଥିବାବେଳେ ସେ ମଧ୍ୟ ପରାଜୟର ସ୍ବୀକାର କରିଛନ୍ତି। ବିଜେପି ନେତା ଦାମ ରାଉତ ଓ ତାଙ୍କ ପୁତ୍ର ସମ୍ବିତ୍‌ ରାଉତରାୟଙ୍କ ରାଜନୀତି ବେଶ୍‌ ଚର୍ଚ୍ଚାରେ ରହିଥିଲା, ଦୁହେଁ ଯଥାକ୍ରମେ ବିଜେପି ଓ ବିଜେଡ଼ିରୁ ନିର୍ବାଚନ ଲଢୁଥିବାବେଳେ ଜନତା ବାପଙ୍କ ସାଥ୍‌ ଛାଡ଼ି ପୁଅଙ୍କ ସାଥ୍‌ ଦେଇଛନ୍ତି। ବିଜେଡ଼ିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ଵାଳଙ୍କ ପୁଅ ବାଙ୍କୀ ତଥା କଟକ ଚୌଦ୍ବାର ଆସନରୁ ବିଜୟୀ ହୋଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ମଧ୍ୟ ବାସୁଦେବପୁର  ଆସନରୁ ଜିଣିଛନ୍ତି।

ସେହିପରି ଏହି ନିର୍ବାଚନରେ ରେ ଅଭିନେତା ନେତାଙ୍କ ଉପରେ ଭାରି ହୋଇଛନ୍ତି। ବୈଜୟନ୍ତଙ୍କ ବିରୋଧରେ ଅଭିନେତା ଅନୁଭବ ମହାନ୍ତି  ବେଶ୍‌ ଭାରି ହୋଇଛନ୍ତି। ବିଜେପି ଟିକଟରେ  ଲଢିଥିବା ଅଭିନେତ୍ରୀ ପିଙ୍କି ପ୍ରଧାନ, ଅପରାଜିତା ମହାନ୍ତି ଜନତାଙ୍କ ସମର୍ଥନ ପାଇନାହାନ୍ତି। ପଶ୍ଚିମ ଓଡ଼ିଶାରେ ବିଜେପି ତା’ର ସ୍ଥିତିକୁ ଅନେକାଂଶରେ ଦୃଢ କରିପାରିଛି। ସମ୍ବଲପୁର ଲୋକସଭା ଆସନରେ ବିଜେଡ଼ିର ରାସେଶ୍ବରୀ ପାଣିଗ୍ରାହୀଙ୍କୁ ପରାସ୍ତ  ଦେଇଛନ୍ତି ବିଜେପିର ଜୟ ନାରାୟଣ ମିଶ୍ର। ସେହିପରି ବରଗଡ଼ ଆସନରୁ ବିଜେଡ଼ିର ତୁଙ୍ଗ ନେତା ପ୍ରସନ୍ନ ଆଚାର୍ଯ୍ୟକୁ ବେଶ୍‌ ଟକ୍କର ଦେଇଛନ୍ତି ସୁରେଶ ପୂଜାରୀ। ସମ୍ପ୍ରତି ନିର୍ବାଚନୀ ଫଳାଫଳକୁ ଦେଖିଲେ ଓଡ଼ିଶାବାସୀ କିଛିକାଂଶରେ ନିଜର ମତ ପରିବର୍ତ୍ତନ କରୁଛନ୍ତି ବୋଲି ଜଣାପଡୁଛି। ଆମେ ଯଦି ପୋଷ୍ଟାଲ୍‌ ଭୋଟ୍‌କୁ ଦେଖିବା ତେବେ ଏହାକୁ ଟିକେ ଅଧିକ ଭାବରେ ବୁଝିପାରିବା। ଲୋକସଭାର ୨୧ଜଣ ପ୍ରାର୍ଥୀଙ୍କ ପୋଷ୍ଟାଲ୍‌ ଭୋଟ୍‌କୁ ଲକ୍ଷ୍ୟ କଲେ, ଏହା ସ୍ପଷ୍ଟ ଯେ, ପୋଷ୍ଟାଲ୍‌ ଭୋଟ୍‌ରେ ବିଜେପିକୁ ଅଧିକ ସଫଳତା ମିଳିଛି। ଯାହା ଆଗାମୀ ସମୟରେ ବିଜେଡ଼ି ପାଇଁ ନିଶ୍ଚିତ ରୂପେ ଚିନ୍ତାର ବିଷୟ ହୋଇପାରେ। ସେହିପରି ଚଳିତ ନିର୍ବାଚନରେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ନୋଟା। ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ରରେ ହୋଇଥିବା ମତଦାନରେ ନବରଙ୍ଗପୁରରେ ସର୍ବାଧିକ ‘ନୋଟା’ ଭୋଟ ରହିଛି। ଏଠାରେ ୪୪,୫୮୨ଟି ଭୋଟ ‘ନୋଟା’କୁ ଯାଇଛି। ଜଗତସିଂହପୁରରେ ସର୍ବନିମ୍ନ ୬୦୫୭ ଭୋଟ ‘ନୋଟା’କୁ ଯାଇଛି। କୋରାପୁଟରେ ୩୬,୫୬୧ଟି ଭୋଟ ଯାଇଛି। ମୟୁରଭଞ୍ଜରେ ୨୧,୩୫୭, କଳାହାଣ୍ଡି ୨୧,୧୯୯, କେନ୍ଦୁଝର ୧୯,୨୦୭, ଆସ୍କା ୧୭,୩୪୪, ବଲାଙ୍ଗୀର ୧୬,୦୦୧, ବ୍ରହ୍ମପୁର ୧୪,୩୮୧, ବରଗଡ ୧୪,୧୬୭, ସୁନ୍ଦରଗଡ ୧୩,୬୭୫, ସମ୍ବଲପୁର ୧୩,୪୫୬, କନ୍ଧମାଳ ୧୩,୨୫୩, ଢେଙ୍କାନାଳରେ ୧୧,୨୫୪ , ବାଲେଶ୍ବରରେ ୭୪୩୬, କଟକ ୭୨୩୬, ପୁରୀ ୭୨୧୭, ଯାଜପୁର ୭୧୬୧, କେନ୍ଦ୍ରାପଡା ୬୫୮୮, ଭଦ୍ରକ ୬୫୩୬, ଭୁବନେଶ୍ବର ୬୧୫୬ ଓ ଜଗତସିଂହପୁରରେ ସର୍ବନିମ୍ନ ୬୦୫୭ ଭୋଟ ‘ନୋଟା’କୁ ଯାଇଛି।

ତେବେ ସମ୍ପ୍ରତି ନିର୍ବାଚନ ତଥା ରାଜନୀତିକୁ ନେଇ ସାଧାରଣରେ ବେଶ୍‌ ଉତ୍ସାହ ରହିଛି, ଲୋକେ ଆଗାମୀ ସମୟରେ ନିଜକୁ ଠିକ୍‌ ରୂପେ ପ୍ରମାଣିତ କରିବାକୁ ବେଶ୍‌ ଆଗ୍ରହୀ। ତେଣୁ ରାଜନୈତିକ ବ୍ୟକ୍ତିବିଶେଷ ତଥା ନେତୃବୃନ୍ଦମାନେ ନିଜକୁ ସମୀକ୍ଷା କରିବା ସହିତ ନିଜର ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରିବା ନିହାତି ଜରୁରୀ।

 

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ମମତା ସରକାରଙ୍କୁ ବଡ଼ ଝଟକା: ED ଅଧିକାରୀଙ୍କ ବିରୁଦ୍ଧରେ FIR ଉପରେ ରୋକ ​​ଲଗାଇଲେ ସୁପ୍ରିମକୋର୍ଟ

January 15, 2026

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

January 15, 2026
Latest News

ଆଜି ଜାନୁୟାରୀ 16 ତାରିଖ ଶୁକ୍ରବାରରେ ଏହି ରାଶିର ଭାଗ୍ୟଚକ୍ର ରହିଛି ସମୃଦ୍ଧ

January 16, 2026

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.