Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଦ୍ମପୁର ଫଇସଲା: ମାଣବସା ଗୁରୁବାର ଦିନ ମା ଲକ୍ଷ୍ମୀ କାହାକୁ କରିବେ ଆର୍ଶିବାଦ
ଜାତୀୟ ଖବର

ପଦ୍ମପୁର ଫଇସଲା: ମାଣବସା ଗୁରୁବାର ଦିନ ମା ଲକ୍ଷ୍ମୀ କାହାକୁ କରିବେ ଆର୍ଶିବାଦ

December 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Barsha pradip
ପଦ୍ମପୁର ଫଇସଲା: ମାଣବସା ଗୁରୁବାର ଦିନ ମା ଲକ୍ଷ୍ମୀ କାହାକୁ କରିବେ ଆର୍ଶିବାଦ

ଭୁବନେଶ୍ବର: ଆସନ୍ତାକାଲି ହେଉଛି ଶେଷ ଗୁରୁବାର। ଆସନ୍ତାକାଲି ମଧ୍ୟ ହେଉଛି ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି। ସଂଧ୍ୟା ସୁଦ୍ଧା ଫଳାଫଳ ଜଣାପଡିଯିବ। ତେବେ ଏହିପରି ଏକ ପବିତ୍ର ଦିନରେ ମା ଲକ୍ଷ୍ମୀ କାହାକୁ ଆର୍ଶିବାଦ କରିବେ ସେ ନେଇ ସମସ୍ତଙ୍କର ରହିଛି ନଜର। ବର୍ଷା, ପ୍ରଦୀପ ନା ସତ୍ୟଭୂଷଣ କାହା ପ୍ରତି ମା’ଙ୍କ ଶୁଭ ଦୃଷ୍ଟି ରହିବ !

କାରଣ ଏଥର ପଦ୍ମପୁର ଉପନିର୍ବାଚନ ଯେଉଁ ଭଳି ହେଲା, ତାହା ବିଗତ ଉପନିର୍ବାଚନରେ କେବେ ବି ଦେଖିବାକୁ ମିଳି ନ ଥିଲା। ବିଜେଡି ଓ ବିଜେପି ମଧ୍ୟରେ ଭୋଟ ପାଇଁ ସତସତିକା ଯୁଦ୍ଧ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଡପିଟଠାରୁ ଆରମ୍ଭ କରି ଗାଳିଗୁଲଜ ପର୍ଯ୍ୟନ୍ତ କଥା ଯାଇଥିଲା। ଫଳରେ ଏହି ନିର୍ବାଚନର ଫଳାଫଳକୁ ନେଇ ସାରା ଓଡିଶାବାସୀ ଅନେଇ ରହିଛନ୍ତି।

ତେବେ ଗଣନା ପୂର୍ବରୁ ବିଭିନ୍ନ ଦଳର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। କଂଗ୍ରେସ ଦଳର ବିଧାୟକ ସୁର ରାଉତରାୟ କହୁ କହୁ ସତ କହିଦେଇଛନ୍ତି। ସେ ଖୋଲାଖୋଲି କହିଲେ ଯେ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ। ସେ ଆଉ ଜିତିବା କଥା କହିଲେ ନାହିଁ। ସେ କହିଲେ ପଦମପୁରରେ ବିଜେଡି ଏକ ନମ୍ବର ଏବଂ ବିଜେପି ଦୁଇ ନମ୍ବରରେ ରହିବ।

ସେହିପରି ବିଜେପି ତରଫରୁ ମଧ୍ୟ ପଦ୍ମପୁର ଫଳାଫଳକୁ ନେଇ ଆକଳନ କରାଯାଇଛି। ଦଳର ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ପଦ୍ମପୁରରେ ବିଜେପି ଜିତିବ। ତେବେ ଭୋଟ ବ୍ୟବଧାନ ଦଶ ହଜାର ଭିତରେ ରହିବ ବୋଲି ସେ କହିଛନ୍ତି। ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହିସାବ ଅଲଗା। ସେ କହିଲେ ଯେ ପଦ୍ମପୁରରେ ବିଜେପି ଆଠ ହଜାର ଭୋଟରେ ଜିତିବ।

କିନ୍ତୁ ବିଜେଡି ବେଧଡକରେ ବସି ରହିଛି। ଧାମନଗରରେ ହିସାବ କିତାବ ଭୁଲ ହୋଇଯାଇ ଥିବାରୁ, ପଦ୍ମପୁରରେ ତାହାକୁ ସୁଧରା ଯାଇଛି। ତେଣୁ ପଦ୍ମପୁରରେ ବିଜେଡି ବହୁ ଭୋଟରେ ଜିତିବ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି। ଗତ ନିର୍ବାଚନରେ ବିଜୟ ରଂଜନ ସିଂ ବରିହା ପାଞ୍ଚ ହଜାର ବ୍ୟବଧାନରେ ବିଜୟୀ ହୋଇଥିଲେ। ହେଲେ ଏଥର ବର୍ଷା ସିଂ ବରିହା ବହୁଗୁଣ ଅଧିକ ଭୋଟରେ ଜିତିବେ ବୋଲି ଦେବୀ ମିଶ୍ର କହିଛନ୍ତି।

ତେବେ ରାଜନୈତିକ ସମୀକ୍ଷକଙ୍କର ମତ ଯେ, ପଦ୍ମପୁରରେ ଦ୍ବମୁଖୀ ପ୍ରତିଦ୍ବନ୍ଦିତା ହୋଇଛି। ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ହୋଇଛି। ହେଲେ ଲୋକଙ୍କ ମୁଡକୁ ଯଦି ଆକଳନ କରାଯିବ ତେବେ ସେଠାରେ ବିଜେଡି ଜିତିବାର ସମ୍ଭାବନା ଅଧିକ ରହିଛି। କାରଣ ଖୋଦ ମୁଖ୍ୟମନ୍ତ୍ରୀ ପ୍ରଚାର କରିଥିବାରୁ ବିଜେଡି ଅଧିକ ଭୋଟ ନେବ ବୋଲି ଜଣାପଡିଛି।

Padampur Byelection ପଦମପୁର ଉପନିର୍ବାଚନ ପଦ୍ମପୁର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

April 1, 2026

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଡ଼ ଆଶ୍ଵସ୍ତି: ଫୌଜଦାରୀ ମାନହାନି ମାମଲା ଖାରଜ କଲେ କୋର୍ଟ

April 1, 2026

ଆଜି ଲକ୍ଷ୍ନୌ ବନାମ ଦିଲ୍ଲୀ ମ୍ୟାଚ୍ କିପରି ମାଗଣାରେ ଲାଇଭ୍ ଦେଖିବେ?: ଜାଣନ୍ତୁ….

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026
Latest News

ଭୁବନେଶ୍ୱର ରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

April 1, 2026

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଡ଼ ଆଶ୍ଵସ୍ତି: ଫୌଜଦାରୀ ମାନହାନି ମାମଲା ଖାରଜ କଲେ କୋର୍ଟ

April 1, 2026

ଆଜି ଲକ୍ଷ୍ନୌ ବନାମ ଦିଲ୍ଲୀ ମ୍ୟାଚ୍ କିପରି ମାଗଣାରେ ଲାଇଭ୍ ଦେଖିବେ?: ଜାଣନ୍ତୁ….

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026

୭୮ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ଡିଜିପି

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.