Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏନଏଫଏସଏ ଓ ଟିପିଡିଏସ ପରିଚାଳନା ମୂଲ୍ୟାଙ୍କନ: ରାଜ୍ୟ ମାନ୍ୟତା ସୂଚକାଙ୍କର ଶୀର୍ଷରେ ଓଡ଼ିଶା
ଜାତୀୟ ଖବର

ଏନଏଫଏସଏ ଓ ଟିପିଡିଏସ ପରିଚାଳନା ମୂଲ୍ୟାଙ୍କନ: ରାଜ୍ୟ ମାନ୍ୟତା ସୂଚକାଙ୍କର ଶୀର୍ଷରେ ଓଡ଼ିଶା

December 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ)ର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ରାଜ୍ୟ ମାନ୍ୟତା ସୂଚକାଙ୍କ ୫ ଜୁଲାଇ, ୨୦୨୨ରେ ଜାରି କରାଯାଇଛି। ଏହି ମାନ୍ୟତାରେ ଓଡ଼ିଶା ୦.୮୩୬ ସ୍କୋର ସହିତ  ପ୍ରଥମ ସ୍ଥାନ ହାସଲ କରିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ), ୨୦୧୩  ଏବଂ ଲକ୍ଷ୍ୟ ଆଧାରିତ ସାଧାରଣ ବଣ୍ଟନ ପ୍ରଣାଳୀ (ଟିପିଡିଏସ) କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ସରକାର ଏହି ଦୁଇଟି ଯୋଜନାରେ ଖାଦ୍ୟଶସ୍ୟ ବିତରଣର ମୂଲ୍ୟାଙ୍କନ କରୁଛନ୍ତି। ଏହି କ୍ରମରେ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ଏନଏଫଏସଏ ମୂଲ୍ୟାଙ୍କନ ସୂଚକାଙ୍କ ପ୍ରକାଶିତ ହୋଇଛି।

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ଏହି ସୂଚକାଙ୍କ ତିନୋଟି ସ୍ତମ୍ଭ ଉପରେ ଆଧାରିତ ଯାହାକି ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧାନର ବିଭିନ୍ନ ଦିଗକୁ ବିବେଚନା କରିଥାଏ। ପ୍ରତ୍ୟେକ ସ୍ତମ୍ଭରେ ବିଭିନ୍ନ ମାପଦଣ୍ଡ ରହିଛି ଯାହା ଏହି ମୂଲ୍ୟାଙ୍କନକୁ ସମର୍ଥନ କରିଥାଏ। ପ୍ରଥମ ସ୍ତମ୍ଭରେ ଏନଏଫଏସଏ, ଉପଯୁକ୍ତ ହିତାଧିକାରୀଙ୍କୁ ସାମିଲ କରିବା ଏବଂ ଏନଏଫଏସଏ ଅଧୀନରେ ସବୁ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ଅନ୍ତର୍ଭୂକ୍ତ କରାଯାଇଛି। ଦ୍ବିତୀୟ ସ୍ତମ୍ଭ ବିତରଣ ପ୍ଲାଟଫର୍ମକୁ ବିଶ୍ଳେଷଣ କରିଥାଏ ଏବଂ ଏଥିରେ ଖାଦ୍ୟ ଶସ୍ୟ ଆବଣ୍ଟନ, ଏହାର ପରିବହନ ଏବଂ ଅନ୍ତିମ ସୋପାନରେ ଥିବା ସୁଲଭ ବିକ୍ରୟ କେନ୍ଦ୍ରରେ ପହଞ୍ଚାଇବା ପ୍ରତି ଧ୍ୟାନ ଦିଆଯାଏ। ତୃତୀୟ ସ୍ତମ୍ଭରେ ବିଭାଗର ପୁଷ୍ଟିସାଧନ ପ୍ରୟାସ ଉପରେ ଧ୍ୟାନ ଦିଆଯାଇଛି।

ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତାର ପରିବେଶ ସୃଷ୍ଟି କରିବା, ଆପୋସ ସହଯୋଗ ଓ ପରସ୍ପର ଠାରୁ ଶିକ୍ଷା ଲାଭ କରିବା, ପାରଦର୍ଶିତା ବଢ଼ାଇବା ଏବଂ ଗବେଷଣା ଓ ବିଶ୍ଳେଷଣ ପାଇଁ ସର୍ବସାଧାରଣ ମଞ୍ଚରେ ପ୍ରାମାଣିକ ତଥ୍ୟ ପ୍ରକାଶିତ କରିବା ଲାଗି ରାଜ୍ୟ ମାନ୍ୟତା ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ, ଶୀର୍ଷ ସ୍ଥାନରେ ରହିଥିବା ରାଜ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ତରରେ କୌଣସି ଖାଦ୍ୟ ଓ ପୁଷ୍ଟିସାଧନ ମାଧ୍ୟମକୁ କାର୍ଯ୍ୟକାରୀ କରିବାର ପ୍ରସ୍ତାବ ନାହିଁ। ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ଏନଏଫଏସଏର ସାମଗ୍ରିକ ଢାଞ୍ଚା ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କର ଶ୍ରେଷ୍ଠ ପଦ୍ଧତିକୁ ଗ୍ରହଣ କରିବା ଲାଗି ସମ୍ପୂର୍ଣ୍ଣ ସ୍ବାଧୀନ ଅଟନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏନଏଫଏସଏ ରାଜ୍ୟ ମାନ୍ୟତା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.