Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଦମପୁରରେ ଧାମନଗର ବଦଲା ନେଲା ବିଜେଡି, ୪୨ ହଜାର ଭୋଟରେ ବର୍ଷା ବିଜୟୀ
ବିଶେଷ ଖବର

ପଦମପୁରରେ ଧାମନଗର ବଦଲା ନେଲା ବିଜେଡି, ୪୨ ହଜାର ଭୋଟରେ ବର୍ଷା ବିଜୟୀ

December 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଦମପୁରରେ ଧାମନଗର ବଦଲା ନେଲା ବିଜେଡି, ୪୨ ହଜାର ଭୋଟରେ ବର୍ଷାଙ୍କ ବିଜୟ

ଭୁବନେଶ୍ବର: ଶେଷରେ ଧାମନଗରର ବଦଲା ପଦମପୁରରେ ନେଇଛି ବିଜୁ ଜନତା ଦଳ। ଦଳ ଯାହା ଆକଳନ କରିଥିଲା ତାହା ହିଁ ହେଲା। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ ହଜାର ୦୬୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେହି ନିର୍ବାଚନ ମଣ୍ଡଳୀରୁ ତାଙ୍କର ବାପା ମାତ୍ର ପାଞ୍ଚ ହଜାର ବ୍ୟବଧାନରେ ବିଜୟ ଲାଭ କରିଥିଲେ। ହେଲେ ଝିଅ ପୁରା ସୀମା ପାର ହୋଇ ବିଜୟ ହାସଲ କଲେ।

ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଶେଷ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଥିବାର ଜଣାପଡିଛି। ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଭୋଟ୍ ରହିଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ।

ତେବେ ବର୍ଷାଙ୍କୁ ୧୩୫ ଖଣ୍ଡ ପୋଷ୍ଟାଲ ବାଲାଟ ଭୋଟ ମିଳିଛି। ଇଭିଏମ ଓ ପୋଷ୍ଟାଲ ବାଲାଟ ମିଶାଇ ବର୍ଷା ୧୧୯୬୬୪୭ ଖଣ୍ଡ ଭୋଟ ପାଇଛନ୍ତି।

ଗଣତି ଆରମ୍ଭରୁ ହିଁ ବର୍ଷା ପ୍ରତି ରାଉଣ୍ଡରେ ଥିଲେ। ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା। କୌଣସି ଗୋଟିଏ ରାଉଣ୍ଡରେ ମଧ୍ୟ ବିଜେପି ଭୋଟରେ ବିଜେଡ଼ିକୁ ପଛରେ ପକାଇ ପାରି ନ ଥିଲା।

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଦୟନୀୟ ଥିଲା। ଭୋଟର ବିଜେପିକୁ ପ୍ରତ୍ୟାଖାନ କରିଥିବା ବେଳେ କଂଗ୍ରେସର ରାଜନୈତିକ ପ୍ରାସଙ୍ଗିକତାକୁ ଉପନିର୍ବାଚନରେ ପ୍ରଶ୍ନ କରିଛନ୍ତି।

ପଦମପୁର ଫଳାଫଳ ପଦମପୁରରେ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

୪୭ତମ ଅଖିଳ ଭାରତୀୟ ରେଳବାଇ ବ୍ରିଜ୍ ଚାମ୍ପିଅନସିପ୍: ଜାଣନ୍ତୁ ଶ୍ରେଷ୍ଠ ଦଳ କିଏ?

November 20, 2025

ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଗ୍ରାମସଭା ଆୟୋଜନ କଲା ଏମ୍ସ ଭୁବନେଶ୍ବର

November 20, 2025

Collectors & SPs Conference: ୮ଟି ବିଷୟରେ ଧ୍ୟାନ ଦେବାକୁ ଏସପି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

November 19, 2025

ଭୁବନେଶ୍ୱରରେ ଦୁଇ ଦିନିଆ ଚିନ୍ତନ ଶିବିରରେ ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ

November 19, 2025
Latest News

ଭବ୍ୟ ଏବଂ ଐତିହାସିକ ପରେଡ ସହିତ ଶୁଭାରମ୍ଭ ହେବ ଆଇଏଫଏଫଆଇ ୨୦୨୫

November 20, 2025

Reliance Consumer Products: ପୋଷା ପ୍ରାଣୀ ଖାଦ୍ୟ ବଜାରରେ ପ୍ରବେଶ କଲା ରିଲାଏନ୍ସ

November 20, 2025

୪୭ତମ ଅଖିଳ ଭାରତୀୟ ରେଳବାଇ ବ୍ରିଜ୍ ଚାମ୍ପିଅନସିପ୍: ଜାଣନ୍ତୁ ଶ୍ରେଷ୍ଠ ଦଳ କିଏ?

November 20, 2025

ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଗ୍ରାମସଭା ଆୟୋଜନ କଲା ଏମ୍ସ ଭୁବନେଶ୍ବର

November 20, 2025

ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

November 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.