Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫେବୃଆରୀ ୧୫ ମଧ୍ୟରେ ପଡା ଗ୍ରାମ ରାଜସ୍ୱ ଗ୍ରାମକୁ ହେବ ପରିବର୍ତ୍ତନ, ରାଜସ୍ବ ବିଭାଗର ନିଷ୍ପତି
ଜାତୀୟ ଖବର

ଫେବୃଆରୀ ୧୫ ମଧ୍ୟରେ ପଡା ଗ୍ରାମ ରାଜସ୍ୱ ଗ୍ରାମକୁ ହେବ ପରିବର୍ତ୍ତନ, ରାଜସ୍ବ ବିଭାଗର ନିଷ୍ପତି

December 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫେବୃଆରୀ ୧୫ ମଧ୍ୟରେ ପଡା ଗ୍ରାମ ରାଜସ୍ୱ ଗ୍ରାମକୁ ହେବ ପରିବର୍ତ୍ତନ, ରାଜସ୍ବ ବିଭାଗର ନିଷ୍ପତି

ଭୁବନେଶ୍ୱର: ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପଡା ଗ୍ରାମରୁ ନୂତନ ଗ୍ରାମ, ନୂଆ ରାଜସ୍ୱ ନିରକ୍ଷକଙ୍କ କାର୍ଯ୍ୟାଳୟ ଓ ମୋ ସରକାରର ଅନ୍ତର୍ଗତ ସମସ୍ତ ସେବା ପ୍ରଦାନ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସମସ୍ତ ଡିଭିଜନର ଡିଭିଜନର ରାଜସ୍ୱ ଆୟୁକ୍ତ, ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ବିଭାଗୀୟ ଅଧିକାରୀ ପଡା ଗ୍ରାମରୁ ନୂତନ ଗ୍ରାମ ସୃଷ୍ଟି ପାଇଁ ନିର୍ଗମନ ହୋଇଥିବା ବିଭିନ୍ନ ବିଜ୍ଞପ୍ତି ଉପରେ ଆଲୋକପାତ କରିଥିଲେ। ୨୦୨୧ ମସିହାରେ ହୋଇଥିବା ବିଜ୍ଞପ୍ତିରେ ପଡା ଗ୍ରାମରେ ୨୫୦ ରୁ କମ ଲୋକ ଥିଲେ ମଧ୍ୟ ରାଜସ୍ୱ ଗ୍ରାମ ଓ ପଡା ଗ୍ରାମ ମଧ୍ୟରେ ଗମନାଗମନରେ କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥିଲେ, ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା ପାଇଁ ବିଚାର କରାଯାଇପାରିବାର ବ୍ୟବସ୍ଥା ରହିଛି।

ସେହିପରି ପଡା ଗ୍ରାମଟି ରାଜସ୍ୱ ଗ୍ରାମର ୫୦୦ ମିଟର ଦୂରତା ମଧ୍ୟରେ ଥିଲେ ମଧ୍ୟ, ପଡା ଗ୍ରାମର ଲୋକସଂଖ୍ୟା ୩୦୦ରୁ ଅଧିକ ହେଲେ, ସେହି ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ହେବାପାଇଁ ଜିଲ୍ଲାପାଳ ପ୍ରସ୍ତାବ ପଠାଇପାରିବେ। ପଡାଗ୍ରାମଟିର ଲୋକସଂଖ୍ୟା ୨୫୦ ରୁ ଅଧିକ ହୋଇ ରାଜସ୍ୱ ଗ୍ରାମରୁ ଦୂରତା ୫୦୦ ମିଟରରୁ ଅଧିକ ହେଲେ, ସେହି ପଡ଼ା ଗ୍ରାମ ମଧ୍ୟ ରାଜସ୍ୱ ଗ୍ରାମ ହୋଇପାରିବ। ପଡା ଗ୍ରାମ ରାଜସ୍ୱ ଗ୍ରାମ ହେଲା ପରେ ମଧ୍ୟ ପଡା ଗ୍ରାମର ବାସିନ୍ଦାମାନେ ଆବଶ୍ୟକ ସ୍ଥଳେ ପୁରୁଣା ରାଜସ୍ୱ ଗ୍ରାମର ଗୋଚର ଓ ସର୍ବସାଧାରଣ ଜାଗା ଯଥା ଶ୍ମଶାନ ଆଦି ବ୍ୟବହାର କରିପାରିବେ।

ମନ୍ତ୍ରୀ ସମସ୍ତ ଜିଲ୍ଲାପାଳମାନଙ୍କୁ ଏହିପରି ନୂତନ ଗ୍ରାମର ପ୍ରସ୍ତାବ ଫେବୃଆରୀ ୧୫ ତାରିଖ ସୁଦ୍ଧା ଭୁ-ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକଙ୍କ ନିକଟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନୂତନ ଭାବେ ସୃଷ୍ଟି ହୋଇଥିବା ଗ୍ରାମରେ ଥିବା ଜମିଜମା ସମ୍ବନ୍ଧୀୟ ଦସ୍ତାବିଜ ତୁରନ୍ତ ଭୂଲେଖ ପୋର୍ଟାଲରେ ଅଦ୍ୟତନ କରିବା ପାଇଁ ନିର୍ଦ୍ଦେଶ ଦଆଯାଇଛି।

ଲୋକମାନେ ଯେପରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନ ଆସି ଉଭୟ ସମୟ ଓ ଅର୍ଥର ଅପଚୟ ନ କରି ଇ-ପାଉତି ମାଧ୍ୟମରେ ଖଜଣା ଦେଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମନ୍ତ୍ରୀ ମହୋଦୟା ନୂତନ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ସହାୟକ ରାଜସ୍ୱ ନିରୀକ୍ଷକ ଓ ଅମିନମାନଙ୍କୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ନିଯୁକ୍ତିପତ୍ର ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ପ୍ରତ୍ୟେକ ଦିନ ମୋ ସରକାର ମାଧ୍ୟମରେ ଲୋକଙ୍କ ସହ କଥା ହୋଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କଠୁ ଉତ୍କୋଚ ନେଲେ, ଲୋକଙ୍କୁ ଖରାପ ବ୍ୟବହାର କଲେ ଓ କାର୍ଯ୍ୟରେ ଅବହେଳା କଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ମାନନୀୟ ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ କଡା ତାଗିଦ କରିଛନ୍ତି।

ପ୍ରମିଳା ମଲ୍ଲିକ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସତ୍ୟବ୍ରତ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.