Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକ: ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା
ବିଶେଷ ଖବର

ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକ: ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

December 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଲକାତା: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କୋଲକାତା ଠାରେ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ବିହାରର ଉପମୁଖ୍ୟମନ୍ତ୍ରୀ, ଓଡ଼ିଶାର ମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ପରିଷଦ ଅଧୀନରେ ଆସୁଥିବା ରାଜ୍ୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଗତ ୮ ବର୍ଷ ମଧ୍ୟରେ କ୍ଷେତ୍ରୀୟ ପରିଷଦର ବୈଠକରେ ୧୦୦୦ରୁ ଅଧିକ ବିଷୟ ଉପରେ ଆଲୋଚନା ହୋଇଛି ସେଥିମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ପ୍ରସଙ୍ଗର ସମାଧାନ ହୋଇଛି। ଏହା ବହୁତ ବଡ଼ ସଫଳତା। ସେ କହିଥିଲେ ଯେ ୨୦୦୬ରୁ ୨୦୧୩ ପର୍ଯ୍ୟନ୍ତ କ୍ଷେତ୍ର ପରିଷଦର ମୋଟ ୬ଟି ବୈଠକ ଅନୁଷ୍ଠିତ ହୋଇଥିଲା (ବାର୍ଷିକ ହାରାହାରୀ ଗୋଟିଏରୁ ମଧ୍ୟ କମ ବୈଠକ), କିନ୍ତୁ ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୮ ବର୍ଷ ମଧ୍ୟରେ, କୋଭିଡ ମହାମାରୀ ସତ୍ତ୍ବେ, ମୋଟ୍‌ ୨୩ଟି ବୈଠକ (ଆଜିକୁ ମିଶାଇ) ଅନୁଷ୍ଠିତ ହୋଇସାରିଛି (ବାର୍ଷିକ ହାରାହାରୀ ୩ଟି ବୈଠକ)। ଶ୍ରୀ ଶାହା କହିଥିଲେ ଯେ,  କ୍ଷେତ୍ରୀୟ ପରିଷଦ ବୈଠକର ପୁନରାବୃତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ଏବଂ ଏହାର ପରିଣାମ ମଧ୍ୟ ମିଳିଛି ଯାହାକୁ ସବୁ ରାଜ୍ୟ ସରକାର, କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭାଗର ସହଯୋଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି ଏବଂ ଏଥିରେ ଆନ୍ତଃରାଜ୍ୟ ପରିଷଦ ସଚିବାଳୟ ସକ୍ରିୟ ଭୂମିକା ଗ୍ରହଣ କରୁଛି।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା କହିଥିଲେ ଯେ, କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ବିଗତ ବର୍ଷଗୁଡ଼ିକ ମଧ୍ୟରେ ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟମାନଙ୍କରେ ଭିତ୍ତିଭୂମି ବିକଶିତ କରିବା ଲାଗି ଯଥେଷ୍ଟ କାର୍ଯ୍ୟ କରିଛନ୍ତି। ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗତିଶକ୍ତି ଯୋଜନାର ପରିକଳ୍ପନାରେ ଏକ ବଡ଼ ଭାଗ ପୂର୍ବାଞ୍ଚଳର ରାଜ୍ୟମାନଙ୍କରେ ରହିଛି କାରଣ ଶ୍ରୀ ମୋଦୀ ସବୁବେଳେ ଏହି ଅଞ୍ଚଳର ବିକାଶ ଉପରେ ଗୁରୁତ୍ବାରୋପ କରି ଆସିଛନ୍ତି। ଆସନ୍ତା ୨୫ ବର୍ଷ ସ୍ବାଧୀନତାର ଅମୃତ କାଳ ସମୟରେ ଭାରତର ବିକାଶ ଯାତ୍ରାରେ ଦେଶର ପୂର୍ବାଞ୍ଚଳ କ୍ଷେତ୍ର ମହତ୍ବପୂର୍ଣ୍ଣ ଯୋଗଦାନ ଦେବ। ଶ୍ରୀ ଅମିତ ଶାହା କହିଥିଲେ ଯେ, ୨୫ତମ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକ ଭଲ ଓ ସକାରାତ୍ମକ ପରିବେଶରେ ଅନୁଷ୍ଠିତ ହୋଇଛି, ଅନେକ ପ୍ରସଙ୍ଗରେ ସହମତି ହୋଇଛି ଏବଂ ବାକି ପ୍ରସଙ୍ଗ ଉପରେ ମଧ୍ୟ ଆପୋସ ବିଚାରବିମର୍ଶ କରାଯାଇ ସମସ୍ୟାର ସମାଧାନ କରାଯିବ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଦେଶର ପୂର୍ବାଞ୍ଚଳ କ୍ଷେତ୍ର ପ୍ରାୟତଃ ବାମପନ୍ଥୀ ଉଗ୍ରବାଦ ମୁକ୍ତ ହୋଇସାରିଛି ଏବଂ ଏହି ନିର୍ଣ୍ଣାୟକ ପ୍ରଭାବକୁ ବଜାୟ ରଖିବା ଲାଗି ପ୍ରୟାସ କରାଯିବା ଉଚିତ। ଏସବୁ ରାଜ୍ୟକୁ ବାମପନ୍ଥୀ ଉଗ୍ରବାଦ ମୁକ୍ତ ରଖିବା ଏବଂ ଦେଶର ଅନ୍ୟ ପ୍ରାନ୍ତ ଭଳି ସମାନ ବିକାଶ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ନାର୍କୋଟିକ୍ସ ନିରାକରଣ ଲାଗି ଏନସିଓଆରଡି ପ୍ରଣାଳୀର ଜିଲ୍ଲାସ୍ତରୀୟ ଢାଞ୍ଚ ଓ ଏହାର ନିୟମିତ ବୈଠକ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ। ସେ କହିଥିଲେ ଯେ ଆଜି ଦେଶରେ ମାଦକ ଦ୍ରବ୍ୟ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଜାରି ରହିଛି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଡ୍ରଗ୍ସ ବିରୋଧରେ ଅଭିଯାନକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି।

ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ନିଜ ନିଜ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମୟରେ ରାଜ୍ୟମାନଙ୍କର ସାଂସ୍କୃତିକ ବିବିଧତା ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବିଶ୍ବ ସମ୍ମୁଖରେ ଉପସ୍ଥାପିତ କରିବା ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅନୁରୋଧ କରିଥିଲେ।

ଅମିତ ଶାହା ଓଡିଶା କେନ୍ଦ୍ର ଗୃହ ମନ୍ତ୍ରୀ କୋଲକାତା ଝାଡ଼ଖଣ୍ଡ ପଶ୍ଚିମବଙ୍ଗ ବିହାର
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି

July 13, 2026

ପୁରୁଷ ଦଳର ପରାଜୟର ପ୍ରତିଶୋଧ ନେଲା ମହିଳା ଦଳ: ଇଂଲଣ୍ଡକୁ ପରାସ୍ତ କଲା ଭାରତ

July 13, 2026

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026

ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ

July 13, 2026
Latest News

ବିସ୍ତୃତ ରାଶିଫଳ: ଜୁଲାଇ ୧୪ ତାରିଖ ମଙ୍ଗଳବାରରେ ଛଅଟି ରାଶିର ବ୍ୟକ୍ତି ହେବେ ମାଲାମାଲ

July 14, 2026

କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି

July 13, 2026

ଟେକ୍ ମହିନ୍ଦ୍ରା ସହ ସୋଆର ଏମ୍‌ଓୟୁ ସ୍ୱାକ୍ଷର

July 13, 2026

ଆସନ୍ତା ଚାରି ଦିନ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା: ସିଇସି

July 13, 2026

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.