Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାକ୍ ବୈଦେଶିକ ମନ୍ତ୍ରୀଙ୍କୁ କଡା ଜବାବ ଦେଲା ଭାରତୀୟ ସୁଫି ପରିଷଦ: କହିଲା ଭାରତରେ ମୁସଲମାନ ଅଧିକ ସୁରକ୍ଷିତ
ଜାତୀୟ ଖବର

ପାକ୍ ବୈଦେଶିକ ମନ୍ତ୍ରୀଙ୍କୁ କଡା ଜବାବ ଦେଲା ଭାରତୀୟ ସୁଫି ପରିଷଦ: କହିଲା ଭାରତରେ ମୁସଲମାନ ଅଧିକ ସୁରକ୍ଷିତ

December 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ଅପମାନଜନକ ମନ୍ତବ୍ୟକୁ ଅଖିଳ ଭାରତୀୟ ସୁଫି ସଜାଦାନସିନ୍ ପରିଷଦ ନିନ୍ଦା କରିଛି ଏବଂ ତାଙ୍କର ବିବୃତ୍ତିକୁ ବିଷାକ୍ତ ବୋଲି କହିଛି। ମିଳିତ ଜାତିସଂଘରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଲାୱଲ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆପତ୍ତିଜନକ ବିବୃତ୍ତି ଦେଇଛନ୍ତି। ବିଲାୱଲଙ୍କ ଖରାପ ଟିପ୍ପଣୀକୁ ନେଇ ଭାରତର ଲୋକଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି।

ବିଲାୱଲଙ୍କ ଅଶ୍ଳୀଳ ମନ୍ତବ୍ୟକୁ ହତାଶରେ ଦିଆଯାଇଥିବା ବିବୃତ୍ତି ବୋଲି ଭାରତ କହିଛି। ଏଥି ସହିତ ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ସମଗ୍ର ଦେଶରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି।

ଅଖିଳ ଭାରତୀୟ ସୁଫି ସଜାଦାନସିନ୍ ପରିଷଦର ମୁଖ୍ୟ ହଜରତ ସୟଦ ନାସିରୁଦ୍ଦିନ ଚିସ୍ତି କହିଛନ୍ତି ଯେ, ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ କେବଳ ତାଙ୍କ ସ୍ଥିତିକୁ ନୁହେଁ ବରଂ ସମଗ୍ର ପାକିସ୍ତାନର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛନ୍ତି। ଚିସ୍ତି କହିଛନ୍ତି ଯେ, ପାକିସ୍ତାନ ମନେରଖିବା ଉଚିତ୍ ଯେ, ଭାରତୀୟ ମୁସଲମାନମାନେ ତାଙ୍କ ଦେଶ ଅପେକ୍ଷା ଅଧିକ ସୁରକ୍ଷିତ ଏବଂ ଭଲ ସ୍ଥିତିରେ ଅଛନ୍ତି। ପାକିସ୍ତାନ ସରକାରଙ୍କ ନାକ ତଳେ ଆତଙ୍କବାଦୀ ଓସାମା ବିନ୍ ଲାଦେନକୁ ଆମେରିକୀୟ ସୈନ୍ୟବାହିନୀ ହତ୍ୟା କରିଥିବା କଥା ଭୁଟ୍ଟୋ ଭୁଲି ଯାଇଛନ୍ତି।

ଅଖିଳ ଭାରତୀୟ ସୁଫି ସଜାଦାନସିନ୍ ପରିଷଦର ମୁଖ୍ୟ କହିଛନ୍ତି ଯେ, ଭୁଟ୍ଟୋଙ୍କୁ ମୋର ପରାମର୍ଶ ଭାରତକୁ ପାକିସ୍ତାନ ସହ ତୁଳନା କରିବା ନୁହେଁ କାରଣ ଆମର ସମ୍ବିଧାନ ସମସ୍ତ ଧର୍ମର ସ୍ୱାଧୀନତାକୁ ନିଶ୍ଚିତ କରିଥାଏ। ସମସ୍ତ ମୁସଲମାନ ଭାରତୀୟ ହୋଇଥିବାରୁ ଗର୍ବିତ ଅନୁଭବ କରନ୍ତି।

ନରେନ୍ଦ୍ର ମୋଦୀ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ବାତ୍ୟା ମୁକାବିଲା: ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

November 19, 2026

ଏବେ ଦେଶର ପେଟ୍ରୋଲ ପମ୍ପଗୁଡ଼ିକରେ ସଙ୍କଟ!: କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ଡିଲର

November 19, 2026

ପୁଣି ବଢିଲା ମୂଲ୍ୟ: ମଇଁଷି କ୍ଷୀର ୬ ଏବଂ ଗାଈ କ୍ଷୀର ୨ ଟଙ୍କା ମହଙ୍ଗା

November 19, 2026

ଆଜିଠାରୁ ରାଇଜିଂ ଷ୍ଟାର୍ସ ଏସିଆ କପ୍: ଦେଖନ୍ତୁ କାର୍ଯ୍ୟସୂଚୀ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

November 19, 2026
Latest News

କୋଟିଆ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ: ତାରାଙ୍କ ଆତ୍ମାହୁତି ଧମକ, ରଘୁରାମଙ୍କ ପାଲଟା ଜବାବ

November 19, 2026

ବାଲୁଗାଁରେ ଏବିଭିପି ପକ୍ଷରୁ ‘ସଂସ୍କାର କେନ୍ଦ୍ର’ ଆରମ୍ଭ

November 19, 2026

ସମ୍ଭାବ୍ୟ ବାତ୍ୟା ମୁକାବିଲା: ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

November 19, 2026

ବାଂଲାଦେଶକୁ ପରାସ୍ତ କରି WTC ମାନ୍ୟତାର ଶୀର୍ଷରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା

November 19, 2026

ବାଣପୁର ବ୍ଲକରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ: ସମ୍ଭାବ୍ୟ ବାତ୍ୟା ଉପରେ କଲା ପ୍ରସ୍ତୁତି ସମୀକ୍ଷା

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.