Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା କଂଗ୍ରେସର ନିର୍ବାଚନ ପ୍ରସ୍ତୁତି, ବରିଷ୍ଠ ନେତାଙ୍କ ବୈଠକରେ ନିଆଗଲା କଡା ନିଷ୍ପତି
ଜାତୀୟ ଖବର

ଓଡିଶା କଂଗ୍ରେସର ନିର୍ବାଚନ ପ୍ରସ୍ତୁତି, ବରିଷ୍ଠ ନେତାଙ୍କ ବୈଠକରେ ନିଆଗଲା କଡା ନିଷ୍ପତି

December 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
ଓଡିଶା କଂଗ୍ରେସର ନିର୍ବାଚନ ପ୍ରସ୍ତୁତି, ବରିଷ୍ଠ ନେତାଙ୍କ ବୈଠକରେ ନିଆଗଲା କଡା ନିଷ୍ପତି

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ଓଡିଶାର ରାଜନୈତିକ ଦଳଗୁଡିକ ବେଶ ଚଳଚଞ୍ଚଳ ହୋଇପଡିଛନ୍ତି। ବିଜେଡି, ବିଜେପି ପରି କଂଗ୍ରେସ ମଧ୍ୟ ବରିଷ୍ଠ ନେତାମାନଙ୍କୁ ନେଇ ତାହାର ରଣ ନୀତି ପ୍ରସ୍ତୁତ କରିଛି। ଗତକାଲି କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଦଳକୁ ସଜାଡିବା ପାଇଁ ନିଆଯାଇଛି ପଦକ୍ଷେପ।

ମୁଖ୍ୟତଃ ଦଳ ଭିତରେ ଯେଉଁମାନେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତି କରାଯାଇଛି। ସେମାନଙ୍କ ବିରୋଧରେ ଅତି କଠୋରୁ କଠୋରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେଲ୍ଲାକୁମାର କହିଛନ୍ତି। ଦଳ କହିଛି ଯେ, ଦଳ ବଡ଼ ବ୍ୟକ୍ତି ବଡ଼ ନୁହେଁ । ଆଜି ଯେଉଁମାନେ ନିଜକୁ ବହୁ ବଡ଼ ବଡ଼ ନେତାବୋଲି କହୁଛନ୍ତି ସେ ସମସ୍ତେ କଂଗ୍ରେସ ଦଳ ଯୋଗୁଁ ଆଜି ସମାଜରେ ଏହି ସ୍ଥିତିରେ ପଂହଚିଛନ୍ତି। କଂଗ୍ରେସ ଦଳ ଯୋଗୁଁ ବିଧାୟକ, ସାଂସଦ, ମନ୍ତ୍ରୀ ଇତ୍ୟାଦି ହୋଇଛନ୍ତି। ସମାଜରେ ସେମାନଙ୍କର ପରିଚୟ କଂଗ୍ରେସ ଦଳ ଦେଇଛି ବୋଲି ବୈଠକରେ କୁହାଯାଇଛି।

ହେଲେ ଏବେ କିଛି ଲୋକ ନିଜକୁ ଦଳ ଠାରୁ ବହୁତ ବଡ଼ ବୋଲି ଗଣମାଧ୍ୟମରେ କହି ବୁଲୁଛନ୍ତି, ଦଳର ଏବଂ ଦଳୀୟ ନେତୃବର୍ଗଙ୍କୁ ଗଣମାଧ୍ୟମରେ ଏବଂ ବିଭିନ୍ନ ମାଧ୍ୟମରେ ନିନ୍ଦିତ କରୁଛନ୍ତି ଏବଂ କରିବାର ପ୍ରୟାସ ଜାରି ରଖିଛନ୍ତି । ତଦ୍ୱାରା କଂଗ୍ରେସ ଦଳ ସାମୁହିକ ଭାବରେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି ଏବଂ ଜନମାନସରେ କଂଗ୍ରେସ ଦଳ ପ୍ରତି ଏକ ନୈରାଶ୍ୟ ମନୋଭାବ ଏହି ନେତୃବର୍ଗଙ୍କ ଦ୍ୱାରା ସୃଷ୍ଟି ହେଉଛି ବୋଲି ପ୍ରଭାରୀ ଡ. ଏ ଚେଲା କୁମାର କହିଛନ୍ତି।

ଚେଲ୍ଲା କୁମାର କହିଲେ ଯେ ଆଜି ଯେଉଁମାନେ ଦଳ ଠାରୁ ନିଜକୁ ଡେଙ୍ଗା ଭାବୁଛନ୍ତି ୪୦ ବର୍ଷ ପୂର୍ବରୁ ସେମାନଙ୍କର ସ୍ଥିତି ଓ ସାମାଜିକ ପରିଚୟ କ’ଣ ଥିଲା ତାହା ସେମାନେ ଆତ୍ମ ସମୀକ୍ଷା କରିବା ଦରକାର। ଏବେ ସମୟ ଆସିଛି କଂଗ୍ରେସ ଦଳକୁ ଓଡ଼ିଶାରେ ମଜବୁତ କରାଯିବ ଏବଂ ଓଡ଼ିଶାର ଜନସାଧାରଣଙ୍କୁ ଦୀର୍ଘ ୨୨ ବର୍ଷର ଅତ୍ୟାଚାର ଓ କୁଶାସନ ଏବଂ କେନ୍ଦ୍ରର ଏକ ୯ ବର୍ଷର ଜନବିରୋଧି ସରକାରଙ୍କୁ ବରଖାସ୍ତ କରିବାପାଇଁ ସସସ୍ତ ରଣକୌଶଳ ଓ ପ୍ରଚେଷ୍ଟା କରାଯିବ।

ଯେଉଁମାନେ ଶୃଙ୍ଖଳା ଭଙ୍ଗ କରୁଛନ୍ତି ଏବଂ ଏହି କାର୍ଯ୍ୟ ବାରମ୍ବାର କରି ଚାଲିଛନ୍ତି ସେମାନଙ୍କର ଆଉ ନିସ୍ତାର ନାହିଁ । ଓଡ଼ିଶାର ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ଜିଲ୍ଲା ଏବଂ ବ୍ଲକସ୍ତରର ନେତୃବର୍ଗ ଏପରିକି ରାଜ୍ୟସ୍ତରୀୟ ନେତୃବର୍ଗଙ୍କର ଆଶା, ଆଙ୍କାକ୍ଷା, ବିଶ୍ୱାସ ଓ ଭରଷାକୁ ଧୂଳିସାତ କରିବାକୁ ଦିଆଯିବ ନାହିଁ ବୋଲି ଚେଲ୍ଲାକୁମାର କହିଛନ୍ତି।

ଏ ଚେଲ୍ଲାକୁମାର ଓଡିଶା କଂଗ୍ରେସ କଂଗ୍ରେସ ପ୍ରଭାରୀ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026

ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ: ୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍

July 18, 2026

ସୋଆର ୨୦ ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ

July 18, 2026

ବିଜେପିରେ ସାମିଲ ହେଲେ ବହୁ ବିଜେଡି ଓ କଂଗ୍ରେସ ନେତା

July 18, 2026
Latest News

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026

ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ: ୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍

July 18, 2026

ସୋଆର ୨୦ ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ

July 18, 2026

ବିଜେପିରେ ସାମିଲ ହେଲେ ବହୁ ବିଜେଡି ଓ କଂଗ୍ରେସ ନେତା

July 18, 2026

ଆଜି ଜୁଲାଇ ୧୮ ତାରିଖ ଶନିବାର ଦିନ ସାତୋଟି ରାଶିର ଭାଗ୍ୟ ରହିବ ଭଲ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.