Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା
ଜାତୀୟ ଖବର

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା

December 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିକଟରେ କେତେକ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏକ ବୈଠକରେ ଅଧ୍ୟକ୍ଷତା କରି ଦେଶରେ କୋଭିଡ-୧୯ ପରିସ୍ଥିତି, ଜନସ୍ୱାସ୍ଥ୍ୟ ପଦ୍ଧତି ଉପରେ ତୀକ୍ଷ୍ଣ ନଜର, ଏହାର ପରିଚାଳନା ଓ ନିରାକରଣ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି. କେ. ପଲ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବୈଶ୍ୱିକ କୋଭିଡ-୧୯ ପରିସ୍ଥିତି ଓ ଦେଶୀୟ ଦୃଶ୍ୟପଟ ଉପରେ ସୂଚନା ଦିଆଯାଇଛି। ବିଶ୍ୱର କେତେକ ଦେଶ ଯଥା ଚୀନ, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ-୧୯ର ମାମଲା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏଥିରୁ ବାହାରୁଥିବା ନୂତନ ପ୍ରଜାତି ନେଇ, ବିଶେଷକରି ଆସୁଥିବା ପର୍ବପର୍ବାଣି ସମୟରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ଶେଷ ହୋଇନଥିବା ଉପରେ ଗୁରୁତ୍ୱ ଆରୋପ କରି ସେ ନିରୀକ୍ଷଣକୁ ଅଧିକ ବ୍ୟାପକ କରିବା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଜନସାଧାରଣଙ୍କୁ କୋଭିଡ ମାର୍ଗଦର୍ଶିକା ପାଳନ କରିବା ସହ କୋଭିଡରୁ ଦୂରେଇ ରହିବା ପାଇଁ ଟିକା ନେବାକୁ ନିବେଦନ କରିଥିଲେ।

ଡକ୍ଟର ମନସୁଖ ମାଣ୍ଡଭିୟ ନିରୀକ୍ଷଣ ପଦ୍ଧତିକୁ ଅଧିକ ବ୍ୟାପକ କରି ଜିନୋମ ସିକ୍ୱେନ୍ସିଂ ଜରିଆରେ ନମୁନାଗୁଡ଼ିକୁ ପରୀକ୍ଷା କରି ସମ୍ଭାବ୍ୟ କୋଭିଡ ପ୍ରଜାତିକୁ ଭାରତୀୟ ସାର୍ସ-କଭ ୨ ଜେନୋମିକ୍ସ କନସୋରଟିୟମ (ଆଇଏନଏସଏ ସିଓଜି) ନେଟୱର୍କ ଜରିଆରେ ସମୟୋଚିତ ଚିହ୍ନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହାଦ୍ୱାରା ଉପଯୁକ୍ତ ଜନସ୍ୱାସ୍ଥ୍ୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇପାରିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରତ୍ୟେକ କୋଭିଡ-୧୯ ପଜିଟିଭ ମାମଲାଗୁଡ଼ିକର ନୂତନ ପ୍ରଜାତି ଚିହ୍ନଟ ଲାଗି ଦୈନିକ ଭିତ୍ତିରେ (ଆଇଏନଏସଏ ସଓଜି) ଜିନୋମ ସ୍ୱିକ୍ୱେନ୍ସିଂ ପରୀକ୍ଷାଗାର ପଠାଇବା ଲାଗି ଅନୁରୋଧ କରାଯାଇଛି।

ଏକ ପ୍ରଦର୍ଶନ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭାରତରେ ମାମଲାର ଦ୍ରୁତ ହ୍ରାସ ନେଇ ସୂଚନା ଦିଆଯିବା ସହ ଡିସେମ୍ବର ୧୯, ୨ଠ୨୨ ସୁଦ୍ଧା ସପ୍ତାହରେ ୧୫୮ଟି ମାମଲା ଚିହ୍ନଟ ହୋଇଥିବା କୁହାଯାଇଛି। ମାତ୍ର ବୈଶ୍ୱିକ ସ୍ତରରେ ଦୈନିକ ଭିତିରେ ଗତ ଛଅ ସପ୍ତାହ ମଧ୍ୟରେ ଡିସେମ୍ବର ୧୯, ୨ଠ୨୨ରେ ସରୁଥିବା ସପ୍ତାହ ସୁଦ୍ଧା ଦୈନିକ ୫.୯ ଲକ୍ଷ ମାମଲା ଚିହ୍ନଟ ହୋଇଛି। ଚୀନରେ ଦ୍ରୁତ ସଂକ୍ରମଣକ୍ଷମ ବିଏଫ-୭ ଓମିକ୍ରନ ପ୍ରଜାତି ଚୀନର କୋଭିଡ ମାମଲା ବୃଦ୍ଧିର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ-୧୯ ସକ୍ରାନ୍ତ ସଂଶୋଧିତ ନିରୀକ୍ଷଣ ରଣନୀତିକୁ ମାର୍ଗଦର୍ଶିକା ଜୁନ ୨ଠ୨୨ରୁ ଜାରି କରାଯାଇଛି। ଏଥିରେ ସଅଳ ଚିହ୍ନଟ, ସଂଗରୋଧ, ପରୀକ୍ଷା ଓ ସମ୍ଭାବ୍ୟ ଓ ନିଶ୍ଚିତ ମାମଲାଗୁଡ଼ିକର ସମୟଭିତ୍ତିକ ପରିଚାଳନା ଓ ସାର୍ସ-କଭ-୨ ପ୍ରଜାତିର ପ୍ରସାର ରୋକିବା ପରିପ୍ରେକ୍ଷୀରେ କରାଯାଇଛି। ଏହାକୁ ସକ୍ରିୟ ଭାବେ ତ୍ୱରାନ୍ୱିତ କରିବାକୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ, ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ, ଜୈବ ପ୍ରଯୁକ୍ତିବିଦ୍ୟା ସେବା ସଚିବ ଡକ୍ଟର ଆର.ଏସ. ଗୋଖାଲେ, ଆୟୁଷ ସଚିବ ରାଜେଶ କୋଟେଚା, ସ୍ୱାସ୍ଥ୍ୟ ଗବେଷଣା ସଚିବ ଡକ୍ଟର ରାଜୀବ ଲାଲ, ଡିଜିଏସଏଚ ଡକ୍ଟର ଅତୁଲ ଗୋଏଲ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଲବ ଅଗ୍ରୱାଲ, କୋଭିଡ କାର୍ଯ୍ୟକାରୀ ଗୋଷ୍ଠୀ ଅଧ୍ୟକ୍ଷ ଡକ୍ଟର ଏନ.କେ. ଅରୋରା, ଟିକାକରଣ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ କୋଭିଡ଼-୧୯ ଡକ୍ଟର ମନସୁଖ ମାଣ୍ଡଭିୟ
Share. Facebook Twitter LinkedIn Email WhatsApp Copy Link

Related Posts

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ଦୁଇ କାର୍ ସହ ୬୮ କେଜି ଗଞ୍ଜେଇ ଜବତ

August 26, 2026

କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ: ୧୦ ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ପାଇଲଟ୍ ପ୍ରକଳ୍ପ

August 26, 2026

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ: ଅଢେଇ କୋଟି ଟଙ୍କା ହେରଫେର ଅଭିଯୋଗ

August 26, 2026

ଇସଲାମାବାଦ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୫ ନବଜାତ ଶିଶୁଙ୍କ ମୃତ୍ୟୁ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.