Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ଫେରିବ ମାସ୍କ ପିନ୍ଧା ନିୟମ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହେବ ଲାଗୁ
ଜାତୀୟ ଖବର

ପୁଣି ଫେରିବ ମାସ୍କ ପିନ୍ଧା ନିୟମ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହେବ ଲାଗୁ

December 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Mask Return
ପୁଣି ଫେରିବ ମାସ୍କ ପିନ୍ଧା ନିୟମ, କରୋନା ସଂକ୍ରାମଣକୁ ଦୃଷ୍ଟିରେ ରଖି ହେବ ଲାଗୁ

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ଲାଗୁ ହେବ ମାସ୍କ ପିନ୍ଧା ନିୟମ। କାରଣ ବର୍ତ୍ତମାନ କରୋନା ଯେପରି ଡରାଇଲାଣ ସେଥିରେ ଏହି ଲାଗୁ କରିବାକୁ ସରକାର ବାଧ୍ୟ ହେବେ। ତେବେ ଗତକାଲି ସ୍ବାସ୍ଥ୍ୟ ବିଭାଗ ବୈଠକରେ ଏହି ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ନିୟମ  ଲାଗୁ କରାଯାଇ ନାହିଁ। ହେଲେ ଖୁବ ଶିଘ୍ର ଏହାକୁ ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।

ଗତକାଲି ବୈଠକରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୋଭିଡ ଉପଯୁକ୍ତ ଆଚରଣ ପାଳନ ବିଶେଷ କରି ଆଗାମୀ ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ବିଶେଷ ଭାବରେ ସମ୍ବେଦନଶୀଳ ଏବଂ ବୟସ୍କ ବର୍ଗଙ୍କ ପାଇଁ ସତର୍କତାର ଡୋଜ୍‍ ଫଳପ୍ରଦ ହୋଇପାରେ।

ଔଷଧ, ଟିକା ଏବଂ ଡାକ୍ତରଖାନା ଶଯ୍ୟା ସମ୍ବନ୍ଧରେ ପର୍ଯ୍ୟାପ୍ତ ଉପଲବ୍ଧତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ନିୟମିତ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ସମୁଖ ଭାଗରେ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ କାର୍ଯ୍ୟକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମାନ ନିଃସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ଢଙ୍ଗରେ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ବୁ ସ୍ତରରେ କୋଭିଡ ଯନ୍ତ୍ରପାତି, ପ୍ରସ୍ତୁତି ପ୍ରକ୍ରିୟା ଏବଂ ମାନବ ସମ୍ବଳ ଦୃଷ୍ଟିରୁ ଭିତ୍ତିଭୂମିକୁ ଏକ ଉଚ୍ଚ ସ୍ତରରେ ପ୍ରସ୍ତୁତି ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଅମ୍ଳଜାନ ସିଲିଣ୍ଡର, ପିଏସ୍‍ଏ ପ୍ଲାଣ୍ଟ, ଭେଣ୍ଟିଲେଟର ଏବଂ ମାନବ ସମ୍ବଳ ସମେତ ହସ୍ପିଟାଲ ଭିତ୍ତିଭୂମିର କାର୍ଯ୍ୟ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କୋଭିଡ ପାଇଁ ଥିବା ବ୍ୟବସ୍ଥାଗୁଡିକର ଅଡିଟ୍ କରିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ପରୀକ୍ଷା ଏବଂ ଜେନୋମିକ୍ ସିକ୍ୱେନ୍ସିଂ ବଢାଇବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟମାନଙ୍କୁ ଜେନୋମ ସିକ୍ୱେନ୍ସିଂ ପାଇଁ ର୍ନିଦ୍ଦିଷ୍ଟ ଆଇଏନଏସଏସିଓଜି ଜେନୋମ ସିକ୍ୱେନ୍ସିଂ ପରୀକ୍ଷାଗାର (ଆଜିଏସଏଲଏସ) ସହିତ ଅଧିକ ସଂଖ୍ୟକ ନମୂନା ପଠାଇବାକୁ କୁହାଯାଇଛି। ଏହା ସଠିକ୍ ସମୟରେ ଏହି ନୂତନ ପ୍ରଜାତିକୁ ଚିହ୍ନଟ କରିପାରିବ, ଯଦି ଏହା ଥାଏ, ତେବେ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ସହଜ ହେବ।

corona covid19 କରୋନା କୋଭିଡ19
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026

ପେଲେଟ୍ ଗନ୍ ମାମଲା: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ପରେ ରୁଜ୍ଜୁ ହେଲା ମାମଲା

August 21, 2026

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026
Latest News

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026

ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.