Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିଜ ମା’ଙ୍କ ଶେଷକୃତ୍ୟ ଶେଷ କରି ଭାରତ ମାଆର ସେବା ଆରମ୍ଭ କଲେ ମୋଦୀ
ଜାତୀୟ ଖବର

ନିଜ ମା’ଙ୍କ ଶେଷକୃତ୍ୟ ଶେଷ କରି ଭାରତ ମାଆର ସେବା ଆରମ୍ଭ କଲେ ମୋଦୀ

December 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Modi

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଥିଲା ଏକ କଠିନ ଦିନ। କାରଣ ଗୋଟିଏ ପଟେ ନିଜ ମାଆ ହୀରାବେନଙ୍କ ଦେହାନ୍ତ ଅନ୍ୟପଟେ ଭାରତ ମାଆଙ୍କର ଉନ୍ନୟନ କାମ। ଏହି ଦୁଇଟି ଘଟଣାକୁ ଆଜି କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସକାଳୁ ସେ ମାଆ ହୀରାବେନଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ। ସେଠାରେ ସେ ମାଆଙ୍କୁ ମୁଖାଗ୍ନି ଦେଇ ଶବ ଶତ୍କାର କଲେ।

ଏହାପରେ ପ୍ରଧାନମନ୍ତ୍ରୀ କିଛି ସମୟ ପରେ ଗୁଜୁରାଟ ରାଜଭବନକୁ ଆସି ପୂର୍ବ ନିର୍ଦ୍ଧାରିତ ହୋଇଥିବା ଭାରତ ମାତାର କାମ ଆରମ୍ଭ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ କୋଲକତା ଯାଇ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା। ସେ ନୂଆଦିଲ୍ଲୀରୁ କୋଲକତା ଯିବା ପାଇଁ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ହେଲେ ଗତକାଲି ବିଳମ୍ବିତ ରାତିରେ ମାଆଙ୍କ ମୃତ୍ୟୁ ଖବର ମିଳିବା ପରେ ମୋଦୀ ନୂଆଦିଲ୍ଲୀରୁ ସିଧା ଅହମ୍ମଦାବାଦ ଯାଇଥିଲେ। ସେଠାରେ ସେ ମାଆଙ୍କୁ ହସପିଟାଲରୁ ଘରକୁ ଆଣି ଗାନ୍ଧୀନଗରରେ ହୋଇଥିବା ଶେଷକୃତ୍ୟରେ ମୁଖାଗ୍ନି ପ୍ରଦାନ କରିଥିଲେ। ଡାକ୍ତରଖାନାରୁ ମାଆଙ୍କ ଶବ ଆଣିବା ବେଳେ ଖୋଦ ପ୍ରଧାନମନ୍ତ୍ରୀ ମାଆଙ୍କ ଶବ ଥିବା ଆମ୍ବୁଲାନସରେ ନିଜେ ବସିଥିଲେ।

ସେହି ଭିତରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଘୋଷଣା କରାଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ ହେବ ନାହିଁ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ନ ଯାଇ ଭିଡିଓ କନଫ୍ରେନସିଂ ଜରିଆରେ ସେ ସବୁ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ଦିଆଯାଇଥିଲା।

ସେହି ଅନୁସାରେ ପ୍ରଧାନମନ୍ତ୍ରୀ ମାଆଙ୍କୁ ମୁଖାଗ୍ନି ଦେବା ପରେ ସେ ଗୁଜୁରାଟ ରାଜବଭନ ଆସି ପଶ୍ଚିମବଂଗରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ। ସେ ତାଙ୍କର ଭାଷଣରେ ପ୍ରଥମେ ସମସ୍ତଙ୍କୁ ସମ୍ବୋଧୀତ କରିଥିଲେ। ଏହାପରେ ସେ କହିଥିଲେ ଯେ, ଆଜି ମୁଁ କୋଲକତା ଯିବାର ଥିଲା। ହେଲେ କେତେକ କାରଣ ପାଇଁ ନିଜେ ଯାଇ ନ ପାରି ଭିଡିଓ କନପ୍ରେସିଂ ମାଧ୍ୟମରେ ଯୋଗଦେଲି। ସେଥିପାଇଁ ମୁଁ ଦୁଃଖିତ। ମୋଦୀଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହନରେ ସ୍ବାଗତ କରାଯାଇଛି।

narendra modi ନରେନ୍ଦ୍ର ମୋଦୀ ହୀରାବେନ ହୀରାବେନ ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026
Latest News

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.