Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହାଓଡା-ନ୍ୟୁ ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ହାଓଡା-ନ୍ୟୁ ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

December 30, 2022No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ଆଜି (୩୦.୧୨.୨୦୨୨) ହାଓଡାରୁ ନ୍ୟୁ-ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରାଇଛନ୍ତି। ଏହା ଆଭାସୀ ମାଧ୍ୟମରେ ସମ୍ପାଦିତ ହୋଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଜୋକା-ଏସପ୍ଲାନେଡ ମେଟ୍ରୋ ରେଳ ପ୍ରକଳ୍ପର ପର୍ପଲ ଲାଇନର ଜୋକା-ତାରତଲା ଖଣ୍ଡରେ ମେଟ୍ରୋ ଚଳାଚଳ ଶୁଭାରମ୍ଭ କରିଛନ୍ତି। ସେ ମଧ୍ୟ ଚାରିଟି ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେଗୁଡିକ ହେଲା ବୋଞ୍ଚି-ଶକ୍ତିଗଡ ତୃତୀୟ ଲାଇନ, ଡାଙ୍କୁଣୀ-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ, ନିମଟିଟା-ନ୍ୟୁ ଫାରାକ୍କା ଦୋହରା ଲାଇନ ଏବଂ ଆମ୍ବାରୀ ଫାଲକାଟା-ନ୍ୟୁ ମାୟାଁନାଗୁଡି-ଗୁମନିହାଟ ଦୋହରୀକରଣ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ମଧ୍ୟ ନ୍ୟୁ-ଜଳପାଇଗୁଡି ରେଳଷ୍ଟେସନ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି।

ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି ସ୍ୱୟଂ ଉପସ୍ଥିତ ହୋଇପାରି ନ ଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ। ଆଜିର ଦିନରେ ବଙ୍ଗଭୂମିକୁ ନତମସ୍ତକ ହେବାର ସମୟ ଓ ସ୍ୱାଧୀନତା ସଂଗ୍ରାମରେ ବଙ୍ଗଳାର ପ୍ରତିଟି ଧୂଳିକଣା ମିଶି ରହିଛି ବୋଲି କହିଥିଲେ। “ଯେଉଁ ମାଟିରୁ ଦିନେ ବନ୍ଦେ ମାତରମ୍ର ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ସେହି ମାଟିରୁ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଡିସେମ୍ବର ୩୦, ୧୯୪୩ ମସିହାରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ତ୍ରିରଙ୍ଗା ଉଡାଇବା ସହ ଭାରତର ସ୍ୱାଧୀନତା ସଂଗ୍ରାମର ଚକକୁ ଗତି ଦେଇଥିଲେ।

ସ୍ୱାଧୀନତାର ୭୫ତମ ବାର୍ଷିକୀରେ ଆଜିର ଦିନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଆଣ୍ଡାମାନ ଗସ୍ତର ସୁଯୋଗ ପାଇ ଆଣ୍ଡାମାନ ଦ୍ୱୀପକୁ ନେତାଜୀଙ୍କ ନାମରେ ନାମିତ କରିବାକୁ ଚାହିଁଛନ୍ତି। ସ୍ୱାଧୀନତାର ଅମୃତ ମହୋତ୍ସବରେ ଭାରତ ୪୭୫ଟି ବନ୍ଦେ ଭାରତ ଟ୍ରେନ ଚଳାଚଳକୁ ସଂକଳ୍ପ କରିଛି ଓ ଆଜି ହାଓଡାରୁ ନ୍ୟୁ-ଜଳପାଇଗୁଡିକୁ ଯାତ୍ରା ଆରମ୍ଭ କରିଥିବା ଟ୍ରେନ ସେଥିରୁ ଅନ୍ୟତମ। ଆଜି ଯେଉଁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି ସରକାର ସେଥିପାଇାଁ ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି।

ପରେ ପରେ ଗଙ୍ଗା ନଦୀର ସ୍ୱଚ୍ଛତା ଓ ପଶ୍ଚିମବଙ୍ଗକୁ ପାନୀୟଜଳ ଯୋଗାଣ ନେଇ କେତେକ ପ୍ରକଳ୍ପର ଲୋକାର୍ପଣ ନିମନ୍ତେ ସେ ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ନମାମି ଗଙ୍ଗେ ଯୋଜନାରେ ପଶ୍ଚିମବଙ୍ଗ ନିମନ୍ତେ ୨୫ଟିରୁ ଅଧିକ ବର୍ଜ୍ୟ ନିଷ୍ପାସନ ପ୍ରକଳ୍ପ ଅନୁମୋଦିତ ହୋଇଥିବାର ସେ ସୂଚନା ଦେଇଥିଲେ। ସେଥିରୁ ୧୧ଟିର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ସାତଟି କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହୋଇଛି। ପାଞ୍ଚଟି ନୂତନ ଯୋଜନା ପ୍ରାୟ ୧୫୦୦କୋଟି ଟଙ୍କା ବ୍ୟୟ ଅଟକଳରେ ଆଜିଠାରୁ ଆରମ୍ଭ ହେଉଛି। ଆଜି ଗଙ୍ଗା ସ୍ୱଚ୍ଛତା ବୋଲି ଏକ ପ୍ରକଳ୍ପର ଭିତ୍ତିଭୂମି ୬୦୦କୋଟି ଟଙ୍କାର ସୃଷ୍ଟି କରାଯାଉଛି। ନଦୀ ସଫା ସହ କେନ୍ଦ୍ର ସରକାର ଅନେକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରୁଛନ୍ତି। ଆସନ୍ତା ୧୦ରୁ ୧୫ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତୀୟ ରେଳବାଇର ସଂସ୍କାର ଓ ବିକାଶକୁ ଦେଶର ବିକାଶ ସହ ସଂଯୋଗ କରିଥିଲେ। ସେଥିପାଇଁ କେନ୍ଦ୍ର ସରକାର ଆଧୁନିକ ରେଳ ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ରେକର୍ଡ ପୁଞ୍ଜି ବିନିଯୋଗ କରୁଛନ୍ତି। ଭାରତୀୟ ରେଳବାଇର ଅବସ୍ଥାନ୍ତର ନିମନ୍ତେ ଏକ ଦେଶବ୍ୟାପୀ ଅଭିଯାନ ଚାଲୁଛି ବୋଲି ସେ କହିଥିଲେ। ବନ୍ଦେ ଭାରତ, ତେଜସ୍, ହମ ସଫର ଭଳି ଆଧୁନିକ ଟ୍ରେନ ଏବଂ ବନ୍ଦେ ଡ୍ରୋମ ଭଳି କୋଚ, ନ୍ୟୁ ଜଳପାଇଗୁଡି ସମେତ ରେଳଷ୍ଟେସନ ନବୀକରଣ ରେଳପଥ ଦୋହରୀକରଣ ଏବଂ ବିଦୁତୀକରଣ ଏହି ଆଧୁନିକୀକରଣର ଦୃଷ୍ଟାନ୍ତ।

ସେ ମଧ୍ୟ ପୂର୍ବ ଓ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ଯାହାକି ଲଜିଷ୍ଟିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କହିଥିଲେ। ରେଳବାଇ କ୍ଷେତ୍ରରେ ନିରାପତ୍ତା, ସ୍ୱଚ୍ଛତା, ସମନ୍ୱୟ,ସାମର୍ଥ୍ୟ, ସମୟାନୁବର୍ତ୍ତୀତା ଓ ସୁବିଧା ନେଇ ପରିବର୍ତ୍ତନ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଗତ ଆଠବର୍ଷ ମଧ୍ୟରେ ଭାରତୀୟ ରେଳବାଇ ଆଧୁନିକତାର ଭିତ୍ତିଭୂମିକୁ ନେଇ କାର୍ଯ୍ୟ କରୁଛି ଓ ଆଗାମୀବର୍ଷରେ ରେଳବାଇ ତା’ର ଆଧୁନିକ ଯାତ୍ରାରେ ଉପନୀତ ହୋଇଥିବା ଲକ୍ଷ୍ୟ ହାସଲ କରିବା ଉପଲବ୍ଧ ହେବ। ଗତ ୭୦ବର୍ଷ ମଧ୍ୟରେ ୨୦ହଜାର କିଲୋମିଟର ରେଳପଥ ବିଦ୍ୟୁତିକରଣ ହୋଇଥିବାବେଳେ, କେବଳ ୨୦୧୪ ପରଠାରୁ ୩୨ହଜାର କିଲୋମିଟର ରେଳପଥର ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହୋଇଛି। ମେଟ୍ରୋ ରେଳ ପଦ୍ଧତି ଆଜି ଭାରତୀୟ ଦ୍ରୁତ ଅଭିବୃଦ୍ଧିର ଉଦାହରଣ ପାଲଟିଛି। “୨୦୧୪ ମସିହା ପୂର୍ବରୁ ମାତ୍ର ୨୫୦ କିଲୋମିଟର ମେଟ୍ରୋ ନେଟୱାର୍କ ଓ ସବୁଠାରୁ ଅଧିକ ଦିଲ୍ଲୀ-ଏନସିଆରରେ ଥିବାବେଳେ,ଗତ ସାତ-ଆଠ ବର୍ଷ ମଧ୍ୟରେ ଏହା ୨୪ଟି ନଗରୀକୁ ସମ୍ପ୍ରସାରିତ ହୋଇଛି। ଆଜି ମେଟ୍ରୋ ଦେଶର ବିଭିନ୍ନ ନଗରୀରେ ପ୍ରାୟ ଆଠଶହ କିଲୋମିଟର ରାସ୍ତା ପରିକ୍ରମା କରୁଛି। ଏକ ହଜାର କିଲୋମିଟରରୁ ଅଧିକ ମେଟ୍ରୋ ରାସ୍ତା କାର୍ଯ୍ୟ ଚାଲୁଛି ବୋଲି ଶ୍ରୀ ମୋଦୀ କହିଥିଲେ।

ବିଗତ ବର୍ଷଗୁଡିକରେ ଭାରତରେ ଦେଖାଦେଇଥିବା ଆହ୍ୱାନଗୁଡିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ଦେଶ ବିକାଶ ଉପରେ ପ୍ରବଳ ନକରାତ୍ମକ ପ୍ରଭାବ ପକାଇଥିବା ପ୍ରକାଶ କରିଥିଲେ। ଦେଶର ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ଗୁଡିକ ମଧ୍ୟରେ ସମନ୍ୱୟ ଅଭାବକୁ ସେ ଦର୍ଶାଇଥିଲେ। ବିଭିନ୍ନ ପରିବହନ ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବର ନଜିର ଦେଇ ସେ ଗୋଟିଏ ସରକାରୀ ସଂସ୍ଥା ସମ୍ପର୍କରେ ତଥ୍ୟ ଅନ୍ୟ ସଂସ୍ଥା ପାଖରେ ନ ଥିଲା ବୋଲି କହିଥିଲେ।

“ଏହାର ସିଧାସଳଖ ପ୍ରଭାବ ଦେଶର ସଚ୍ଚୋଟ ଟିକସଦାତାଙ୍କ ଉପରେ ପଡିଥିଲା” ବୋଲି ସେ କହିଥିଲେ। ଯେତେବେଳେ ସେମାନଙ୍କ କଷ୍ଟକର ରୋଜଗାର ଅର୍ଥ ଗରିବଙ୍କ ପାଖକୁ ଯିବା ପରିବର୍ତ୍ତେ ଦୁର୍ନୀତି ଖୋର ଅଧିକାରୀଙ୍କ ପକେଟକୁ ଯିବ ସେତେବେଳେ ଅସନ୍ତୋଷ ବୃଦ୍ଧି ପାଇବା ସ୍ୱାଭାବିକ ବୋଲି ସେ କହିଥିଲେ। ସଂସ୍ଥାଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସରକାର ପିଏମ୍ ଗତିଶକ୍ତି ମଞ୍ଚ ଅଧୀନରେ ଆସିବେ। ସେ ଆହୁରି କହିଥିଲେ ପିଏମ ଗତିଶକ୍ତି କେବଳ ଦେଶର ବିଭିନ୍ନ ପରିବହନ ମାଧ୍ୟମରେ ସୀମିତ ନୁହଁ ବରଂ, ଏଗୁଡିକ ମଲଟି ମଡେଲ ପ୍ରକଳ୍ପ ଗୁଡିକୁ ମଧ୍ୟ ଗତି ପ୍ରଦାନ କରିଥାଏ। ନୂତନ ବିମାନବନ୍ଦର, ଜଳପଥ, ବନ୍ଦର ଓ ସଡକ ନିର୍ମାଣ ଦ୍ୱାରା ନାଗରିକମାନଙ୍କ ନିମନ୍ତେ ନିର୍ବିଘ୍ନ ସଂଯୋଗ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

“ଏକବିଂଶ ଶତାବ୍ଦୀରେ ଦେଶକୁ ଆଗେଇ ନେବାକୁ ହେଲେ ସାମର୍ଥ୍ୟର ସଠିକ୍ ଉପଯୋଗ କରିବାକୁ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶର ଜଳପଥ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିନଥିଲା ଯେତେବେଳେ ସମସ୍ତ କାର୍ଯ୍ୟ, ବ୍ୟବସାୟ ଓ ପର୍ଯ୍ୟଟନ ପାଇଁ ଜଳପଥ ଉପରେ ଜନସାଧାରଣ ବହୁତ ନିର୍ଭରଶୀଳ ଥିଲେ। ମାତ୍ର ପରେ ପରେ ଦାସତ୍ୱ ଯୋଗୁଁ ଏହା ଧ୍ୱଂସ ହୋଇଗଲା।” ଭାରତ ଏହାର ଜଳଶକ୍ତିକୁ ମଜବୁତ କରିବାକୁ ପୁଣି ଉଦ୍ୟମ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ। ଦୁଇ ନଦୀ ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ଭାରତ-ବାଂଲାଦେଶ ମଧ୍ୟରେ ଗଙ୍ଗା-ବ୍ରହ୍ମପୁତ୍ର ପ୍ରକଳ୍ପ ହାତକୁ ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଜାନୁୟାରୀ ୧୩, ୨୦୨୩ରେ ହେବାକୁ ଥିବା କାଶୀରୁ ଦିବ୍ରୁଗଡ ଜଳଜାହାଜ ଯାତ୍ରା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏହି ୩୨୦୦ କିଲୋମିଟର ଯାତ୍ରା ବିଶ୍ୱରେ ପ୍ରଥମ ଓ ଦେଶରେ ଜଳ ପର୍ଯ୍ୟଟନର ଏହା ପ୍ରତିଫଳନ ବୋଲି କହିଥିଲେ।

ପଶ୍ଚିମବଙ୍ଗ ଜନସାଧାରଣଙ୍କ ଦେଶପ୍ରେମ ଓ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରିବାରେ ଉତ୍ସାହ ଦେଶର ସସ୍କୃତିକ ଓ ଐତିହ୍ୟ ପ୍ରତି ସେମାନଙ୍କ ଜିଜ୍ଞାସା ଅନନ୍ୟ ବୋଲି ସେ କହିଥିଲେ। ବଙ୍ଗଳାର ଜନସାଧାରଣଙ୍କ ଉତ୍ସାହ ହେଉଛି ଦେଶ ଆଗ ଓ ଏପରିକି ପର୍ଯ୍ୟଟନରେ ମଧ୍ୟ ତାହା ପ୍ରତିଫଳିତ” ବୋଲି ଶ୍ରୀ ମୋଦୀ କହିଥିଲେ। “ଯେତେବେଳେ ଦେଶର ସଂଯୋଗ ବ୍ୟବସ୍ଥା ଉନ୍ନତ ହେବ, ରେଳବାଇ, ଜଳପଥ ଓ ରାଜପଥ ଅଧିକ ଉନ୍ନତ ହେବ, ସେତେବେଳେ ଯାତ୍ରା ମଧ୍ୟ ସୁଗମ ହେବ ଓ ବଙ୍ଗବାସୀ ମଧ୍ୟ ତା’ର ଲାଭ ପାଇବେ”ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁ ରବୀନ୍ଦ୍ର ନାଥଙ୍କ କେଇ ଧାଡି କବିତା ଆବୃତ୍ତି କରିଥିଲେ ଯାହାର ଅନୁବାଦ ହେଲା “ ମୋ ଦେଶ ମାଟିରେ ମୁଁ ମଥାନତ୍ କରୁଛି’ କହି ତାଙ୍କର ଉଦ୍ବୋଧନ ସମାପ୍ତି ଘଟାଇଥିଲେ। ସ୍ୱାଧୀନତାର ଅମୃତକାଳରେ ସମସ୍ତେ ମାତୃଭୂମିକୁ ପ୍ରାଧାନ୍ୟ ଦେଇ ଏକାଠି କାମ କରିବା ଦରକାର ବୋଲି ସେ କହିଥିଲେ। “ସମଗ୍ର ବିଶ୍ୱ ଭାରତକୁ ଅନେକ ଆଶା ଭରସା ସହ ଚାହିଁ ରହିଛି” ଦେଶର ପ୍ରତ୍ୟେକ ନାଗରିକ ଦେଶସେବା ପାଇଁ ନିଜକୁ ଉତ୍ସର୍ଗ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସି.ଭି.ଆନନ୍ଦ ବୋଷ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜନ୍ ବାର୍ଲା, ଡକ୍ଟର ସୁବାଷ ସରକାର ଓ ଶ୍ରୀ ନିଶୀଥ ପରମାଣିକ ଓ ସଂସଦ ସଦସ୍ୟ ପ୍ରସୂନ ବାନାର୍ଜୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ପୃଷ୍ଟଭୂମି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଓଡା ଷ୍ଟେସନରେ ହାଓଡା-ନ୍ୟୁ ଜଳପାଇଗୁଡି ମଧ୍ୟରେ ସପ୍ତମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ତାହାର ଚଳାଚଳ ଶୁଭାରମ୍ଭ କରିଥିଲେ। ଏହି ଅତ୍ୟାଧୁନିକ ମଧ୍ୟମ ଉଚ୍ଚଗତି ଯୁକ୍ତ ଟ୍ରେନରେ ସମସ୍ତ ଯାତ୍ରୀ ସୁବିଧା ରହିଛି। ଏହି ଟ୍ରେନ ମାଲଦା ଟାଉନ, ବାରସୋର ଓ କିଶନଗଞ୍ଜ ଷ୍ଟେସନରେ ଅଟକିବ।

ପ୍ରଧାନମନ୍ତ୍ରୀ ମଧ୍ୟ ଜୋକା-ଏସ୍ପ୍ଲାନେଡ ଓ ମେଟ୍ରୋ ପ୍ରକଳ୍ପ (ପର୍ପଲଲାଇନ) ଅନ୍ତର୍ଗତ ଜୋକା-ତାରତଲା ମେଟ୍ରୋ ରାସ୍ତାର ଉଦ୍ଘାଟନ କରିଥିଲେ। ଏହି ୬.୫ କିଲୋମିଟର ରାସ୍ତାରେ ଛଅଟି ଷ୍ଟେସନ ରହିଛି। ସେଗୁଡିକ ହେଲା ଜୋକା, ଠାକୁରପୁକୁର, ସଖେରବାଜାର, ବିହାଲା ଚୌରସ୍ତା, ବିହେଲା ବଜାର ଏବଂ ତାରତଲା ଏହା ୨୪୭୫କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ହୋଇଛି। କୋଲକାତା ମହାନଗରୀର ଦକ୍ଷିଣପଟ ଯେପରିକି ସରସୁନା, ଡାକଘର, ମୁଚିପାଡା ଓ ଦକ୍ଷିଣ ଚବିଶ ପ୍ରଗଣାର ଯାତ୍ରୀମାନେ ଏହି ପ୍ର୍କଳ୍ପ ଉଦ୍ଘାଟନ ଫଳରେ ବିଶେଷ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଟି ରେଳପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି ବୋଇଅଚି-ଶକ୍ତିଗଡ ତୃତୀୟ ଲାଇନ ଯାହା ୪୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଡାଙ୍କୁଣୀ-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ ଯାହା ୫୬୫କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି। ନିମଟିଟା-ନ୍ୟୁ ଫାରାକ୍କା ଡବଲ ଲାଇନ ଯାହା ୨୫୪କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଅମ୍ବାରୀ-ଫାଲକାଟା -ନ୍ୟୁ ମାୟାଁଗୁଡି-ଗୁମନୀହାଟ ହୋହରା ପ୍ରକଳ୍ପ ୧୦୮୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ୩୩୫ କୋଟି ଟଙ୍କାର ନ୍ୟୁ ଜଳପାଇଗୁଡି ରେଳଷ୍ଟେସନ ନବୀକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ।

ନରେନ୍ଦ୍ର ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

September 18, 2025

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025

୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପିଏମଏମଭିୱାଇ ଅଧୀନରେ ନଗଦ ସହାୟତା ରାଶି ବଣ୍ଟନ

September 18, 2025

ପ୍ରଧାନମନ୍ତ୍ରୀ ହେଉଛନ୍ତି ତ୍ୟାଗ ଏବଂ ସମର୍ପଣର ପ୍ରତୀକ: ଅମିତ ଶାହ

September 17, 2025
Latest News

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025

ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

September 18, 2025

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.