Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆ ବର୍ଷରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ !! ଓଡିଶାରୁ କିଏ ??
ଜାତୀୟ ଖବର

ନୂଆ ବର୍ଷରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ !! ଓଡିଶାରୁ କିଏ ??

January 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆ ବର୍ଷ ଆସିବା ପରେ ଜାତୀୟ ରାଜନୀତିରେ ସେହିପରି ନୂଆ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ସବୁଠାରୁ ଯେଉଁ ଗୁରୁତ୍ବ ପୂର୍ଣ୍ଣ ଚର୍ଚ୍ଚା ଚାଲିଛି ତାହା ହେଲା କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ। ଏଇ ଜାନୁୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶିଘ୍ର ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବେ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ବର୍ତ୍ତମାନ ଏହି ନୂଆ ବର୍ଷରେ ନଅଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ସେମି ଫାଇନାଲ ବୋଲି କୁହାଯାଉଛି। ସେଥିପାଇଁ ଏହି ବିଧାନସଭା ନିର୍ବାଚନରେ କିପରି ଦଳ ସଫଳତା ହାସଲ କରିବ ତାହାକୁ ଦୃଷ୍ଟିରେ ରଖି ମୋଦୀ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବାକୁ ଯାଉଛନ୍ତି।

ଅନ୍ୟପକ୍ଷରେ ଗୁଜୁରାଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବହୁ ସାଂସଦଙ୍କ ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ ରହିଥିଲା। ସେମାନଙ୍କୁ ମଧ୍ୟ ମୋଦୀ ମନ୍ତ୍ରୀପଦ ଦେଇ ପୁରସ୍କୃତ କରିବେ ବୋଲି ଜଣାପଡିଛି। ସେଥିପାଇଁ ଏହି ମନ୍ତ୍ରୀ ମଣ୍ଡଳ ଆସନ୍ତା ବଜେଟ ପୂର୍ବରୁ ଅର୍ଥାତ ଏଇ ଜାନୁୟାରୀରେ ହେବ ବୋଲି ଚର୍ଚ୍ଚା ଚାଲିଛି।

ତେବେ ଏହି ମନ୍ତ୍ରୀ ମଣ୍ଡଳରେ ଓଡିଶା ଭାଗରେ କଣ ହେବ ସେ ନେଇ ମଧ୍ୟ ବେଶ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଓଡିଶାର ବର୍ତ୍ତମାନ ତିନିଜଣ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଜେପି ଯେପରି ସଫଳତା  ହାସଲ କରିବା କଥା ତାହା କରିପାରୁ ନାହିଁ। ସେଥିପାଇଁ ଓଡିଶାରୁ ତିନି ମନ୍ତ୍ରୀଙ୍କ ମଧ୍ୟରୁ କେବଳ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କୁ ଛାଡିଦେଲେ ଅନ୍ୟ ଦୁଇ ଜଣଙ୍କ ସ୍ଥିତି ଭଲ ନାହିଁ।

ତେବେ ଜାତୀୟ ରାଜନୀତିରେ ଯାହାଙ୍କର ନାମ ବେଶୀ ଚର୍ଚ୍ଚାରେ ରହିଛି ସେ ହେଉଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ସେ ଏଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। କାରଣ ରାଷ୍ଟ୍ରୀୟ ନେତାଙ୍କ ସହିତ ତାଙ୍କର ଯେପରି ସଂପର୍କ ରହିଛି ସେଥିରୁ ସେ ଏଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ସମ୍ଭାବନା ଅଧିକ ଅଛି। ଏପରିକି ସେ କ୍ୟାବିନେଟ ମନ୍ତ୍ରୀ ହେବେ ବୋଲି କୁହାଯାଉଛି।

ସୁତ୍ର ଅନୁସାରେ ଏହି ମନ୍ତ୍ରୀ ମଣ୍ଡଳର ଅଦଳବଦଳ ଜାନୁୟାରୀ ୨୬ ପୂର୍ବରୁ କରାଯିବ। ସେଥିପାଇଁ ମୋଦୀ ସାହା ଏବେଠାରୁ ଅଙ୍କ କଷା ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ଚାଲିଛି।

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Latest News

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.