Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରିୟଙ୍କା ଗାନ୍ଧୀଙ୍କୁ ରାହୁଳ ଚୁମ୍ବନ ଦେଉଥିବା ଫଟୋ ଭାଇରାଲ, ଭାଇଭଉଣୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା
ଜାତୀୟ ଖବର

ପ୍ରିୟଙ୍କା ଗାନ୍ଧୀଙ୍କୁ ରାହୁଳ ଚୁମ୍ବନ ଦେଉଥିବା ଫଟୋ ଭାଇରାଲ, ଭାଇଭଉଣୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା

January 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rahul Priyanka
ପ୍ରିୟଙ୍କା ଗାନ୍ଧୀଙ୍କୁ ରାହୁଳ ଚୁମ୍ବନ ଦେଉଥିବା ଫଟୋ ଭାଇରାଲ, ଭାଇଭଉଣୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି। ତାହା ହେଉଛି କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଚୁମ୍ବନ ଦେଉଥିବାର ଫଟୋ। ଗତକାଲି ରାହୁଳ ପୁଣିଥରେ ଆରମ୍ଭ କରିଥିବା ଭାରତ ଯୋଡ ଯାତ୍ରା ମଞ୍ଚ ଉପରେ ରାହୁଳ ପ୍ରିୟଙ୍କାକୁ ଏପରି ସ୍ନେହ କରୁଥିବାର ଦେଖିବାକୁ ମିଳିଥିଲା।

ସେହି ମଞ୍ଚ ଉପରେ ପାଖରେ ବସିଥିବା ପ୍ରିୟଙ୍କା କାନ ପାଖକୁ ଯାଇ ରାହୁଳ କିଛି କହିଥିଲେ। ଏହା ଶୁଣିବା ପରେ ପ୍ରିୟଙ୍କା ଜୋରରେ ହସିଥିଲେ। ଏହାପରେ ରାହୁଳ ପ୍ରିୟଙ୍କାଙ୍କ କାନ୍ଧରେ ହାତ ପକାଇ ନିଜ ଆଡକୁ ଟାଣି ଆଣିଲେ। ପ୍ରଥମେ ସେ ତାଙ୍କ ମୁଣ୍ଡକୁ ଚୁମ୍ବନ ଦେଇଥିଲେ। ଯାହାକୁ ନେଇ ପ୍ରିୟଙ୍କା ଖୁସିରେ ହସିବାକୁ ଲାଗିଥିଲେ।

ପୁଣି କିଛି ସମୟ ପରେ ପ୍ରିୟଙ୍କାକୁ ନିଜ ଆଡକୁ ଟାଣି ଆଣି ରାହୁଳ ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ଏଥିରେ ପ୍ରିୟଙ୍କା ଜୋରରେ ହସୁଥିବାର ପରିଲକ୍ଷିତ ହୋଇଥିଲା। ମଞ୍ଚ ଉପରେ ଥିବା ଅତିଥୀ ଏବଂ ମଞ୍ଚ ତଳେ ବସିଥିବା କର୍ମିମାନେ ଏହାକୁ ତାଳିମାରି ସ୍ବାଗତ କରିଥିଲେ।

ଏହି ଫଟୋ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାହାକୁ ବହୁ ସଂଖ୍ୟାରେ ସ୍ବାଗତ କରାଯାଇଛି। ପ୍ରଥମେ ଏହାକୁ ଯୁବ କଂଗ୍ରେସର ଫେସବୁକ ପେଜରେ ସେୟାର କରାଯାଇଥିଲା। ପରେ ପରେ ବିଭିନ୍ନ କଂଗ୍ରେସର ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଲା।

କିଛିଦିନ ବିଶ୍ରାମ ପରେ ରାହୁଳ ପୁଣି ଥରେ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି। ଗତକାଲି ସେ ଦିଲ୍ଲୀ ସୀମାରୁ ଉତ୍ତର ପ୍ରଦେଶ ମଧ୍ୟକୁ ପ୍ରବେଶ କରିଥିଲେ। ସେଠାରେ ପ୍ରିୟଙ୍କା ଗାନ୍ଧୀ ରାହୁଳ ସ୍ବାଗତ କରିଥିଲେ। ଏହି ସ୍ବାଗତ ସଭାରେ ପ୍ରିୟଙ୍କା କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଥିଲେ।

ସେ କହିଥିଲେ ଯେ, ଦେଶରେ ଆଦାନୀ ଆମ୍ବାନୀ ସବୁ ବଡବଡ ନେତାଙ୍କୁ କିଣି ନେଲେ, ସବୁ ପିଏସୟୁ କିଣି ନେଲେ, ମିଡିଆକୁ ମଧ୍ୟ କିଣି ନେଲେ। ହେଲେ ମୋର ଭାଇକୁ ସେମାନେ କିଣିପାରିଲେ ନାହିଁ। ରାହୁଳ ବିରୋଧରେ ଏକ ଏଜେନ୍ସିକୁ ଲଗାଇଥିଲେ, ହେଲେ ମୋ ଭାଇ ତାହାକୁ ଖାତିର କଲା ନାହିଁ।

ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପ୍ରଥମ ପର୍ଯ୍ୟାୟରେ 12 ଟି ରାଜ୍ୟ ଏବଂ 3570 କିଲୋମିଟର ପଦଯାତ୍ରା କରିବା ପରେ ଏବଂ ପୁଣି ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି।

ଭାରତ ଯୋଡ ରାହୁଳ ପ୍ରିୟଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.