Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ, ଜାଣନ୍ତୁ ଟିକେଟ ମୂଲ୍ୟ
ଜାତୀୟ ଖବର

ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ, ଜାଣନ୍ତୁ ଟିକେଟ ମୂଲ୍ୟ

January 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Rourkela Flight
ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ, ଜାଣନ୍ତୁ ଟିକେଟ ମୂଲ୍ୟ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବର ରାଉରକେଲା ଏବଂ ରାଉରକେଲା ଭୁବନେଶ୍ବରକୁ ବିମାନ ଉଡାଣ ଆରମ୍ଭ ହୋଇଛି। ଭୁବନେଶ୍ବର ବିମାନ ବନ୍ଦରରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ।

ଉଡାନ ଯୋଜନାରେ ଏହି ବିମାନ ସେବା ଆଲାୟନସ ଏୟାର ଲାଇନସ ଯୋଗାଇ ଦେଇଛି। ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଏହି ଏଟିଆର୍‌-୭୨ ବିମାନ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବ। ରାଉରକେଲା ବିମାନ ବନ୍ଦରର ମଧ୍ୟ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏହି ବିମାନରେ ମୋଟ ୭୨ ଜଣ ଯାତ୍ରୀ ଯାଇ ପାରିବେ।

ଆଜି ପାଇଁ ଏହି ବିମାନ ଭୁବନେଶ୍ୱରରୁ ଦିନ ୧୦ଟା ୪୫ରେ ଛାଡିଛି। ଏହା ରାଉରକେଲାରେ ଦିନ ୧୧ଟା ୪୦ରେ ପହଞ୍ଚିବ। ଏହାପରେ ମଧ୍ୟାହ୍ନ ୧୨ଟା ୫ରେ ବିମାନ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ଟାରେ ପହଞ୍ଚିବ। ଆସନ୍ତା ୧୨ ତାରଖରୁ ଏହି ବିମାନ ଦୈନିକ ଚଳାଚଳ କରିବ।

ପ୍ରତିଦିନ ଅପରାହ୍ନ ୨ଟା ୫୫ରେ ବିମାନ ଭୁବନେଶ୍ୱର ଛାଡ଼ି ୩ଟା ୫୦ରେ ରାଉରକେଲାରେ ପହଂଚିବ। ସେହିପରି ରାଉରକେଲାରୁ ଅପରାହ୍ନ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ। ଭୁବନେଶ୍ୱରରୁ ରାଉରକେଲା ଟିକଟର ମୂଲ୍ୟ ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ୱର ଟିକେଟର ଦାମ ୨୭୨୧ ଟଙ୍କା ରହିଛି।

rourkela ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.