Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ, ଜାଣନ୍ତୁ ଟିକେଟ ମୂଲ୍ୟ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବର ରାଉରକେଲା ଏବଂ ରାଉରକେଲା ଭୁବନେଶ୍ବରକୁ ବିମାନ ଉଡାଣ ଆରମ୍ଭ ହୋଇଛି। ଭୁବନେଶ୍ବର ବିମାନ ବନ୍ଦରରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ।

ଉଡାନ ଯୋଜନାରେ ଏହି ବିମାନ ସେବା ଆଲାୟନସ ଏୟାର ଲାଇନସ ଯୋଗାଇ ଦେଇଛି। ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଏହି ଏଟିଆର୍‌-୭୨ ବିମାନ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବ। ରାଉରକେଲା ବିମାନ ବନ୍ଦରର ମଧ୍ୟ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏହି ବିମାନରେ ମୋଟ ୭୨ ଜଣ ଯାତ୍ରୀ ଯାଇ ପାରିବେ।

ଆଜି ପାଇଁ ଏହି ବିମାନ ଭୁବନେଶ୍ୱରରୁ ଦିନ ୧୦ଟା ୪୫ରେ ଛାଡିଛି। ଏହା ରାଉରକେଲାରେ ଦିନ ୧୧ଟା ୪୦ରେ ପହଞ୍ଚିବ। ଏହାପରେ ମଧ୍ୟାହ୍ନ ୧୨ଟା ୫ରେ ବିମାନ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ଟାରେ ପହଞ୍ଚିବ। ଆସନ୍ତା ୧୨ ତାରଖରୁ ଏହି ବିମାନ ଦୈନିକ ଚଳାଚଳ କରିବ।

ପ୍ରତିଦିନ ଅପରାହ୍ନ ୨ଟା ୫୫ରେ ବିମାନ ଭୁବନେଶ୍ୱର ଛାଡ଼ି ୩ଟା ୫୦ରେ ରାଉରକେଲାରେ ପହଂଚିବ। ସେହିପରି ରାଉରକେଲାରୁ ଅପରାହ୍ନ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ। ଭୁବନେଶ୍ୱରରୁ ରାଉରକେଲା ଟିକଟର ମୂଲ୍ୟ ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ୱର ଟିକେଟର ଦାମ ୨୭୨୧ ଟଙ୍କା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଉରକେଲାରେ ସୁପର ସ୍ପ୍ରେଡର୍‌: ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ୯୫

ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର! ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ରାଉରକେଲା ସେକ୍ଟର-୧୬ ଅଞ୍ଚଳର ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୯୫ ଜଣ କରୋନା ସଂକ୍ରମିତ ହୋଇଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟସ୍‌ ଟ୍ରେସିଂରୁ ଗତକାଲି ୪୯ ଜଣ ଏବଂ ଆଜି ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳ(ସେକ୍ଟର-୧୬)ରେ ସଂକ୍ରମଣ ନ ବ୍ୟାପିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି। ସୁପର୍‌ ସ୍ପ୍ରେଡରଙ୍କ କଣ୍ଟାକ୍ଟସ୍‌ ଟ୍ରେସିଂ ଜାରି ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଗୋଲଘର ଓ ବାସନ୍ତୀଘର କଲୋନୀର କିଛି ଅଞ୍ଚଳକୁ କଣ୍ଟନେମେଣ୍ଟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଣ୍ଟେନମେଣ୍ଟ ଜୋନ୍‌ ପ୍ରତ୍ୟାହାର ଦାବିରେ ପୋଲିସ୍‌ ସହ ଧସ୍ତାଧସ୍ତି

ରାଉରକେଲା : କଣ୍ଟେନେମଣ୍ଟ ଜୋନ୍‌ ପ୍ରତ୍ୟାହାର ଦାବିରେ ରାଉରକେଲାରେ ପୋଲିସ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ମହତାବ ରୋଡ୍‌ ଓ ଏହାର ଆଖପାଖ ଅଞ୍ଚଳବାସୀ ତାତିଥିବାବେଳେ ମୁଖ୍ୟ ରାସ୍ତାକୁ ଆଜି ସକାଳେ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ରାଉରକେଲା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ ଜଣାଇଛନ୍ତି । ରାଉରକେଲା ମୁଖ୍ୟ ରାସ୍ତା ଉପରେ ପଥର ମାଡ କରିବା ସହିତ ପୋଲିସ୍‌ ସହିତ ଧସ୍ତାଧସ୍ତି ହୋଇଛନ୍ତି ଜନତା । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୋଲିସ୍‌ ମୂତୟନ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ଲାଗି 8 ପ୍ଲାଟୁନ୍‌ ପୋଲିସ୍‌ ନିୟୋଜିତ କରାଯାଇଛି । ସ୍ଥିତି ସୁଧାରିବା ଲାଗି ରାଉରକେଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ଲୋକପ୍ରତିନିଧିଙ୍କ ସହ ଜିଲ୍ଲାପାଳ ଶାନ୍ତି ଆଲୋଚନା କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ କିଛି ଅଞ୍ଚଳରୁ ବଫର୍‌ ଜୋନ୍‌ ଉଠିବା ପରେ ଅନ୍ୟ ଅଞ୍ଚଳର ଲୋକେ ତାତିଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସେ ତଳେ ରାଉରକେଲାର କେତେକ ଅଞ୍ଚଳକୁ ବଫର୍‌ ଜୋନ୍‌ ଓ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ତେବେ ଗତ ରାତିର ପାଓ୍ବାର ହାସଉ ରୋଡ ସ୍ଥିତ ମଙ୍ଗଳ ଭବନରୁ ଜନତା ନିବାସ ପର୍ଯ୍ୟନ୍ତ ବଫର ଜୋନ୍‌କୁ ପ୍ରତ୍ୟାହାର କରାଯାଇଥିଲା । ତେବେ ମଧୁସୂଦନ ମାର୍ଗରୁ ଆନନ୍ଦ ଭବନ ଲେନ୍‌ ପର୍ଯ୍ୟନ୍ତ ଅଞ୍ଚଳକୁ ବଫର ଜୋନ୍‌ରୁ ବାଦ୍‌ ଦିଆଯାଇଥିଲା । ଏହା ପରେ ନିଜ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ଉଠାଇବାକୁ ଜିଦ୍‌ ଧରିଥିଲେ ସ୍ଥାନୀୟ ବାସୀ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ହେଲେ ଆଉ ଜଣେ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ 63 ଜଣ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ ନୂତନ ଭାବରେ 26 ଜଣ ଆକ୍ରାନ୍ତ ଜଣାପଡିବା ପରେ ଏହା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ରାଉରକେଲାର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ 245 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଉରକେଲାରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଉରକେଲାରୁ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 174ରେ ପହଞ୍ଚିଛି । ଏହି ଆକ୍ରାନ୍ତ ଜଣକ 49 ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ଫେରନ୍ତା ଏହି ବ୍ୟକ୍ତି ଜଣଙ୍କ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ମଙ୍ଗଳବାର ନମୂନା ପଜିଟିଭ୍‌ ଆସିଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଉରକେଲାରେ ଲଜ୍ଜା : ଚୋରି କରିବାକୁ ଆସି ମହିଳାଙ୍କୁ ଗଣଦୁଷ୍କର୍ମ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଉରକେଲାରେ ଏକ ଲଜ୍ଜାଜନକ ଘଟଣା ସମ୍ମୁଖକୁ ଆସିଛି । ଚୋରି କରିବାକୁ ଆସିଥିବା 7 ଜଣ ଚୋର ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଛି । ଏକ କ୍ରସରକୁ 7 ଜଣ ଚୋର ଚୋରି କରିବାକୁ ଆସିଥିବା ବେଳେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ରବିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ଏ ନେଇ ଗତକାଲି ଥାନାରେ ମାମଲା ରୁଜୁ କରାଯାଇଛି । ଏହା ସହିତ ଚୋର ମାନେ ଲକ୍ଷାଧିକ ଟଙ୍କାର ମୋଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ମହିଳାଙ୍କ ସ୍ବାମୀ ତଥା କ୍ରସରର କେୟାର ଟେକରତଳ ଘରେ ଶୋଇଥିବା ବେଳେ ମହିଳା ଜଣକ ଏକୁଟିଆ ଉପରେ ଶୋଇଥିଲେ । ଏହି ସମୟରେ 7 ଜଣ ଚୋର ପଶି ଦୁଷ୍କର୍ମ ପରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିଲେ ।