Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ରର ଚେତାବନୀ: ଏଣିକି ବିଚଳିତ ଓ ଭୟଭୀତ କରୁଥିବା ଫୁଟେଜ ପ୍ରଦର୍ଶନ କରିପାରିବେନି ଟିଭି ଚ୍ୟାନେଲ
ବିଶେଷ ଖବର

କେନ୍ଦ୍ରର ଚେତାବନୀ: ଏଣିକି ବିଚଳିତ ଓ ଭୟଭୀତ କରୁଥିବା ଫୁଟେଜ ପ୍ରଦର୍ଶନ କରିପାରିବେନି ଟିଭି ଚ୍ୟାନେଲ

January 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଟେଲିଭିଜନ
ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର

ନୂଆଦିଲ୍ଲୀ: ଦୁର୍ଘଟଣା, ମୃତ୍ୟୁ ଓ ମହିଳା, ଶିଶୁ ବୟସ୍କଙ୍କ ପ୍ରତି ହିଂସା ଭଳି ଆଚରଣ ଅରୁଚିକର ଓ ଶିଷ୍ଟତା ସହ ସାଲିସ ଭଳି ହୋଇଥିବାରୁ ଏଭଳି ଖବର ପ୍ରସାର ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି (୦୯.୦୧.୨୦୨୩) ଟିଭି ଚ୍ୟାନେଲଗୁଡିକୁ ମାର୍ଗଦର୍ଶିକା ଜାରି କରିଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଟେଲିଭିଜନ ଚ୍ୟାନେଲଗୁଡିକ ପକ୍ଷରୁ ସାବଧାନତା ଅବଲମ୍ବନ ନ କରିବାର ଅନେକ ଘଟଣା ପରିପ୍ରେକ୍ଷୀରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟେଲିଭିଜନ ଚ୍ୟାନେଲଗୁଡିକ ଲୋକମାନଙ୍କ ମୃତ ଶରୀର, ଆହତ ବ୍ୟକ୍ତିମାନଙ୍କର ରକ୍ତ ଜୁଡୁବୁଡୁ ଶରୀରର ଫଟୋ ଏବଂ ଭିଡିଓ, ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ନିର୍ଦ୍ଦୟଭାବେ ମାଡ ମରାଯାଉଥିବାର ଖୁବ୍ ନିକଟରୁ ନିଆଯାଉଥିବା ଚିତ୍ର, ଶିକ୍ଷକଙ୍କ ଦ୍ୱାରା ମାଡ ଖାଇଥିବା ଶିଶୁର କ୍ରନ୍ଦନ ଓ ଚିତ୍କାର ଇତ୍ୟାଦି ବାରମ୍ବାର ଅନେକ ସମୟ ପର୍ଯ୍ୟନ୍ତ ଦେଖାଉଛନ୍ତି। ଏଗୁଡିକୁ ଝାପ୍ସା କରି ବା ଦୂରରୁ ନ ଦେଖାଇବା ଯୋଗୁଁ ଏହି ସଟ୍ ଗୁଡିକ ଆହୁରି ଭୟଙ୍କର ହେଉଛି। ଯେଭଳି ଏହାର ଖବର ପ୍ରସାରିତ ହେଉଛି ତାହା ଦର୍ଶକମାନଙ୍କ ନିମନ୍ତେ ଅତ୍ୟନ୍ତ ଅରୁଚିକର ଓ ଦୁଃଖଦାୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବିଭିନ୍ନ ଶ୍ରେଣୀର ଦର୍ଶକଙ୍କ ଉପରେ ଏଭଳି ସମ୍ବାଦ କିପରି ପ୍ରଭାବ ପକାଉଛି ତା’ ଉପରେ ମାର୍ଗଦର୍ଶିକାରେ ଆଲୋଚନା କରାଯାଇଛି। ଏଭଳି ଖବର ପିଲାମାନଙ୍କ ଉପରେ ଖରାପ ମନସ୍ତାତ୍ତ୍ୱିକ ପ୍ରଭାବ ପକାଇବ ବୋଲି ମଧ୍ୟ କୁହାଯାଇଛି। ଏଥିରେ ବ୍ୟକ୍ତିର ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପଡୁଥିବାରୁ ଏହା ମାନହାନୀ କାରକ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ଟେଲିଭିଜନ ସାଧାରଣତଃ ପୂରା ପରିବାର ମିଳିମିଶି ଦେଖୁଥାନ୍ତି। ଏଥିରେ ବୟସ୍କ, ମଧ୍ୟବୟସ୍କ, ଛୋଟ ପିଲା ଓ ବିଭିନ୍ନ ସାମାଜିକ ଓ ଆର୍ଥିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ଦେଖୁଥିବାରୁ ପ୍ରସାରଣକାରୀମାନଙ୍କ ଦାୟିତ୍ୱ ବୋଧ ଓ ଶୃଙ୍ଖଳାଜ୍ଞାନ ରହିବା ଆବଶ୍ୟକ ଯାହା କାର୍ଯ୍ୟକ୍ରମ ଓ ବିଜ୍ଞାପନ ସଂହିତାରେ ମଧ୍ୟ ଦର୍ଶାଯାଇଛି।

ମନ୍ତ୍ରଣାଳୟ ଏକଥା ମଧ୍ୟ ହୃଦୟଙ୍ଗମ କରିଛି ଯେ ଅଧିକାଂଶ କ୍ଷେତ୍ରରେ ଭିଡିଓଗୁଡିକୁ ସାମାଜିକ ଗଣମାଧ୍ୟମରୁ ନିଆଯାଇଥିବା ବେଳେ କାର୍ଯ୍ୟକ୍ରମ ସଂହିତାର ନିର୍ଦ୍ଦେଶାବଳୀ ଅନୁସାରେ ଖାପ ଖୁଆଇବା ପାଇଁ ଏଗୁଡିକ ବିନା ସମ୍ପାଦକୀୟ ହସ୍ତକ୍ଷେପ ଓ ସଂଶୋଧନରେ ପ୍ରସାରିତ ହେଉଛି।

ନିକଟରେ ପ୍ରସାରିତ କେତେକ ଖବରର ଉଦାହାରଣ ନିମ୍ନରେ ପ୍ରଦତ୍ତ ହେଲା…

୧. ୩୦.୧୨.୨୦୨୨ରେ ପ୍ରସାରିତ ଭିଡିଓରେ ଦୁର୍ଘଟଣାରେ ଆହତ ଜଣେ କ୍ରିକେଟ ଖେଳାଳୀଙ୍କ ଯନ୍ତ୍ରଣାଦାୟକ ଖବରର ଚିତ୍ର ଝାପ୍ସା କରା ନଯାଇ ପ୍ରସାରିତ ହୋଇଛି।

୨.୨୮.୮.୨୦୨୨ ଦିନ ଜଣେ ବ୍ୟକ୍ତି ଆଉ ଜଣେ ମୃତବ୍ୟକ୍ତିର ଶରୀର ଘୋଷାଡି ଘୋଷାଡି ନେବା ସହ ମୃତବ୍ୟକ୍ତିର ମୁହଁ,ରକ୍ତରଞ୍ଜିତ ହୋଇଥିବା ଏକ ମନକୁ ଦୋହଲାଇ ଦେବାଭଳି ଭିଡିଓ ଚିତ୍ର।

୩.୦୬-୦୭-୨୦୨୨ରେ ଶିକ୍ଷକ ବିହାରର ପାଟନାରେ ଜଣେ ପାଞ୍ଚବର୍ଷର ପିଲାକୁ ଶ୍ରେଣୀରେ ସେ ବେହୋସ ହେବା ପର୍ଯ୍ୟନ୍ତ ନିର୍ଦ୍ଦୟଭାବେ ପିଟି ଚାଲିଥିବା ଦୃଶ୍ୟ । ପିଲାର ଯନ୍ତ୍ରଣାଦାୟକ କାନ୍ଦକୁ ଓ ତା ପ୍ରତି ଦୟାକରିବା ନିବେଦନ ଚିତ୍କାର ମ୍ୟୁଟ ନ କରି ଏହି କ୍ଲିପ ନଅ ମିନିଟ୍ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିଲା।

୪. ୦୪-୦୬-୨୦୨୨ରେ ଜଣେ ପଞ୍ଜାବୀ ଗାୟକଙ୍କ ରକ୍ତାକ୍ତ ଶରୀର ଚିତ୍ର ଦେଖାଯାଇଥିଲା।

୫.୨୫-୫-୨୦୨୨ଦିନ ଆସାମର ଚିରାଙ୍ଗ ଜିଲ୍ଲାରେ ଜଣେ ବ୍ୟକ୍ତି ତାର ଦୁଇ ନାବାଳକ ପୁତ୍ରଙ୍କୁ ବାଡିରେ ଅତ୍ୟନ୍ତ ନିର୍ଦ୍ଦୟଭାବେ ପିଟୁଥିବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। ଭିଡିଓରେ ବ୍ୟକ୍ତିଜଣକ ନିର୍ଦ୍ଦୟଭାବେ ପିଟୁଥିବା ଦୃଶ୍ୟକୁ ଝାପ୍ସା ନ କରି କିମ୍ବା ପିଲା ଦୁଇଜଣଙ୍କ ଯନ୍ତ୍ରଣା ଜର୍ଜରିତ କ୍ରନ୍ଦନକୁ ମ୍ୟୁଟ ନ କରି ପ୍ରଦର୍ଶନ କରାଯାଇଥିଲା।

୬.୧୬-୦୫-୨୦୨୨ ଦିନ ଜଣେ ମହିଳା ଆଡଭୋକେଟଙ୍କୁ ତାଙ୍କ ପଡୋଶୀ କର୍ଣ୍ଣାଟକର ବାଗଲକୋଟରେ ନିଷ୍ଠୁରଭାବେ ଆକ୍ରମଣ ଘଟଣାର ଚିତ୍ର ବିନା ସମ୍ପାଦନାରେ ବାରମ୍ବାର ପ୍ରଦର୍ଶନ କରାଯାଇଥିଲା।

୭. ତାମିଲନାଡୁର ବିରୁଦ୍ଧ ନଗର ଜିଲ୍ଲାର ରାଜାପାଲାୟମ୍ରେ ୦୪-୦୫-୨୦୨୨ଦିନ ଜଣେ ବ୍ୟକ୍ତି ନିଜ ଭଉଣୀକୁ ହତ୍ୟା କରିବା ଦୃଶ୍ୟ ପ୍ରଦର୍ଶିତ ହୋଇଛି।

୮. ଛତିଶଗଡର ବିଳାସପୁର ଜିଲ୍ଲାରେ ୦୧.୦୫.୨୦୨୨ ଦିନ ଜଣେ ବ୍ୟକ୍ତିଙ୍କୁ ମୁଣ୍ଡ ତଳକୁ କରି ଗଛରେ ଝୁଲାଇ ପାଞ୍ଚଜଣ ବ୍ୟକ୍ତି ନିର୍ଦ୍ଦୟଭାବେ ପିଟିବାର ଦୃଶ୍ୟ।

୯. ୧୨-୦୪-୨୦୨୨ ଦିନ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କ ମୃତଦେହର ଦୁଃଖଦ ଦୃଶ୍ୟ ବାରମ୍ବାର ଝାପ୍ସା ନ କରି ଦେଖାଇବା।

୧୦. ୧୧-୦୪-୨୦୨୨ ଦିନ କେରଳର କୋଲାମଠାରେ ଜଣେ ବ୍ୟକ୍ତି ତା’ର ୮୪ବର୍ଷୀୟା ମାଆଙ୍କୁ ଅଗଣାରେ ଘୋଷାରି ପିଟୁଥିବା ଦୃଶ୍ୟକୁ ୧୨ ମିନିଟ୍ ପର୍ଯ୍ୟନ୍ତ ଝାପ୍ସା ନ କରି ଦେଖାଯାଇଥିଲା।

୧୧. ୦୭.୦୪.୨୦୨୨ରେ ଜଣେ ବୃଦ୍ଧ ତା’ର ପୁଅକୁ ନିଆଁରେ ଜଳାଇ ଦେବା ଭଳି ବ୍ୟକ୍ତ କରିବା ପରି ଭିଡିଓ ସାମ୍ନାକୁ ଆସିଥିଲା। ବ୍ୟକ୍ତି ଜଣଙ୍କ ଦିଆସିଲି ଜଳାଇ ତା ପୁଅ ଉପରକୁ ଫୋଫାଡିବା ଓ ତା’ର ସମଗ୍ର ଶରୀର ନିଆଁ ଦ୍ୱାରା ଆବୃତ୍ତ ହେବା ଚିତ୍ର ବାରମ୍ବାର ଦେଖାଯାଇଥିଲା।

୧୨. ୨୨-୦୩-୨୦୨୨ରେ ଆସାମର ମୋରିଗାଓଁରେ ଏକ ୧୪ ବର୍ଷୀୟ ନାବାଳକକୁ ମାଡଦେବା ଓ ସେ ଛାଡିଦେବା ପାଇଁ ଆକୁଳ ଚିତ୍କାର ଦୃଶ୍ୟ ଝାପସା ନ କରି ବା ମ୍ୟୁଟ ନ କରି ଦେଖାଯାଇଥିଲା।

ଏ ପ୍ରକାର ପ୍ରସାରଣ ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ତଥା ପିଲା, ମହିଳା ଓ ବୃଦ୍ଧ-ବୃଦ୍ଧା ନିର୍ବିଶେଷରେ ସମସ୍ତେ ଟେଲିଭିଜନ ଦେଖୁଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ଟେଲିଭିଜନ ଚ୍ୟାନେଲଗୁଡିକୁ ଏପରି ହିଂସାତ୍ମକ ଓ ଦୁର୍ଘଟଣାଜନିତ ଭିଡିଓ ପ୍ରସାରଣ ନ କରି କାର୍ଯ୍ୟକ୍ରମ ସଂହିତା ପାଳନ କରିବାକୁ ପରାମର୍ଶ ଦେଇ ମାର୍ଗଦର୍ଶିକା ଜାରି କରିଛି।

ଟିଭି ଚ୍ୟାନେଲ ମାର୍ଗଦର୍ଶିକା ଜାରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

“ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ ନଚେତ୍…”: ଅଭିଜିତ୍ ଦୀପକେ ଦେଲେ ୪୮ ଘଣ୍ଟାର ଅଲଟିମେଟମ୍

September 24, 2026

ସୁପର୍ ‘ଏଲ୍-ନିନୋ’ ଆଣୁଛି ବଡ଼ ବିପଦ: ୬ ମାସରେ ଯିବ ବିଶ୍ୱର ୪.୫୧ ଲକ୍ଷଙ୍କ ଜୀବନ

September 24, 2026

“ନିର୍ଣ୍ଣୟ କେବେ? ସମୟସୀମା ପ୍ରଦାନ କରନ୍ତୁ”: ଟିଏମସି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ

September 24, 2026

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026
Latest News

“ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ ନଚେତ୍…”: ଅଭିଜିତ୍ ଦୀପକେ ଦେଲେ ୪୮ ଘଣ୍ଟାର ଅଲଟିମେଟମ୍

September 24, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସାମାଜିକ ସେବା (ଏନଏସଏସ) ଦିବସ

September 24, 2026

ବନ୍ୟା କ୍ଷୟକ୍ଷତି: ୭ ଜୀବନ ହାନି, ୨ ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ

September 24, 2026

ସୁପର୍ ‘ଏଲ୍-ନିନୋ’ ଆଣୁଛି ବଡ଼ ବିପଦ: ୬ ମାସରେ ଯିବ ବିଶ୍ୱର ୪.୫୧ ଲକ୍ଷଙ୍କ ଜୀବନ

September 24, 2026

“ନିର୍ଣ୍ଣୟ କେବେ? ସମୟସୀମା ପ୍ରଦାନ କରନ୍ତୁ”: ଟିଏମସି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.