Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରେ ଜୋରଦାର ଲଢେଇ କରିବ ଆପ୍, ଦିଲ୍ଲୀ ବୈଠକରେ ପ୍ରସ୍ତୁତ ହେଲା ରଣନୀତି
ଜାତୀୟ ଖବର

ଓଡିଶାରେ ଜୋରଦାର ଲଢେଇ କରିବ ଆପ୍, ଦିଲ୍ଲୀ ବୈଠକରେ ପ୍ରସ୍ତୁତ ହେଲା ରଣନୀତି

January 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
AAPOdisha
ଓଡିଶାରେ ଜୋରଦାର ଲଢେଇ କରିବ ଆପ୍, ଦିଲ୍ଲୀ ବୈଠକରେ ପ୍ରସ୍ତୁତ ହେଲା ରଣନୀତି

ନୂଆଦିଲ୍ଲୀ: ଆସନ୍ତା ବିଧାନସଭା ନିର୍ବାଚନରେ ଓଡିଶାରେ ଆମ୍ ଆଦମୀ ପାର୍ଟି ଜୋରଦାର ଲଢେଇ କରିବ। ସେଥିପାଇଁ ଗତ ମଙ୍ଗଳବାର ଦିନ ଓଡିଶା କର୍ମକର୍ତ୍ତା ନେଇ ଏକ ବୈଠକ କରିଛି ଦଳ। ଏଥିରେ ଓଡିଶାରୁ ନୂଆ ପ୍ରାର୍ଥୀମାନଙ୍କୁ ଦେଖିବା ପାଇଁ ବୈଠକରେ ଦଳର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ ଆପ୍ ରାଜ୍ୟସଭା ସାଂସଦ ତଥା ଦଳର ସଂଗଠନ ମହାମନ୍ତ୍ରୀ ସନ୍ଦିପ ପାଠକଙ୍କ ନେତୃତ୍ବରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଓଡିଶାର ଆପ ପ୍ରଭାରୀ ବୀରେନ୍ଦ୍ର କାଧାନ ଏବଂ ଓଡିଶ ସଂଯୋଜକ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ। ଏଥିସହିତ ଓଡିଶାର ବିଭିନ୍ନ କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ।

ଚଳିତ ବର୍ଷ ଦେଶରେ ନଅ ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ସେଥିରେ ଦଳ ତାହାର ପ୍ରାର୍ଥୀ ଦେବାକୁ ମଧ୍ୟ ନିଷ୍ପତି କରିଛି। ଏହାପରେ ଓଡିଶା ବିଧାନସଭାରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବୈଠକରେ ନେତାମାନେ ପ୍ରକାଶ କରିଥିଲେ। ତେବେ ବର୍ତ୍ତମାନର ଯେଉଁ ଆପ ନେତା ରହିଛନ୍ତି ସେମାନେ ତୃଣମୂଳ ସ୍ତରରେ ନିଜର ସ୍ଥିତି ସୁଦୃଢ କରନ୍ତୁ ବୋଲି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

ତେବେ ବିଶେଷ ସୁତ୍ର ଅନୁସାରେ ଏଥର ଓଡିଶାରେ ଆପ୍ ୧୦୦ ଟି ଆସନରେ ତାହାର ସ୍ଥିତି ଜାହିର କରିବା ପାଇଁ ଏହି ଆସନରେ ପ୍ରାର୍ଥୀ ଦେବ। ତେବେ ୮୦ଟି ସିଟ ଉପରେ ଦଳ ଟାର୍ଗେଟ କରିବ ବୋଲି ଜଣାପଡିଛି। ଏଥିପାଇଁ ବର୍ତ୍ତମାନ ଠାରୁ କର୍ମକର୍ତ୍ତାମାନେ ଭଲ ପ୍ରାର୍ଥୀଙ୍କୁ ଠାବ କରନ୍ତୁ ବୋଲି ଦଳୀୟ ନେତା ଗୁପ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସେମାନଙ୍କ ହିସାବରେ ଆପ ପ୍ରାର୍ଥୀ ଏପରି ବ୍ୟକ୍ତି ହେବା ଦରକାର ଯେଉଁମାନେ ର୍ନିବିବାଦୀୟ ହୋଇଥିଲେ। ସେହି ଅଞ୍ଚଳରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଥିବା। ଯେପରିକି ସାମ୍ବାଦିକ, ସାହିତ୍ୟିକ, ସମାଜସେବୀ କିମ୍ବା ଅନ୍ୟ କୌଣସି ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ଆବଶ୍ୟକ। କାରଣ ଦଳ ପୁରା ନୂଆ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହେବ ବୋଲି ନିଷ୍ପତି କରିଛି। ଏହି ବୈଠକରେ ଓଡିଶା କର୍ମକର୍ତ୍ତାମାନେ ବିଜେଡି ଓ ବିଜେପିକୁ ଟକ୍କର ଦେବା ପାଇଁ କଣ କରିବା ଉଚିତ ତାହାର ମତ ରଖିଥିଲେ।

ଏହି ବୈଠକ ପରେ ପାଠକ କହିଥିଲେ ଯେ, ନିର୍ବାଚନ ଜିତିବା ହାରିବା ବଡ କଥା ନୁହେଁ। ହେଲେ ଓଡିଶାରେ ଦଳର ସ୍ଥିତି ମଜବୁତ କରିବା ମୁଖ୍ୟ ଲକ୍ଷ୍ୟ। ସେ ନେଇ ଖୁବ ଶିଘ୍ର ଓଡିଶାକୁ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ଓଡିଶା ଆସିବେ ବୋଲି ଜଣାପଡିଛି।

aap ଆମ୍ ଆଦମୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026

‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ

August 28, 2026

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026
Latest News

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୩୮୯ କୁ ବୃଦ୍ଧି, ଏବେ ବି ନିଖୋଜ ୧୪୦୦

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026

‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ

August 28, 2026

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.