ଓଡିଶାରେ ଜୋରଦାର ଲଢେଇ କରିବ ଆପ୍, ଦିଲ୍ଲୀ ବୈଠକରେ ପ୍ରସ୍ତୁତ ହେଲା ରଣନୀତି

Published: Jan 12, 2023, 6:04 pm IST
AAPOdisha

ନୂଆଦିଲ୍ଲୀ: ଆସନ୍ତା ବିଧାନସଭା ନିର୍ବାଚନରେ ଓଡିଶାରେ ଆମ୍ ଆଦମୀ ପାର୍ଟି ଜୋରଦାର ଲଢେଇ କରିବ। ସେଥିପାଇଁ ଗତ ମଙ୍ଗଳବାର ଦିନ ଓଡିଶା କର୍ମକର୍ତ୍ତା ନେଇ ଏକ ବୈଠକ କରିଛି ଦଳ। ଏଥିରେ ଓଡିଶାରୁ ନୂଆ ପ୍ରାର୍ଥୀମାନଙ୍କୁ ଦେଖିବା ପାଇଁ ବୈଠକରେ ଦଳର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ ଆପ୍ ରାଜ୍ୟସଭା ସାଂସଦ ତଥା ଦଳର ସଂଗଠନ ମହାମନ୍ତ୍ରୀ ସନ୍ଦିପ ପାଠକଙ୍କ ନେତୃତ୍ବରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଓଡିଶାର ଆପ ପ୍ରଭାରୀ ବୀରେନ୍ଦ୍ର କାଧାନ ଏବଂ ଓଡିଶ ସଂଯୋଜକ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ। ଏଥିସହିତ ଓଡିଶାର ବିଭିନ୍ନ କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ।

ଚଳିତ ବର୍ଷ ଦେଶରେ ନଅ ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ସେଥିରେ ଦଳ ତାହାର ପ୍ରାର୍ଥୀ ଦେବାକୁ ମଧ୍ୟ ନିଷ୍ପତି କରିଛି। ଏହାପରେ ଓଡିଶା ବିଧାନସଭାରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବୈଠକରେ ନେତାମାନେ ପ୍ରକାଶ କରିଥିଲେ। ତେବେ ବର୍ତ୍ତମାନର ଯେଉଁ ଆପ ନେତା ରହିଛନ୍ତି ସେମାନେ ତୃଣମୂଳ ସ୍ତରରେ ନିଜର ସ୍ଥିତି ସୁଦୃଢ କରନ୍ତୁ ବୋଲି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

ତେବେ ବିଶେଷ ସୁତ୍ର ଅନୁସାରେ ଏଥର ଓଡିଶାରେ ଆପ୍ ୧୦୦ ଟି ଆସନରେ ତାହାର ସ୍ଥିତି ଜାହିର କରିବା ପାଇଁ ଏହି ଆସନରେ ପ୍ରାର୍ଥୀ ଦେବ। ତେବେ ୮୦ଟି ସିଟ ଉପରେ ଦଳ ଟାର୍ଗେଟ କରିବ ବୋଲି ଜଣାପଡିଛି। ଏଥିପାଇଁ ବର୍ତ୍ତମାନ ଠାରୁ କର୍ମକର୍ତ୍ତାମାନେ ଭଲ ପ୍ରାର୍ଥୀଙ୍କୁ ଠାବ କରନ୍ତୁ ବୋଲି ଦଳୀୟ ନେତା ଗୁପ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସେମାନଙ୍କ ହିସାବରେ ଆପ ପ୍ରାର୍ଥୀ ଏପରି ବ୍ୟକ୍ତି ହେବା ଦରକାର ଯେଉଁମାନେ ର୍ନିବିବାଦୀୟ ହୋଇଥିଲେ। ସେହି ଅଞ୍ଚଳରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଥିବା। ଯେପରିକି ସାମ୍ବାଦିକ, ସାହିତ୍ୟିକ, ସମାଜସେବୀ କିମ୍ବା ଅନ୍ୟ କୌଣସି ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ଆବଶ୍ୟକ। କାରଣ ଦଳ ପୁରା ନୂଆ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହେବ ବୋଲି ନିଷ୍ପତି କରିଛି। ଏହି ବୈଠକରେ ଓଡିଶା କର୍ମକର୍ତ୍ତାମାନେ ବିଜେଡି ଓ ବିଜେପିକୁ ଟକ୍କର ଦେବା ପାଇଁ କଣ କରିବା ଉଚିତ ତାହାର ମତ ରଖିଥିଲେ।

ଏହି ବୈଠକ ପରେ ପାଠକ କହିଥିଲେ ଯେ, ନିର୍ବାଚନ ଜିତିବା ହାରିବା ବଡ କଥା ନୁହେଁ। ହେଲେ ଓଡିଶାରେ ଦଳର ସ୍ଥିତି ମଜବୁତ କରିବା ମୁଖ୍ୟ ଲକ୍ଷ୍ୟ। ସେ ନେଇ ଖୁବ ଶିଘ୍ର ଓଡିଶାକୁ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ଓଡିଶା ଆସିବେ ବୋଲି ଜଣାପଡିଛି।

Related posts