Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିହାରର ଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ ପାଇଁ ଦାବି, ଡିଜିପିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା
ବିଶେଷ ଖବର

ବିହାରର ଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ ପାଇଁ ଦାବି, ଡିଜିପିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା

January 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଚାର୍ଯ୍ୟ ପ୍ରମୋଦ
ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ: ରାହୁଲ ଗାନ୍ଧୀଙ୍କୁ କହିଲେ, "ଅସଭ୍ୟ ଲୋକଙ୍କ ରାଜା"

ନୂଆଦିଲ୍ଲୀ: ଅତୀତରେ ବିହାରର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ସିଂ ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ବିବୃତ୍ତି ପରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏଥି ସହ ବିହାର ଶିକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବିବୃତ୍ତି ସମ୍ପର୍କରେ ଏଫ୍ଆଇଆର୍ ପଞ୍ଜିକରଣ ପାଇଁ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଉତ୍ତରପ୍ରଦେଶ ପୋଲିସ ମୁଖ୍ୟ ଯଥା ଡିଜିପିଙ୍କୁ ଏକ ଚିଠି ଲେଖିଛନ୍ତି।

ସୂଚନାନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ତାଙ୍କ ଶିକ୍ଷା ମନ୍ତ୍ରୀଙ୍କ ବିବୃତ୍ତିରେ ଅସନ୍ତୁଷ୍ଟ। ବିହାର ସରକାରଙ୍କ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ସିଂଙ୍କୁ କହିଛନ୍ତି ଯେ, ଆପଣ ଏସବୁ କ’ଣ କହୁଛନ୍ତି? ଆପଣ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ୍। ନୀତୀଶ କୁମାରଙ୍କ ଏହି ଆଲୋଚନାରେ ଶିକ୍ଷା ମନ୍ତ୍ରୀ ମଧ୍ୟ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, କିଛି ଭୁଲ ହୋଇନାହିଁ।

ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ବିବାଦୀୟ ବିବୃତ୍ତି ପରେ ଆଡଭୋକେଟ୍ ଅମରେନ୍ଦ୍ର କୁମାର ବେଗୁସରାଇର ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ଆବେଦନ କରିଛନ୍ତି। ଏଥିରେ ଧାରା ୨୯୫ଏ (ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଧାର୍ମିକ ଭାବନାକୁ ମନଇଚ୍ଛା ଆଘାତ ଦେବା) ଏବଂ ୧୫୩ଏ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ପଞ୍ଜିକରଣ ପାଇଁ ଏକ ଆବେଦନ କରାଯାଇଛି। ଏହି ସମୟରେ ସେ କହିଥିଲେ ଯେ, ନିକଟରେ ଏକ ସମାରୋହରେ ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ରାମଚରିତମାନସ ଏକ ଘୃଣା ପୁସ୍ତକ ବୋଲି ବର୍ଣ୍ଣନା କରିଛନ୍ତି। ଏହା ଉପରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିଲା। ଏ ସମ୍ପର୍କରେ ଅଭିଯୋଗ କରାଯାଇଛି।

କଂଗ୍ରେସ ନେତା ରାମଚରିତମାନସ
Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

July 27, 2026

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ

July 27, 2026

Indian Idol Winner Returns: ଭୁବନେଶ୍ବରରେ ପହଞ୍ଚିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ

July 27, 2026

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜଣେ ଟାଣୁଆ ନେତା ସୁଶାନ୍ତ ସିଂହଙ୍କ ପରଲୋକ

July 27, 2026
Latest News

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବିଦାୟ, ଶେଷ ଦର୍ଶନ କଲେ ନବୀନ ପଟ୍ଟନାୟକ

July 27, 2026

ସିଜେପି ପରେ ଆରଏଚଏ ଏବଂ ଇ-୨୦: ଦ୍ରୁତ ଗତିରେ ବଢୁଛି ଫଲୋଅର୍ସଙ୍କ ସଂଖ୍ୟା

July 27, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

July 27, 2026

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପେପର ଲିକ୍ ବିଲ୍ ଉପରେ ଚର୍ଚ୍ଚା ପାଇଁ ଅନୁରୋଧ କଲେ କିରେନ୍ ରିଜିଜୁ

July 27, 2026

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.