Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁନ୍ଦରଗଡ଼ରରେ ଭାରତ ଯୋଡ଼ ଯାତ୍ରା, ମୋଦୀ ନବୀନଙ୍କୁ କଂଗ୍ରେସର ଟାର୍ଗେଟ
ବିଶେଷ ଖବର

ସୁନ୍ଦରଗଡ଼ରରେ ଭାରତ ଯୋଡ଼ ଯାତ୍ରା, ମୋଦୀ ନବୀନଙ୍କୁ କଂଗ୍ରେସର ଟାର୍ଗେଟ

January 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁନ୍ଦରଗଡ଼ରରେ ଭାରତ ଯୋଡ଼ ଯାତ୍ରା, ମୋଦୀ ନବୀନଙ୍କୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ତଳସରା ନିର୍ବାଚନ ମଣ୍ଡଳୀର ଏତମା ଠାରୁ ଆରମ୍ଭ ହୋଇ କରମଡିହି ଠାରେ ପଂହଚିଛି। ଏହି ଯାତ୍ରା ବେଳେ ଶରତ ପଟ୍ଟନାୟକ ସିଧା ନବୀନ ଏବଂ ମୋଦୀ ସରକାରଙ୍କ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ,  ସୁନ୍ଦରଗଡ ବାସିନ୍ଦାଙ୍କର ପ୍ରତିବାଦର ସ୍ୱର କ୍ଷୀଣ, ସେଥିପାଇଁ ନବୀନ ଶାସନ ସୁନ୍ଦରଗଡ଼ ବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ଏ ଜିଲ୍ଳାରେ ସରକାରୀ ଯୋଜନାର ଦୁର୍ନୀତି ଚରମସୀମାରେ ପଂହଚିଛି। ଭତା ଓ ଆୱାସ ଯୋଜନା ବିକ୍ରୀ ହେଉଛି। ବ୍ଲକ, ତହସିଲ, ଥାନା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଜୁଜନତା ଦଳର ଦଳୀୟ କାର୍ଯ୍ୟାଳୟ ଭାବେ କାର୍ଯ୍ୟକରୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ପ୍ରଭୃତି କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ଧକାରରେ ରହିଛି।

ଅନ୍ୟପକ୍ଷରେ ଏଠିକାର ସାଂସଦ ବିଜେପି ଦଳର। ଏଣୁ ମୋଦିଙ୍କର ଆଛା ଦିନର ସ୍ୱପ୍ନ ଓ ବିକାଶର ପ୍ରତିଶ୍ରୁତି ଏଠାରେ ପ୍ରତାରଣାରେ ପରିଣତ ହୋଇଛି। ଉଭୟ ମୋଦି ଓ ନବୀନ ଶାସନ ଆଦିବାସୀ ଓ କୃଷକ ବିରୋଧି। ପିଡିଏସ ଚାଉଳ ଯୋଜନାକୁ ନେଇ ମୋଦି ଓ ନବୀନ ସରକାର ଯେପରି ଆତ୍ମ ପ୍ରଚାର କରୁଛନ୍ତି ଏବଂ କାଦୁଅ ଫୋପାଡ଼ାରେ ବ୍ୟସ୍ତ ରହିଛନ୍ତି ଏହା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିନ୍ଦାଜନକ କଥା।

ସୋନିଆ ଗାନ୍ଧୀ ଏବଂ ଡ. ମନମୋହନ ସିଂଙ୍କ କ୍ଷୁଧାମୁକ୍ତ ଭାରତ ସ୍ୱପ୍ନର ପ୍ରତିଫଳନ ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଯାହାବଳରେ ଅଧିକରୁ ଅଧିକ ସାଧାରଣ ଜନତାଙ୍କ ପାଖରେ ପିଡିଏସ ଚାଉଳ ପଂହଚି ପାରୁଛି। ଏଥିରେ ମୋଦି ଶାସନ ବା ନବୀନ ଶାସନର କୌଣସି ବାହାଦୁରୀ ନାହିଁ।

ଓଡ଼ିଶାର ଯୁବ ସମାଜ ଆଜି ବେକାରୀ ତାଡ଼ନାରେ ହନ୍ତସନ୍ତ। ଶ୍ରୀ ପଟ୍ଟନାୟକ ଉଭୟ ମୋଦି ଓ ନବୀନ ସରକାରର ପତନରେ ଯୁବ ସମାଜର ପ୍ରଗତି ରହିଛି ବୋଲି କହିଥିଲେ। ଭାରତ ଯୋଡ଼ ଯାତ୍ରା ଓଡ଼ିଶାର ଲକ୍ଷ୍ୟ ହେଉଛି ଓଡ଼ିଶାରେ ରାଜନୈତିକ ଓ ଅଥନୈତିକ ସ୍ଥିତିର ପରିବର୍ତନ।

ଏଣୁ ଯୁବ ସମାଜ, କୃଷକ, ମହିଳା ନିଜର ଅଧିକାରୀ ଓ ସୁରକ୍ଷା ପାଇଁ ଏଥିରେ ଯୋଗଦେବାକୁ ଏବଂ ସ୍ୱରକୁ ଶାଣିତ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଓଡ଼ିଶାର ବିକାଶ ଏବଂ ସୁଶାସନ ଆଣିବା ପାଇଁ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଅଭିପ୍ରେତ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସନ୍ତୋଷ ସିଂ ସାଲୁଜା, ମାନସ ଚୌଧୁରୀ, ବିଧୁଭୂଷଣ ତ୍ରିପାଠୀ, ସଂଜୟ ତ୍ରିପାଠୀ, ରବି ରାୟ, ବାଙ୍କନିଧି ବେହେରା, ଜ୍ଞାନ ପଟ୍ଟନାୟକ, ମନୋଜ ସାହୁ, ଦୀପକ ମହାପାତ୍ର, ରାଜକିଶୋର ଷଢ଼ଙ୍ଗୀ, ମାନସ ମଲ୍ଲିକ, ଆନ୍ଥୋନୀ କୁଲୁ, ନାଜିଆ ହୁସେନ, ପୁରୋଷତମ ବାରିକ, ଗୋରେତି ଖେସ, ସାବିର ହୁସେନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା-ଓଡ଼ିଶାର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ଭାରତ ଯୋଡ ଯାତ୍ରା ଶରତ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Latest News

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.