Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ରାତିରେ ଖୋଲା ରହିବ ଭୁବନେଶ୍ବରର ଜୟଦେବ ବାଟିକା
ବିଶେଷ ଖବର

ଏଣିକି ରାତିରେ ଖୋଲା ରହିବ ଭୁବନେଶ୍ବରର ଜୟଦେବ ବାଟିକା

January 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Jayadev Batika
ଏଣିକି ରାତିରେ ଖୋଲା ରହିବ ଭୁବନେଶ୍ବରର ଜୟଦେବ ବାଟିକା

ଭୁବନେଶ୍ବର : ଏଣିକି ରାତି ୯ଟା ଯାଏ ଖୋଲା ରହିବ ଭୁବନେଶ୍ବର ଜୟଦେବ ବାଟିକା। ଏ ନେଇ ନିଷ୍ପତି କରିଛି ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ଜୟଦେବ ବାଟିକାର ପ୍ରାକୃତିକ ଶୋଭାକୁ ଲୋକମାନେ ରାତିରେ ଦେଖିବାରୁ ସୁଯୋଗରୁ ବଞ୍ଚିତ ହେଉଥିଲେ। ସେଥିପାଇଁ ବିଭାଗ ଏହି ନିଷ୍ପତି ଗ୍ରହଣ କରିଛି।

ପୂର୍ବରୁ କେବଳ ଦିନ ସମୟରେ ଖୋଲା ରହୁଥିବା ବେଳେ ଏବେ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଫଳରେ ସନ୍ଧ୍ୟାରେ ଜୟଦେବ ବାଟିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକ କୃତ୍ରିମ ଜଳପ୍ରପାତ, ନଈ, ଜଳଫୁଆରାର ମଜା ଉଠାଇ ପାରିବେ। ବିନା ଭୟରେ ବାଟିକା ପରିସରରେ ବୁଲିବା ସହ ସେଲ୍ଫି ବି ନେଇପାରିବେ।

ତେବେ ରାତିରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଟିକେଟ ଦର ଅଧିକ କରାଯାଇଛି। ସେହିପରି ଦୁଇ ଚକିଆ, ଚାରି ଚକିଆ ଯାନର ପ୍ରବେଶ ଶୁଳ୍କ ମଧ୍ୟ ଅଧିକ କରାଯାଇଛି। ନିଷ୍ପତି ଅନୁସାରେ ଦିନ ବେଳା ୧୨ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ୩୦ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା କରାଯାଇଛି।

ସେହିପରି ଦିନବେଳା ସାଇକେଲ ପ୍ରବେଶ ଶୁଳ୍କ ୫ ଟଙ୍କା ଥିବା ବେଳେ ଅପରାହ୍ନରେ ୧୦ଟଙ୍କା କରାଯାଇଛି। ଦିନବେଳା ଦୁଇଚକିଆ ପ୍ରବେଶ ଶୁଳ୍କ ୩୦ ଟଙ୍କା ଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା ହୋଇଛି।

ସେହିପରି ତିନି ଚକିଆ ଯାନକୁ ଦିନବେଳା ୫୦ଟଙ୍କା ଥିବା ବେଳେ ଅପରାହ୍ନରେ ୮୦ଟଙ୍କା ରଖାଯାଇଛି। ୪ ଚକିଆ ଯାନ ପ୍ରବେଶ ଲାଗି ଦିନ ବେଳା ୧୦୦ ଟଙ୍କା ରଖାଯାଇଥିବା ବେଳେ ଅପରାହ୍ନରେ ୧୫୦ ଟଙ୍କା କରାଯାଇଛି।

ତେବେ ସଂଧ୍ୟାରେ ପର୍ଯ୍ୟଟକମାନେ ସୁବିଧାର ବୁଲାବୁଲି କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ କଡା କରାଯାଇଛି। ବିଶେଷ କରି ପାର୍କର ଅନ୍ଧାରିଆ ସ୍ଥାନରେ ଏହି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କରାଯାଇ ତୀକ୍ଷ୍ମ ନଜର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି।

ଜୟଦେବ ବାଟିକା ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026

ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026
Latest News

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.