Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମ୍ବାଦିକମାନେ ରାଜନୀତି କରିବା ପାଇଁ ଓଡିଶାର କେଉଁ ଦଳ ସୁରକ୍ଷିତ ??
ବିଶେଷ ଖବର

ସାମ୍ବାଦିକମାନେ ରାଜନୀତି କରିବା ପାଇଁ ଓଡିଶାର କେଉଁ ଦଳ ସୁରକ୍ଷିତ ??

January 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
JournoPolitics
ସାମ୍ବାଦିକମାନେ ରାଜନୀତି କରିବା ପାଇଁ ଓଡିଶାର କେଉଁ ଦଳ ସୁରକ୍ଷିତ ??

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକରୁ ରାଜନେତା ପାଲଟିଥିବା ସତ୍ୟ ପ୍ରକାଶ ନାୟକ ନିକଟରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହି ନିଜର ରାଜନୈତିକ ଭବିଷ୍ୟତ ସୁଦୃଢ କରିବା ପାଇଁ ଆଶା କରିଥିଲେ। ହେଲେ ସତ୍ୟ ପ୍ରକାଶ ସେହି ଦଳରେ ବେଶୀ ଦିନ ତିଷ୍ଠି ରହି ପାରିଲେ ନାହିଁ। କଂଗ୍ରେସ ଦଳ ପ୍ରତି ଅସନ୍ତୁଷ୍ଠ ହୋଇ ଇସ୍ତଫା ଦେଲେ।

କେବଳ ସତ୍ୟ ପ୍ରକାଶ ନୁହଁନ୍ତି ତାଙ୍କ ପୂର୍ବରୁ ସେହିପରି ଆଉ ଦୁଇ ଜଣ ପ୍ରମୁଖ ସାମ୍ବାଦିକ କଂଗ୍ରେସ ଦଳରେ ନିଜର ଭାଗ୍ୟ ଭବିଷ୍ୟତ ଗଢି ପାରିଲେ ନାହିଁ। ସେହି ଦୁଇ ଜଣ ହେଲେ ବର୍ତ୍ତମାନର ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ବର୍ତ୍ତମାନ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ସତ୍ୟ ପ୍ରକାଶଙ୍କ ପୂର୍ବରୁ ଏହି ଦୁଇ ଜଣ ସାମ୍ବାଦିକତା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ପରବର୍ତ୍ତି ସମୟରେ ସେମାନେ ମଧ୍ୟ ଦଳ ଛାଡିବାକୁ ବାଧ୍ୟ ହୋଇଥିଲେ।

ମାନସ ଏବଂ ସୁଲୋଚନାଙ୍କୁ କଂଗ୍ରେସ ବିଭିନ୍ନ ପଦପଦବୀରେ ରଖି ବ୍ୟବହାର କରିଥିଲା। ହେଲେ ସେମାନେ ସେହି ଦଳ ଭିତର ନିଜର ରାଜନୀତିକ ଭବିଷ୍ୟତ ଦେଖିପାରିଲେ ନାହିଁ। ଏପରିକି ମାନସ ମଙ୍ଗରାଜ ଦୀର୍ଘ ବର୍ଷ ଧରି କଂଗ୍ରେସରୁ କଣଠୋସା ହୋଇ ରହିଥିଲେ। ହେଲେ ପରବର୍ତ୍ତି ସମୟରେ ଉଭୟ ବିଜେଡିରେ ଯୋଗ ଦେଇ ନିଜର ସ୍ଥିତି ସୁଦୃଢ କରିବାରେ ସକ୍ଷମ ହୋଇପାରିଲେ।

ଏଥିରୁ ସ୍ପଷ୍ଟ ଯେ, ସାମ୍ବାଦିକଙ୍କ ପାଇଁ କଂଗ୍ରେସ ଏକ ସୁରକ୍ଷିତ ଦଳ ନୁହେଁ। ପୂର୍ବରୁ ମଧ୍ୟ କେତେକ ସାମ୍ବାଦିକ ଏହି ଦଳରେ ଯୋଗ ଦେଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ସେମାନେ ମଧ୍ୟ ଦୃଶ୍ୟପଟରୁ କୁଆଡେ ଉଭେଇ ଗଲେ। ଅବଶ୍ୟ ସେତେବେଳେ ରାଜ୍ୟରେ ବିଜେଡି ଗଠନ ହୋଇ ନ ଥିଲା। ହେଲେ ବିଜେଡି ଗଠନ ହେବା ପରେ ସାମ୍ବାଦିକଙ୍କ ପାଇଁ ରାଜନୀତି କରିବାରେ ଏକ ସୁବର୍ଣ୍ଣ ସୁଯୋଗ ତିଆରି ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

କାରଣ ଏକଦା ସାମ୍ବାଦିକ ବୃତ୍ତି ଛାଡି ବିଜେଡିରେ ଯୋଗ ଦେଇ ବିଧାୟକ ଏବଂ ପରେ ମନ୍ତ୍ରୀ ଭାବେ ନିଜର ରାଜନୈତିକ କ୍ୟାରିୟର ସୁଦୃଢ କରିପାରିଛନ୍ତି ଅଶୋକ ପଣ୍ଡା। ସେହିପରି ସାମ୍ବାଦିକ ଥିବା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ସାମ୍ବାଦିକତା ବୃତ୍ତି ଛାଡି ବିଜେଡିରେ ଯୋଗ ଦେଇ ବର୍ତ୍ତମାନ ସେ ମନ୍ତ୍ରୀ ସହିତ ସାରା ଓଡିଶା ରାଜନୀତିରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି।

ସେହପରି ସୌମ୍ୟ ରଂଜନ ପଟ୍ଟନାୟକ, ଭର୍ତ୍ତୁହରି ମହତାବ, ଅଚ୍ୟୁତ ସାମନ୍ତଙ୍କ ପରି ସମ୍ବାଦପତ୍ର ଶିଳ୍ପର ମାଲିକମାନେ ମଧ୍ୟ ବିଜେଡିରେ ନିଜର ସ୍ଥିତିକୁ ସୁଦୃଢ କରିପାରିଛନ୍ତି। ସେମାନେ ଦଳରେ ଯୋଗଦେବା ଦିନଠାରୁ ତାଙ୍କର ରାଜନୈତିକ ଜୀବନ ବେଶ ଉଜ୍ଜଳମୟ ହୋଇ ଉଠିଛି। ଏଥିସହିତ ସତ୍ୟଜିତ୍ ମିଶ୍ର, ସ୍ବଂୟପ୍ରକାଶ ମହାପାତ୍ର, ଗୌତମବୁଦ୍ଧ ଦାସ ପ୍ରମୁଖ ମଧ୍ୟ ବିଜେଡିରେ ନିଜର ସ୍ଥିତିକୁ ସଜାଡି ପାରିଛନ୍ତି।

ଏହା ନିଶ୍ଚିତ ଯେ, କଂଗ୍ରେସ ଦଳ ଓଡିଶାର ସାମ୍ବାଦିକଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ। ଅନ୍ୟପକ୍ଷରେ ବିଜେଡି ହେଉଛି ଏକମାତ୍ର ଦଳ ଯେଉଁଠାରେ ସାମ୍ବାଦିକମାନେ ନିଜର ରାଜନୈତିକ ଭବିଷ୍ୟତ ତିଆରି କରିବାରେ ସକ୍ଷମ ହୋଇ ପାରୁଛନ୍ତି। ଭିନ୍ନ ଭାବେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଗୁରୁତ୍ବ ଦେଉଛନ୍ତି। ଉଚ୍ଚ ପଦପଦବୀରେ ବସାଇ ପାରୁଛନ୍ତି।

ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଓଡିଶାର ଅନ୍ୟତମ ପ୍ରମୁଖ ଦଳ ବିଜେପି, ସାମ୍ବାଦିକଙ୍କ ରାଜନୀତି କରିବା ପାଇଁ ନା ସୁରକ୍ଷିତ କ୍ଷେତ୍ର ହୋଇପାରିଛି ନା ଅସୁରକ୍ଷିତ। କାହିଁକି କେଜାଣି ରାଜ୍ୟର ପ୍ରମୁଖ ସାମ୍ବାଦିକମାନେ ଏହି ଦଳରେ ନିଜର ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଫଳରେ ବିଜେପିରେ ସାମ୍ବାଦିକମାନଙ୍କ ଯୋଗଦାନ ସଂପୂର୍ଣ୍ଣ ନୈରାଶ ଜନକ ହୋଇପଡିଛି।

ସତ୍ୟ ପ୍ରକାଶ ନାୟକ ସାମ୍ବାଦିକ
Share. Facebook Twitter LinkedIn Email WhatsApp Copy Link

Related Posts

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026
Latest News

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026

ଅକ୍ଟୋବର ଆରମ୍ଭରୁ ମହଙ୍ଗା ବାଣିଜ୍ୟିକ ଏଲପିଜି

October 1, 2026

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.