Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଥର ନିର୍ବାଚନ ଲଢିବେ ବୋଲି କହିଲେ ଧର୍ମେନ୍ଦ୍ର, ହେଲେ ଲୋକସଭା ନା ବିଧାନସଭା !
ଜାତୀୟ ଖବର

ଏଥର ନିର୍ବାଚନ ଲଢିବେ ବୋଲି କହିଲେ ଧର୍ମେନ୍ଦ୍ର, ହେଲେ ଲୋକସଭା ନା ବିଧାନସଭା !

January 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Dharmendra
ଏଥର ନିର୍ବାଚନ ଲଢିବେ ବୋଲି ଧର୍ମେନ୍ଦ୍ର କହିଲେ, ହେଲେ ଲୋକସଭା ନା ବିଧାନସଭା !!!

ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ, ଏହି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ବରରେ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଖବରକାଗଜ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ହେଲେ ତାଙ୍କୁ ଯେତେବେଳେ ପଚରାଗଲା ଯେ, ଲୋକସଭା ନା ବିଧାନସଭା ନିର୍ବାଚନ ଲଢିବେ, ତାହାର କୌଣସି ଉତ୍ତର ରଖିଲେ ନାହିଁ। ଚତୁରତା ସହିତ ସେ ଏହି ଉତ୍ତରକୁ ଏଡାଇ ଦେଲେ।

ସେ କହିଲେ ଯେ, ଏଥର ନିର୍ବାଚନ ଲଢିବା ପାଇଁ ମୁଁ ଦଳକୁ ଅନୁରୋଧ କରିଛି। ଦଳ ଅନୁସାରେ ମୁଁ ନିର୍ବାଚନ ଲଢିବି। ତେବେ କେଉଁ ଆସନରୁ ଛିଡା ହେବେ ବୋଲି ପଚାରିବା ପରେ ତାହାର ଉତ୍ତର ମଧ୍ୟ ସେ ଦେଇ ନ ଥିଲେ। ଫଳରେ ଧର୍ମେନ୍ଦ୍ର ତାଙ୍କର ଭବିଷ୍ୟତ ରାଜନୀତି ସଂପର୍କରେ କିଛି କହିଲେ ଆଉ କିଛି ଲୁଚାଇ ଦେଲେ। ଯାହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

ତେବେ ଧର୍ମେନ୍ଦ୍ରଙ୍କ କିଛି ବର୍ଷର କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ସେ ଢେଙ୍କାନାଳ ଲୋକସଭା ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ପ୍ରତି ମାସରେ ସେ ଏହି ଲୋକସଭା ଆସନରେ କିଛି ନା କିଛି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। ଏପରିକି ତାଙ୍କର ଧର୍ମପତ୍ନୀ ମଧ୍ୟ ସେଠାରେ ବିଭିନ୍ନ ଅଞ୍ଚଳ ବୁଲିବାରେ ଲାଗିଛନ୍ତି। ଢେଙ୍କାନାଳ ତାଙ୍କ ଅଞ୍ଚଳ ହୋଇଥିବାରୁ ସେ ସେଠାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି।

କେବଳ ଢେଙ୍କାନାଳ ନୁହେଁ, ସେ କୁଆଡେ ସମ୍ବଲପୁର ଲୋକସଭା ଆସନ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି। କାରଣ ଢେଙ୍କାନାଳରେ ତାଙ୍କ ପାଇଁ କିଛି ଅଡୁଆ ହେବ ବୋଲି ଧର୍ମେନ୍ଦ୍ର ଅନୁଭବ କରୁଛନ୍ତି। ସେଥିପାଇଁ ହାତରେ ଆଉ ଏକ ଆସନ ରଖିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମ ଓଡିଶାରେ ବିଜେପିର ଦବଦବା ରହିଥିବାରୁ ସେହି ଆସନ ତାଙ୍କ ପାଇଁ ସୁରକ୍ଷିତ ହେବ ବୋଲି ସେ ଚିନ୍ତା କରିଛନ୍ତି। କେବଳ ସମୟ ଆଉ ରାଜନୈତିକ ପାଣିପାଗକୁ ଅପେକ୍ଷା କରିଛନ୍ତି।

ପୂର୍ବରୁ ଧର୍ମେନ୍ଦ୍ର ୨୦୦୦ ମସିହାରେ ପାଲଲହଡାରୁ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୪ ମସିହାରେ ତତକାଳୀନ ଦେବଗଡ଼ ଲୋକସଭା ଆସନରୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଧର୍ମେନ୍ଦ୍ରଙ୍କ ବାପା ଦେବେନ୍ଦ୍ର ପ୍ରଧାନ ମଧ୍ୟ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ତେଣୁ ଧର୍ମେନ୍ଦ୍ରଙ୍କର ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ଅଭିଜ୍ଞତା ରହିଛି। ହେଲେ ବର୍ତ୍ତମାନ ସମୟରେ ସେହି ଅଭିଜ୍ଞତା କିପରି କାମ କରିବ ତାହା ପ୍ରଶ୍ନବାଚୀ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026
Latest News

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.