Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୫-ଟି ସଚିବଙ୍କ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ
ବିଶେଷ ଖବର

୫-ଟି ସଚିବଙ୍କ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ

February 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ସେଠାରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅନେକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହାସହିତ ସେଠାରେ ପଢୁଥିବା ଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା ମଧ୍ୟ କରି ଥିଲେ।

ପ୍ରଥମେ ଶ୍ରୀ ପାଣ୍ଡିଆନ ନିର୍ମାଣାଧୀନ ଷ୍ଟେଟ ଅଫ ଦ ଆର୍ଟ ଅଡିଟୋରିଅମ କାମ ବୁଲି ଦେଖିଥିଲେ। ୧୦୦୦ ଆସନ ବିଶିଷ୍ଟ ଏହି ଅଡିଟୋରିଅମର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଲୋଚନା ସମୟରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଏହି ଅତ୍ୟାଧୁନିକ ଅଡିଟୋରିଅମ ଦେଶର ସବୁଠାରୁ ବଡ ଅଡିଟୋରିଅମ ହେବ ଏବଂ କୃଷି ଶିକ୍ଷା କ୍ଷେତ୍ରରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କର୍ମଶାଳା ଓ କନ୍‌ଫରେନ୍‌ସର ଆୟୋଜନ କରାଯାଇ ପାରିବ। ଓୟୁଏଟି ର ସବୁ ଶ୍ରେଣୀ ଗୃହକୁ ସ୍ମାର୍ଟ କରାଯିବ।

କୃଷି ବିଶ୍ବବିଦ୍ୟାଳୟକୁ ଜାତୀୟ ସ୍ତରର ଏକ ଅଗ୍ରଣୀ ଶିକ୍ଷା ଓ ଗବେଷଣା ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ସୂଚନାଯୋଗ୍ୟ ଯେ କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢୀ ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଉଭୟ ହେଉଛନ୍ତି କୃଷି ବିଜ୍ଞାନର ଛାତ୍ର।

ଏହାପରେ ସେ ୨୦୦ ଆସନ ବିଶିଷ୍ଟ କୃଷକ ହଷ୍ଟେଲର ନବୀକରଣ କାମ ବୁଲି ଦେଖିଥିଲେ। କୃଷି ସଂପର୍କିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କୃଷକମାନେ ଏହି ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ଏହାର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସମୀକ୍ଷା ରୁ ଜଣାଯାଇଛି।

କୃଷି ବିଶ୍ବବିଦ୍ୟାଳୟର ଛାତ୍ରାବାସ କାମ ମଧ୍ୟ ଶ୍ରୀ ପାଣ୍ଡିଆନ ଅନୁଧ୍ୟାନ କରିଥିଲେ । ଏଥିରେ ୫୦୦ ଛାତ୍ର ରହିବାର ବ୍ୟବସ୍ଥା କରାଯାଉଛି। ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ପରିଶେଷରେ ସେ ଛାତ୍ରୀନିବାସର ନବୀକରଣ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ ଛାତ୍ରୀ ମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଛାତ୍ରୀନିବାସର ଉନ୍ନତିକରଣ କାର୍ଯ୍ୟ ଖୁବ ଭଲ ହେଉଛି ବୋଲି ଛାତ୍ରୀମାନେ ମତ ଦେଇଥିଲେ। ଛାତ୍ରୀ ନିବାସ ରେ ବ୍ୟାଡମିଣ୍ଟନ କୋର୍ଟ ଓ ଜିମ ସୁବିଧାର ବିକାଶ ପାଇଁ ସେ ମାନଙ୍କ ଅନୁରୋଧ କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ୫-ଟି ସଚିବ ଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ପରିଦର୍ଶନ ସମୟରେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭି.ଭି.କେ. ଯାଦବ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ଓୟୁଏଟିର କୁଳପତି ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ନବୀନ ପଟ୍ଟନାୟକ ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.