ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟର ଲିଚୁ ଖାଇ କହିଲେ ଏପରି କଥା

Published: Feb 7, 2023, 10:24 am IST
Naveen

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେ ଖାଦ୍ୟ ପ୍ରିୟ ତାହା ସମସ୍ତେ ଜାଣନ୍ତି। ସେ ଖାଣ୍ଟି ଓଡିଆ ଖାଦ୍ୟକୁ ବେଶ ଭଲ ପାଆନ୍ତି। ଯେଉଁମାନେ ତାଙ୍କ ଘରକୁ ଅତିଥୀ ହୋଇ ଆସନ୍ତି ସେମାନଙ୍କୁ ପଖାଳ, ଶାଗ ଭଜା, ବଡି ଭଜା ପରି ଖାଦ୍ୟ ଖାଇବାକୁ ଦେଇଥାଆନ୍ତି। ଠିକ ସେହିପରି ସେ ମଧ୍ୟ ଭଲ ଫଳ ପ୍ରିୟ। ବିଶେଷ କରି ଓଡିଶାରୁ ଉତ୍ପାଦନ ହେଉଥିବା ଫଳ ତାଙ୍କର ଭାରି ପ୍ରିୟ।

ନିକଟରେ ସେ ଲିଚୁ ଖାଉଥିବାର ଏକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଚହଳ ପକାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ତାଙ୍କର ଫଳ ପ୍ରତି ବେଶ ଆଗ୍ରହ ରହିଛି। ଏହି ଫଟୋରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଚୁ ପ୍ୟାକେଟ ଆଣି ଦେଉଛନ୍ତି ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ଏହାକୁ ଖୋଲି ଖାଉଛନ୍ତି ଏବଂ ସେହି ଲିଚୁକୁ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଲିଚୁ ଦିଆଯାଇଥିଲା ତାହା ହେଲା କୋରାପୁଟର କୋଟିଆରେ ଉତ୍ପାଦିତ ହେଉଥିବା ଲିଚୁ। ଏକ ପ୍ରାକୃତିକ ପରିବେଶ ମଧ୍ୟରେ ଏହା ଚାଷ କରାଯାଉଥିବାରୁ ଏହି ଲିଚୁର ଚାହିଦା ବେଶ୍ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସେଠାକାର ଚାଷୀଙ୍କୁ ସହଯୋଗ ପ୍ରଦାନ କରାଯାଉଛି।

ସେହି ଲିଚୁ ମୁଖ୍ୟମନ୍ତ୍ରୀ ଖାଇ କହୁଛନ୍ତି ଯେ, କୋରାପୁଟ କୋଟିଆ ଚାଷଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ବହୁତ ଖୁସି ଯେ, ବର୍ତ୍ତମାନ କୋରାପୁଟ କୋଟିଆରେ ଲିଚୁ ଚାଷ ହୋଇପାରିଛି। ସେଥିପାଇଁ ସେହି ଚାଷୀମାନଙ୍କୁ ବହୁତ ବହୁତ ଅଭିନନ୍ଦନ। ଏହି ଭିଡିଓ ଖୋଦ କୋରାପୁଟ ଜିଲ୍ଲାପାଳ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

Related posts