Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭବିଷ୍ୟବାଣୀ, 2024ରେ ମଧ୍ୟ ବିଜେଡି ଓଡିଶାରେ ଷଷ୍ଠ ଥର ପାଇଁ ଶାସନ କରିବ
ବିଶେଷ ଖବର

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭବିଷ୍ୟବାଣୀ, 2024ରେ ମଧ୍ୟ ବିଜେଡି ଓଡିଶାରେ ଷଷ୍ଠ ଥର ପାଇଁ ଶାସନ କରିବ

May 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJD will cmoe again in 2024
BJD will cmoe again in 2024

ସମୀକ୍ଷା ବ୍ୟୁରୋ

ପଞ୍ଚମ ଥର ପାଇଁ ନୁହେଁ, 2024 ରେ ଯେଉଁ ନିର୍ବାଚନ ହେବ ସେଥିରେ ବିଜେଡି ବିପୁଳ ଭୋଟର ବିଜୟ ହୋଇ ଷଷ୍ଠ ଥର ପାଇଁ ଓଡିଶାରେ ଶାସନ କରିବ। ଏହା କୌଣସି ନେତାଙ୍କ ବାଣୀ ନୁହେଁ। ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ଟିଭିକୁ ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଯେତେ କଲେ ମଧ୍ୟ ଓଡିଶାରେ ଶାସନ କରିପାରିବ ନାହିଁ। ବର୍ତ୍ତମାନ ଓଡିଶାରେ ବିଜେପିର ଯାହା ବୃଦ୍ଧି ଘଟିଛି ତାହା କଂଗ୍ରେସ ଭୋଟ। ଓଡିଶାରେ କଂଗ୍ରେସ ଭୁଷୁଡି ପଡିବାରୁ ସେହି ଭୋଟ ବିଜେପି ହାତେଇ ନେଲା। ଗତ ନିର୍ବାଚନଠାରୁ ଏଥର ବିଜେଡିର ଭୋଟ ହାର 2 ପ୍ରତିଶତ ବୃଦ୍ଧି ପାଇଛି। ବିଜେପି କୋତେଟି ସାଂସଦ ଆସନ ନେଇଛି ଅର୍ଥ ନୁହେଁ ବିଜେଡି ଭୋଟ ହ୍ରାସ ପାଇଛି। ହେଲେ ବିଜେପି ଓଡିଶାରେ ଲଢେଇ କରିବାରେ ସକ୍ଷମ ହୋଇଛି, ମାତ୍ର ଏହି ଦଳ ଓଡିଶାରେ ଆଉ ଆଗକୁ ଯାଇପାରିବ ନାହିଁ ବୋଲି ନବୀନ ପରୋକ୍ଷରେ ଇସାରା ଦେଇଛନ୍ତି।

ସାରା ଦେଶର ମୋଦି ଲହର ପାଇଁ ବିଭିନ୍ନ ଆଞ୍ଚଳିକ ଦଳ ଭୁଷିଡି ପଡିଛି। ହେଲେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନବୀନ ହାୱାରେ ମୋଦି ଲହର କାମ ଦେଇପାରି ନାହିଁ। ପଶ୍ଚିମ ବଂଗରେ ମମତାଠାରୁ ଆରମ୍ଭ କରି ଚନ୍ଦ୍ରବାବୁ ନାଇଡୁ ପର୍ଯ୍ୟନ୍ତ ମୋଦି ଲହରକୁ ରୋକିବାର ସକ୍ଷମ ହୋଇପାରି ନାହାଁନ୍ତି। ହେଲେ ନବୀନଙ୍କ ଏପରି ବିଜୟ ସାରା ଦେଶ ପାଇଁ ଏକ ଉଦାହରଣ ପାଲଟି ଯାଇଛି। ଓଡିଶାରେ କଣ ପାଇଁ ମୋଦି ଲହର କାମ ଦେଲା ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, କେବେଳ ଜନହିତକର କାମ ମୁଖ୍ୟ ସଫଳତା। ଓଡିଶାରେ ଯେପରି ଜନ କଲ୍ୟାଣ କାର୍ଯ୍ୟ କରାଯାଇଛି ସେଥିରେ କୌଣସି ଶକ୍ତି ବିଜେଡିକୁ ରୋକିପାରିବ ନାହିଁ। ଆସନ୍ତା ବର୍ଷଗୁଡିକରେ ଏହି କାର୍ଯ୍ୟକୁ ଆହୁରି ବୃଦ୍ଧି କରାଯିବ ବୋଲି ନବୀନ କହିଛନ୍ତି। ବର୍ତ୍ତମାନ କଂଗ୍ରେସର ଅବସ୍ଥା ସଂପର୍କରେ ନବୀନ କହିଛନ୍ତି ଯେ, ଦେଶରେ ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସିବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡିବ।

ବର୍ତ୍ତମାନ ବିଜେଡିରୁ ବହୁ ନେତା ଦଳ ଛାଡିଥିବାରୁ ଏହା ଦ୍ବାରା ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ନବୀନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ନିର୍ବାଚନ ସମୟରେ କେତେକ ଟିକେଟ ନ ପାଇବାରୁ ଦଳ ଛାଡିଛନ୍ତି। ଆଉ କେତେକଙ୍କୁ ଦଳ ବହିସ୍କାର କରିଛି। ହେଲେ ଏହା ଦ୍ବାରା ବିଜେଡିର କୌଣସି କ୍ଷତି ହୋଇ ନାହିଁ କି ଭବିଷ୍ୟତରେ କିଛି କ୍ଷତି ହେବାର ନାହିଁ ବୋଲି ନବୀନ ରୋକଠୋକ କହିଛନ୍ତି। ମୁଖ୍ୟତଃ ଜାତୀୟ ଗଣମାଧ୍ୟମ ବୈଜୟନ୍ତ ପଣ୍ଡାଙ୍କ ବହିସ୍କାରକୁ ଲକ୍ଷ କରି ଏହି ପ୍ରଶ୍ନ ପଚାରିଥିବାର ଜଣାପାଡିଛି।

ସେହିପରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ଏକ ପ୍ରଶ୍ନ ଉତ୍ତରରେ ନବୀନ କହିଛନ୍ତି ଯେ, ବିଜେଡି ଦଳରୁ କେହି ଜଣେ ଉତ୍ତରାଧିକାରୀ ହେବେ। ହେଲେ ତାଙ୍କୁ ଓଡିଶାର ଜନସଧାରଣ ବାଛିବେ ବୋଲି ନବୀନ ସ୍ପଷ୍ଟ କରିଛନ୍ତି। ଦୀର୍ଘ ଦିନ ଧରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ଆଲୋଚନା ଚାଲିଛି। ଅନେକ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିଜେଡିର ଉତ୍ତରାଧିକାରୀ ହେବେ ବୋଲି କହୁଛନ୍ତି। ହେଲେ ନବୀନ ସେ କଥାକୁ ସଂପୂର୍ଣ୍ଣ ଭାବେ ଏଡେଇ ଯାଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଓଡିଶାର ଜନସାଧାରଣ ବାଛିବେ ବୋଲି ନବୀନ କହିଛନ୍ତି। ବିଜେଡିର ବିପୁଳ ବିଜୟ ପରେ ଏହା ହେଉଛି ନବୀନଙ୍କ ପ୍ରଥମ ସାକ୍ଷାତକାର।

BJD interview naveen Odisha thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Latest News

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.