Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲୋକସଭାରେ ପ୍ରମିଳା ବିଷୋୟୀଙ୍କ ଧାନବିଲର ଖସ ଖସ ଶୁଣିବାକୁ ଏତେ ଡର ବା ଏତେ ସଙ୍କୋଚ କାହିଁକି?
ବିଶେଷ ଖବର

ଲୋକସଭାରେ ପ୍ରମିଳା ବିଷୋୟୀଙ୍କ ଧାନବିଲର ଖସ ଖସ ଶୁଣିବାକୁ ଏତେ ଡର ବା ଏତେ ସଙ୍କୋଚ କାହିଁକି?

May 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Mission Shakti woman now BJD MP
Mission Shakti woman now BJD MP

କେଦାର ମିଶ୍ର

ଶିକ୍ଷିତ ଓଡିଶାଙ୍କୁ ବିଶୁଦ୍ଧ ବା ଦେଶୀ ଓଡିଆ ଶୁଣିବାକୁ ଏତେ ଡର ଲାଗୁଛି କାହିଁକି? ଲୋକସଭା ଗଲେ ସେଠି କେବଳ ଇଂରାଜୀ ଓ ହିନ୍ଦୀରେ କହିଲେ ଯାଇ ମହତ ରହିବ ବୋଲି ଆମ ତଥାକଥିତ ସମ୍ଭ୍ରାନ୍ତମାନଙ୍କୁ କିଏ ଶିଖେଇଛି? “ଧାନ ବିଲ ଖସ ଖସ ଲୋ ବଉଳ” ଗୀତ ଶୁଣି କାହାକୁ ଏତେ ଲାଜ ଲାଗୁଛି? ଏଇ ତିନୋଟି ପ୍ରଶ୍ନ ଓଡିଶାର ସାମାଜିକ ଜୀବନରେ ଆଜି ବହୁତ ଗୁରୁତ୍ୱପୂର୍ଣ୍ଣ। ଆସ୍କା ଲୋକସଭା ଆସନରୁ ବିଜୁ ଜନତା ଦଳର ଟିକଟ ପାଇ ନିର୍ବାଚନ ଲଢିବା ପରଠାରୁ ଶ୍ରୀମତୀ ପ୍ରମିଳା ବିଷୋୟୀଙ୍କୁ ସୋସିଆଲ ମିଡିଆରେ ଯେଉଁ ଭାଷାରେ ଗାଳି ଓ ଭର୍ତ୍ସନା କରାଯାଉଛି, ସେଥିରୁ ଆମର ମାନସିକ ଓ ରାଜନୈତିକ ଦେବାଳିଆପଣର ସୂଚନା ମିଳିଯାଉଛି। ଗୋଟେ ସମାଜ ଭାବରେ ଆମେ ଆଜି ମଧ୍ୟ ଶିକ୍ଷାର ଅସଲ ଚେହେରା ବିଷୟରେ ଯେ ଅଜ୍ଞ, ସେକଥା ଆମକୁ ପ୍ରମିଳା ମାଉସୀ ଆଙ୍ଗୁଠି ଗେଞ୍ଜି ଦେଖେଇଦେଇଛନ୍ତି। ନିର୍ବାଚନରେ ଟିକଟ ପାଇବାଠୁ ଆରମ୍ଭ କରି ସବୁଠୁ ଅଧିକ ଭୋଟ ପାଇ ବିଜୟୀ ହେବାର ଲମ୍ବା ରାସ୍ତାରେ ତାଙ୍କୁ ଆମର ସୋସିଆଲ ମିଡିଆର ଅସାମାଜିକ ପ୍ରାଣୀମାନେ ପ୍ରତି ଦିନ ଗାଳି କରିଚାଲିଛନ୍ତି। ତାଙ୍କର ଦକ୍ଷତା ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅବାଞ୍ଛିତ ପ୍ରଶ୍ନ ସବୁ ଉଠାଉଛନ୍ତି। ତେବେ ସେମାନଙ୍କ ଗାଳି ବା ପ୍ରଶ୍ନ ସହିତ ପ୍ରମିଳା ବିଷୋୟୀଙ୍କର ସମ୍ପର୍କ ଇ ନାହିଁ। ଫେସବୁକ ରେ କିଏ କଣ ଲେଖିଲା ସେକଥା ପ୍ରମିଳା ବିଷୋୟୀଙ୍କ ପରି ସଂଗ୍ରାମୀ ମହିଳା ଜାଣିବାର ଇଚ୍ଛା ଇ ରଖନ୍ତି ନାଇଁ।

ତେବେ ପ୍ରମିଳା ମାଉସୀଙ୍କ ଉପରେ ପ୍ରଶ୍ନ ଚିହ୍ନ ସବୁ କଣ? ପ୍ରଥମ ପ୍ରଶ୍ନ ହେଲା,  ତାଙ୍କ କଥା ଲୋକସଭାରେ କେହି ବୁଝିପାରିବେ ନାହିଁ କି ସେ କାହା କଥା ବୁଝି ପାରିବେ ନାହିଁ, ତ ସେ ସେଠି କରିବେ କଣ? ଏହାର ଉତ୍ତର ହେବ- ଲୋକସଭାର ଅର୍ଥ ଲୋକଙ୍କର ସଭା ନା ଇଂରାଜୀ ଓ ହିନ୍ଦୀ ପଢୁଆ ଲୋକଙ୍କର ସଭା? ଲୋକସଭାରେ ମାତ୍ର ଦୁଇଟି ଭାଷା ପ୍ରଚଳିତ ବୋଲି କିଏ କହିଲା? ଏ ଦେଶର ମୁଦ୍ରାରେ କେତୋଟି ଭାଷା ଅଙ୍କିତ ଅଛି, ସେ କଥା କେହି ଦେଖି ନାହାନ୍ତି କି? ପ୍ରମିଳା ମାଉସୀଙ୍କ ଓଡିଆଟି ଅତି ପ୍ରାଞ୍ଜଳ। ତାଙ୍କ ପରି ଓଡିଆ କହୁଥିବା କେତେ ଓଡିଆ ଏବେ ରାଜନୀତିରେ ଅଛନ୍ତି? ମୋତେ ମଜା ଲାଗିଲା, ତାଙ୍କୁ ଯେତେବେଳେ ଜଣେ ସାମ୍ବାଦିକ ପଚାରୁଛନ୍ତି- ମାଉସୀ ଆପଣଙ୍କ ଲାଇଫ ଜର୍ଣ୍ଣୀ ବିଷୟରେ କିଛି କୁହନ୍ତୁ। ସେଠି ପ୍ରମିଳା ମାଉସୀ ବଡ ସୁନ୍ଦର ଉତ୍ତର ରଖିଲେ। କାଇଁ କହିଲେନି ତ, ଲାଇଫ ମାନେ କଣ? ଜର୍ଣ୍ଣୀ ମାନେ କଣ?

ଦ୍ଵିତୀୟ ପ୍ରଶ୍ନଟି ତାଙ୍କ ଦକ୍ଷତାକୁ ନେଇ। ଦକ୍ଷତା ମାନେ କଣ? ସ୍କୁଲ ଆଉ କଲେଜକୁ ଯାଇ ପ୍ରମାଣପତ୍ର ଆଣିବା? ଗାଁ ରେ ଜଳସେଚନର ସୁବିଧା ଓ ମହିଳାଙ୍କୁ ସ୍ବାବଲମ୍ବୀ କରାଇବାର ସଂଘର୍ଷ କଣ ଦକ୍ଷତା ନୁହେଁ? ଚେରମାରିଆ ଗାଁରେ ସେ କେତେ ମୟୁରଙ୍କୁ ବଞ୍ଚେଇଛନ୍ତି ଓ କେତେ ହଜାର ଗଛ ବଢାଇଛନ୍ତି, ତାହା କଣ ଦକ୍ଷତାର ପ୍ରମାଣ ନୁହେଁ? ହଜାର ହଜାର ମହିଳାଙ୍କୁ ସଂଗଠିତ କରି ସେମାନଙ୍କୁ ଆର୍ଥିକ ଭାବରେ ସ୍ବାବଲମ୍ବୀ କରିବାର ସଙ୍ଘର୍ଷଠୁ ବଳି ବଡ ଦକ୍ଷତା ଆଉ କିଛି ଅଛି କି?

ତୃତୀୟ କଥାଟି ହେଲା, ସେ କଣ ଲୋକସଭାରେ “ଧାନବିଲ ଖସ ଖସ ଲୋ ବଉଳ” ଗୀତ ଗାଇବେ କହୁଛନ୍ତି, କି ଲାଜ କଥା! ହୋ ବାବୁ ଓ ବାବୁଆଣୀମାନେ! ଲୋକ ଗୀତ ଶୁଣିବାକୁ ଲାଜ ଲାଗୁଛି ଯଦି କାନ ବନ୍ଦ କରିକି ରୁହ। ଜଣେ ଆଶୁ କବି ତା ଗୀତ ଲୋକସଭାରେ ଗାଇବ ନାହିଁ କାହିଁକି? ପ୍ରଧାନମନ୍ତ୍ରୀ କବିତା ପଢିଲେ ପରା ତମେ ସବୁ ଗଦ ଗଦ ହୋଇ ଗଡି ଯାଉଛ। ଲୋକ କବି ପ୍ରମିଳା ବିଷୋୟୀ ଗୀତ ଗାଇବି କହିଲେ ତମକୁ ଲାଜ ଲାଗୁଛି କାହିଁକି?ଭାରତୀୟ ଜୀବନ ଓ ରାଜନୀତିରେ ଗୀତ ଏବଂ କବିତା ପ୍ରାଣ ସ୍ପନ୍ଦନ ଭରିଛି।ଯେଉଁ ଦିନ ପ୍ରମିଳା ବିଷୋୟୀ ଲୋକସଭାରେ “ଧାନ ବିଲ ଖସ ଖସ” ଗୀତ ଗାଇବେ, ସେଦିନ ଜଣେ ଓଡିଆ ଭାବରେ ମୁଁ ସବୁଠୁ ବେଶୀ ଗର୍ବିତ ହେବି। ଏ ଦେଶର ଲୋକସଭାରେ ମୋ ଧାନବିଲର ସ୍ଵର ଶୁଭିବା ନିହାତି ଜରୁରୀ।

ଦୁଇ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚିତ ଜଣେ ସାଂସଦଙ୍କୁ ସୋସିଆଲ ମିଡିଆର ଦୁଇ ଟଙ୍କିଆ ଟ୍ରୋଲ ମାନେ ଗାଳି କଲେ ଅବଶ୍ୟ କାହାର କିଛି ହେବାର ନାହିଁ। ଏମିତିରେ ବି ସୋସିଆଲ ମିଡିଆ ଆମ ସମୟର ସବୁଠୁ ବଡ ଅସାମାଜିକ ଆବର୍ଜନା କୁଣ୍ଡ ହୋଇ ସାରିଛି। ସେଠିକାର ଆଲୋଚନାକୁ ଅଧିକ ଗୁରୁତ୍ଵ ଦେବାର କୌଣସି କାରଣ ନାଇଁ। ପ୍ରମିଳା ବିଷୋୟୀ ଆମ ଲୋକତନ୍ତ୍ରର ସବୁଠୁ ପଛଧାଡିରେ ଠିଆ ହୋଇଥିବା ମଣିଷର ପ୍ରତିନିଧି। ସେ ସବୁଠୁ ଦକ୍ଷ ଓ ବିଜ୍ଞ ଓଡିଆ ବୋଲି କହିବାରେ ଯାହାକୁ ଲାଜ ଲାଗୁଛି, ସେମାନେ ନିଜେ ନିଜକୁ ପଚାରନ୍ତୁ, କେବେ ଥରେ ଶହ ଶହ କ୍ୟାମେରାକୁ ସାମ୍ନା କରି ଏମିତି ସ୍ପଷ୍ଟ ଓ ସୁନ୍ଦର ଓଡିଆରେ କହିପାରିବେ ?

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀ ସତ୍ୟସାଇ ବାବା ସେବାକୁ ମାନବ ଜୀବନର ହୃଦୟରେ ରଖିଥିଲେ: ପ୍ରଧାନମନ୍ତ୍ରୀ

November 19, 2025

PM Kisan Nidhi: ୨୧ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି, ଓଡିଶାରୁ ମୁଖ୍ୟମନ୍ତ୍ରୀ ସାମିଲ

November 19, 2025

Ticketless Travel: ଗୋଟିଏ ମାସରେ 58,731 ଟି ମାମଲା ଚିହ୍ନଟ କଲା ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ

November 19, 2025

Hindalco CSR: ଲୋକଙ୍କ ଜୀବିକାକୁ ସୁଦୃଢ କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ବାସ୍କେଟ୍ରି’

November 19, 2025
Latest News

ଶ୍ରୀ ସତ୍ୟସାଇ ବାବା ସେବାକୁ ମାନବ ଜୀବନର ହୃଦୟରେ ରଖିଥିଲେ: ପ୍ରଧାନମନ୍ତ୍ରୀ

November 19, 2025

ଓଡ଼ିଶାରେ ଇସ୍ପାତ କ୍ଷେତ୍ରର ଅଭିବୃଦ୍ଧିକୁ ନେଇ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

November 19, 2025

PM Kisan Nidhi: ୨୧ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି, ଓଡିଶାରୁ ମୁଖ୍ୟମନ୍ତ୍ରୀ ସାମିଲ

November 19, 2025

ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳୀଗଡ଼ରେ ଆତ୍ମ ସୁରକ୍ଷା ତାଲିମ୍ ପ୍ରଶିକ୍ଷଣ ଶିବିର

November 19, 2025

ହାଇୱା ଧକ୍କାରେ ଜଣେ ବାବାଙ୍କ ମୃତ୍ୟୁ

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.