Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଛତିଶଗଡ ରାଜ୍ୟପାଳଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ
ଜାତୀୟ ଖବର

ଛତିଶଗଡ ରାଜ୍ୟପାଳଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

February 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bhupesh Baghela
ଛତିଶଗଡ ରାଜ୍ୟପାଳଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରିଛନ୍ତି। ସେହି ଅନୁଯାୟୀ ଛତିଶଗଡ ରାଜ୍ୟପାଳ ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଛତିଶଗଡରେ ରାଜ୍ୟପାଳ ଅଛନ୍ତି ଅନୁସୂୟା ଉଇକେଙ୍କୁ ମଣିପୁର ରାଜ୍ୟପାଳ ଭାବେ ବଦଳି କରାଯାଇଛି।

ତେବେ ଏହି ଖବର ଜଣାପଡିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କର ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ସେ ବର୍ତ୍ତମାନ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ବେଶ ପ୍ରଶଂସା କରିଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ ମ୍ୟାଡମ ରାଜ୍ୟପାଳ ଅନୁସୂୟା ଉଇକେ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିବାରୁ ତାଙ୍କୁ ଅଭିନନ୍ଦନ। ସେ ତାଙ୍କର ନୂତନ ସାମ୍ବାଧାନିକ ଦାୟିତ୍ବ ଗ୍ରହଣ କରିବେ।

ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଯେ ରାଜ୍ୟପାଳ ଅନୁସୂୟାଙ୍କୁ ମୁଁ ମୋ ନିଜ ବଡ ଭଉଣୀ ସଦୃଶ୍ୟ ଭାବେ। ଏହି ପ୍ରଶଂସା ସହିତ ସେ ଏକ ବିବାଦୀୟ ମନ୍ତ୍ରବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟପାଳ ଅନୁସୂୟା ତାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ଚାହୁଁଥିଲେ। ହେଲେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ସେପରି କାମ କରିବାକୁ ସୁଯୋଗ ଦେଲେ ନାହିଁ।

ତେବେ ସେ କେଉଁ କାରଣ ସଂପର୍କରେ ଉଲ୍ଲେଖ ନ କରିଥିଲେ ମଧ୍ୟ ଏହା ଛତିଶଗଡରେ ସଂରକ୍ଷଣ ସଂଶୋଧନ ବିଲକୁ ନେଇ ଚାଲିଥିବା ବିବାଦ ବୋଲି ସ୍ପଷ୍ଟ ହୋଇଛି। କାରଣ ରାଜ୍ୟ ସରକାର ବିଧାନ ସଭାରେ ସଂରକ୍ଷଣ ସଂଶୋଧନ ବିଲ ପାଶ କରିସାରିଥିଲେ ମଧ୍ୟ ରାଜ୍ୟପାଳ ତାହାକୁ ଏ ପର୍ଯ୍ୟନ୍ତ ସ୍ବୀକୃତି ପ୍ରଦାନ କରି ନାହାଁନ୍ତି। କେନ୍ଦ୍ରର ବିଜେପି ସରକାର ଚାପରେ ରାଜ୍ୟପାଳ ଏଥିରେ ଦସ୍ତଖତ କରୁ ନାହାଁନ୍ତି ବୋଲି ବାଘେଲା ଟାର୍ଗେଟ କରିଛନ୍ତି।

ସଂରକ୍ଷଣ ସଂଶୋଧନ ବିଲକୁ ନେଇ ଅନୁସୁୟା ଉଇକେ ଏବଂ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ବିଧାନସଭାରେ ବିଲ ପାଶ ପରେ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା। ହେଲେ ରାଜ୍ୟପାଳ ଅନୁସୂୟା ଏହି ବିଲରେ କେତେକ ତ୍ରୁଟି ରହିଥିବା ଦର୍ଶାଇ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ଏହା କରାଯିବା ପରେ ମଧ୍ୟ ରାଜ୍ୟପାଳ ସେହି ବିଲକୁ ଝୁଲାଇ ରଖିଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ବାଘେଲ କ୍ଷୋଭ ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଅନ୍ୟପଟେ ଛତିଶଗଡର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ସେ ତାଙ୍କୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି କରିଛନ୍ତି। ତାଙ୍କୁ ବ୍ୟକ୍ତିଗତ ଭାବେ ତଥା ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କୁ ବହୁତ ଅଭିନନ୍ଦନ ଜଣାଉଛି। ତେବେ ବାଘେଲା ବିଶ୍ବଭୂଷଣଙ୍କଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇବେ ବୋଲି ଆଶା ରଖିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026
Latest News

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026

ଓଡ଼ିଆ କାବ୍ୟ ପୁରାଣ “ନୃସିଂହାବତାରମ୍” ଉନ୍ମୋଚିତ

April 30, 2026

ବୋଲେରୋ ଗାଡ଼ି ସହ ଗଞ୍ଜେଇ ଜବତ: ଚାଲାଣକାରୀ ଗିରଫ

April 30, 2026

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.