Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆସନ୍ତାକାଲି ଇନ୍ଦୋରରେ ହେବ ଜି୨୦ ପ୍ରଥମ କୃଷି ପ୍ରତିନିଧି ବୈଠକ
ଅନ୍ତରାଷ୍ଟ୍ରୀୟ

ଆସନ୍ତାକାଲି ଇନ୍ଦୋରରେ ହେବ ଜି୨୦ ପ୍ରଥମ କୃଷି ପ୍ରତିନିଧି ବୈଠକ

February 12, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
G20
ଆସନ୍ତାକାଲି ଇନ୍ଦୋରରେ ହେବ ଜି୨୦ ପ୍ରଥମ କୃଷି ପ୍ରତିନିଧି ବୈଠକ

ନୂଆଦିଲ୍ଲୀ: ଭାରତର ଜି୨୦ ଅଧ୍ୟକ୍ଷତା ଅନ୍ତର୍ଗତ କୃଷି କାର୍ଯ୍ୟ ସମୂହ (ଏଡବ୍ଲୁଜି) ର ପ୍ରଥମ କୃଷି ପ୍ରତିନିଧି ବୈଠକ (ଏଡିଏମ୍‌) ଇନ୍ଦୋର ଅନୁଷ୍ଠିତ ହେବ। ତିନି ଦିବସୀୟ ଏହି କାର୍ଯ୍ୟକ୍ରମ, ପ୍ରଥମ ଏଡିଏମର ଆୟୋଜନ ୧୩-୧୫ ଫେବୃୟାରୀ ୨୦୨୩ ରେ ଇନ୍ଦୋରରେ ଆୟୋଜିତ ହେବ। ଏହି ବୈଠକରେ ଜି୨୦ ସଦସ୍ୟ ଦେଶମାନେ, ଅତିଥି ଦେଶ ଏବଂ ଆନ୍ତର୍ଜାତୀୟ ସଙ୍ଗଠନର ପ୍ରାୟ ଶହେରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ତିନି ଦିବସୀୟ ବୈଠକର ପ୍ରଥମ ଦିନ ପ୍ରଦର୍ଶନୀର ଉଦ୍‌ଘାଟନ କରିବେ। ଏହି ପ୍ରଦର୍ଶନୀର ପ୍ରମୁଖ ଆକର୍ଷଣ ପୋଷକ ଶସ୍ୟ ଏବଂ ଏହାର ମୂଲ୍ୟବର୍ଦ୍ଧିତ ଖାଦ୍ୟ ଉତ୍ପାଦ ସହିତ ପଶୁପାଳନ ଏବଂ ମତ୍ସ୍ୟ ପାଳନର ଷ୍ଟଲ୍ ହେବ।

କୃଷି କାର୍ଯ୍ୟ ସମୂହର ପ୍ରଥମ ସଂସ୍କରଣ ସମୟରେ, କୃଷି ସମ୍ବନ୍ଧିତ ବିଷୟରେ ବିଚାର ବିମର୍ଷ କରିବା ପାଇଁ ପ୍ରଥମ ଦିନ ଦୁଇଟି କାର‌୍ୟ୍ୟକ୍ରମ ନିର୍ଦ୍ଧାରିତ କରାଯାଇଛି। ଦ୍ବିତୀୟ ଦିନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଗ ନେବେ, ଯାହା ପରେ ଅଂଶଗ୍ରହଣକାରୀ ସଦସ୍ୟ ଏବଂ ଆନ୍ତର୍ଜାତୀୟ ସଙ୍ଗଠନ ମଧ୍ୟରେ ସାଧାରଣ ଆଲୋଚନା ହେବ।

ତୃତୀୟ ଦିନ ଏଡବ୍ଲୁଜିର ପ୍ରମୁଖ ପ୍ରଦେୟ ଉତ୍ପାଦ ଉପରେ ବିଚାର ବିମର୍ଷ ପାଇଁ ସମର୍ପିତ ହେବ। ଏହା ଏକ ପ୍ରଯୁକ୍ତି ଅଧିବେଶନ ହେବ ଯେଉଁଥିରେ ସମସ୍ତ ସମ୍ବନ୍ଧିତ ସଦସ୍ୟ ଏବଂ ଆନ୍ତର୍ଜାତୀୟ ସଙ୍ଗଠନଙ୍କ ସହିତ ଆଲୋଚନା ଓ ଅଂଶଗ୍ରହଣ କରାଯିବ।

କାର୍ଯ୍ୟକ୍ରମ ସମୟରେ, ପ୍ରତିନିଧି ମଣ୍ଡଳୀ ରାଜୱାଡ଼ା ମହଲର ହେରିଟେଜ୍ ୱାକ୍ ଓ ମାଣ୍ଡୁ ଫର୍ଟର ଭ୍ରମଣ ମାଧ୍ୟମରେ ସମୃଦ୍ଧ ଭାରତୀୟ ଇତିହାସର ଅନୁଭବ ପ୍ରାପ୍ତ ହେବ। ଭବ୍ୟ ରାତ୍ରି ଭୋଜନ ଏବଂ ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ଭାରତୀୟ ବ୍ୟଞ୍ଜନ ଏବଂ ସଂସ୍କୃତିର ଅନୁଭବ ପ୍ରଦାନ କରାଯିବ।

G20India ଜି20
Share. Facebook Twitter LinkedIn Email WhatsApp Copy Link

Related Posts

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026
Latest News

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.