Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ କରିବା ଲାଗି ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ କଲେ କେନ୍ଦ୍ର ମନ୍ତ୍ରୀ
ବିଶେଷ ଖବର

ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ କରିବା ଲାଗି ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ କଲେ କେନ୍ଦ୍ର ମନ୍ତ୍ରୀ

February 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗିରିରାଜ ସିଂହ
ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ କରିବା ଲାଗି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଖୋଲା ଆହ୍ୱାନ କରିଛନ୍ତି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କାଳ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପାଣ୍ଠି ଆବଣ୍ଟନ ଓ ସମ୍ପତ୍ତି ସୃଷ୍ଟି ଉପରେ ବିତର୍କ ଲାଗି କେନ୍ଦ୍ର ମନ୍ତ୍ରୀ ଆହ୍ୱାନ କରିଛନ୍ତି।

ମନରେଗା ବଜେଟ୍‌ ହ୍ରାସକୁ ନେଇ ସମ୍ବାଦପତ୍ରର ରିପୋର୍ଟ ବିଷୟରେ ଉଲ୍ଲେଖ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଥିବା ଫେସବୁକ ପୋଷ୍ଟ ଉପରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶର ନୋଏଡ଼ା ଠାରେ ସାରସ ମେଳା ଉପଲକ୍ଷେ ବକ୍ତବ୍ୟ ରଖି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଏଭଳି କୌଣସି ଅଭିଯୋଗ ଆଣିବା ପୂର୍ବରୁ କଂଗ୍ରେସ ନେତା ନିଜର ତଥ୍ୟ ଓ ପରିସଂଖ୍ୟାନର ସତ୍ୟତା ପରୀକ୍ଷା କରି ନେବା ଉଚିତ୍‌।

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଥିଲେ ଯେ, କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରଙ୍କ ସମୟରେ ମନରେଗାର ବଜେଟ୍‌ ଆକଳନ କେବେ ବି ୩୩ ହଜାର କୋଟି ଟଙ୍କା ଟପିନଥିଲା ଏବଂ ଅଧିକାଂଶ ଆର୍ଥିକ ବର୍ଷରେ ଏହି ଗ୍ରାମୀଣ ନିଯୁକ୍ତି ଯୋଜନାର ଦୁର୍ବଳ କାର୍ଯ୍ୟକାରିତା ଯୋଗୁ ଆବଣ୍ଟିତ ପାଣ୍ଠି ଫେରି ଯାଉଥିଲା। ଅନ୍ୟପଟେ, ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ବ ଗ୍ରହଣ କରିବା ପରେ, ପ୍ରତ୍ୟେକ ବର୍ଷ ମନରେଗା ବଜେଟ୍‌ ଆକଳନ କ୍ରମାଗତ ଭାବେ ସଂଶୋଧିତ ଆକଳନରେ ବୃଦ୍ଧି ପାଉଛି। ସେ କହିଥିଲେ ଯେ, ଚଳିତ ବର୍ଷ ବଜେଟ୍‌ ଆକଳନ ୭୩ ହଜାର କୋଟି ଟଙ୍କା ଥିବା ବେଳେ ସଂଶୋଧିତ ଆକଳନରେ ଏହା ୮୯ ହଜାର ୪୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ରାଜ୍ୟମାନଙ୍କର ବକେୟା ସଞ୍ଚୟ କାରଣରୁ ୨୫ ହଜାର କୋଟି ଟଙ୍କା ଦାବି କରାଯାଇଥିବା ବେଳେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୧୬ ହଜାର କୋଟି ଟଙ୍କା ପ୍ରାପ୍ତ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ମନରେଗା ବାବଦ ବଜେଟ୍‌ ଆକଳନ ୬୦ ହଜାର କୋଟି ଟଙ୍କା ଥିବା ବେଳେ ସଂଶୋଧିତ ଆକଳନ ୭୧ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଅନ୍ୟପଟେ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟ୍‌ ଆକଳନ ୬୧,୫୦୦ କୋଟି ଟଙ୍କା ଥିବା ବେଳେ ସଂଶୋଧିତ ଆକଳନରେ ଏହା ୧,୧୧,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା, ଯାହାକି ପୂର୍ବ ଆବଣ୍ଟନ ପରିମାଣର ଦୁଇ ଗୁଣା ଠାରୁ ସାମାନ୍ୟ କମ। କୋଭିଡ ମହାମାରୀ କାରଣରୁ ସହରରେ କାର୍ଯ୍ୟରତ ଗାଁ ଲୋକମାନେ ଗ୍ରାମାଞ୍ଚଳକୁ ଫେରିଆସିବା କାରଣରୁ କାମର ଚାହିଦା ବୃଦ୍ଧି ପାଇଥିଲା। ସେହିପରି ୨୦୨୧-୨୦୨୨ ଆର୍ଥିକ ବର୍ଷରେ ବଜେଟ୍‌ ଆକଳନ ୭୩ ହଜାର କୋଟି ଟଙ୍କା ଥିବା ବେଳେ ସଂଶୋଧିତ ଆକଳନରେ ଏହା ୯୯,୧୧୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

ଗିରିରାଜ ସିଂ ସମ୍ପତ୍ତି ସୃଷ୍ଟି କ୍ଷେତ୍ରରେ ମଧ୍ୟ ତୁଳନାତ୍ମକ ବିତର୍କ କରିବାକୁ ରାହୁଲ ଗାନ୍ଧୀଙ୍କୁ ଚାଲେଞ୍ଜ କରିଛନ୍ତି। ୟୁପିଏ ସରକାରଙ୍କ ସମୟରେ ଏହି ଗ୍ରାମୀଣ ନିଯୁକ୍ତି ଯୋଜନାରେ ସମ୍ପତ୍ତି ସୃଷ୍ଟି ମାତ୍ର ୧୭ ପ୍ରତିଶତ ଥିବା ବେଳେ ମୋଦୀ ସରକାରଙ୍କ ୯ ବର୍ଷ ମଧ୍ୟରେ ଏହା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି। ମନରେଗା ଯୋଜନାର କାର୍ଯ୍ୟ ପରିସରକୁ କେବଳ ଗାତ ଖୋଳିବା ଓ ବନ୍ଦ କରିବା ଠାରୁ ଊର୍ଦ୍ଧ୍ବକୁ ନେଇଯିବା କାରଣରୁ ଶ୍ରୀ ଗିରିରାଜ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ ଯେ ଗତକାଲି ମନରେଗା ବଜେଟ୍‌ ହ୍ରାସକୁ ନେଇ ବିଜେପି ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଭାରତର ଗ୍ରାମୀଣ ଅର୍ଥବ୍ୟବସ୍ଥାର ମୂଳଦୁଆ ଥିବା ଏହି ଗ୍ରାମୀଣ ନିଯୁକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ଦମନକାରୀର ନୀତିର ଶିକାର ପାଲଟିଛି।

ଅନ୍ୟପଟେ ମନରେଗା ଯୋଜନାରେ ଆଧାର ସଂଯୋଗ କରିବା ଦ୍ବାରା ସରକାର ସମାଜର ଗରିବ ବର୍ଗଙ୍କ ବିରୋଧରେ ଆଧାର ତଥ୍ୟର ଦୂରୁପଯୋଗ କରୁଛନ୍ତି ବୋଲି ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତା’ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଗିରିରାଜ ସିଂ କହିଥିଲେ ଯେ, ଏହି ଯୋଜନାରେ ସମ୍ପୂର୍ଣ୍ଣ ପାରଦର୍ଶିତା ଆଣିବା ମୋଦୀ ସରକାରଙ୍କ ଲକ୍ଷ୍ୟ।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ରାହୁଲ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026
Latest News

ବିଶ୍ୱ ବଜାରରେ ଆସାମ ଚା’ର ପ୍ରସିଦ୍ଧି ଏବଂ ସଫଳ ଯାତ୍ରା ଅନୁଧ୍ୟାନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 22, 2026

ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬

September 22, 2026

ପେଜାୱର ମଠର ଶ୍ରଦ୍ଧେୟ ସନ୍ଥ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀ ଜୀଙ୍କୁ ଭେଟିଲେ ଗୃହମନ୍ତ୍ରୀ

September 22, 2026

ଆଜି ସେପ୍ଟେମ୍ବର ୨୨ ତାରିଖରେ ନଅଟି ରାଶିର ବ୍ୟକ୍ତିଙ୍କ ଉପରେ ହେବ କୃପା ବୃଷ୍ଟି

September 22, 2026

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.