Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବ ଦାସଙ୍କ ହତ୍ୟା ମାମଲା ନେଇ ବିଜେପି ଉପରେ ବର୍ଷିଲେ ପ୍ରମିଳା
ବିଶେଷ ଖବର

ନବ ଦାସଙ୍କ ହତ୍ୟା ମାମଲା ନେଇ ବିଜେପି ଉପରେ ବର୍ଷିଲେ ପ୍ରମିଳା

February 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Minister Pramila Mallik

ଭୁବନେଶ୍ଵର: ନବ ଦାସଙ୍କ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଉପରେ ବର୍ଷିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ। ପୂର୍ବରୁ ଗଞ୍ଜାମ ଓ ବରଗଡ଼ ଜିଲ୍ଲାରେ ଘଟିଥିବା କେତେକ ରାଜନୈତିକ ହତ୍ୟାକାଣ୍ଡରେ ଏହି ତୁଙ୍ଗ ବିଜେପି ନେତାମାନଙ୍କ ସଂପୃକ୍ତି ଥିବାର ପ୍ରମାଣ ମିଳିଛି। ପଦ୍ମପୁର ଉପନିର୍ବାଚନ ବେଳେ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେଉଥିବା ଉଭୟ ବିଜେପି ନେତା ନିଜକୁ ବଞ୍ଚାଇବା ଲାଗି ମନଗଢ଼ା କାହାଣୀ ଗପୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଗଣମାଧ୍ୟମରେ ବିବୃତି ଦେଇ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ସମସ୍ତେ ଜାଣନ୍ତି ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ। ଜଘନ୍ୟ ହତ୍ୟା ସମେତ ମୋଟ ୧୬ଟି ସଂଗିନ ମାମଲାରେ ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ରହିଛି। ଏକ ହତ୍ୟା ମାମଲାରେ ଗିରଫ ହୋଇ ସେ ଦୀର୍ଘଦିନ ଧରି ଜେଲ୍ ରେ ରହିବା ପରେ ସ୍ୱାସ୍ଥ୍ୟ ଖରାପର ଆଳ ଦେଖାଇ ଜାମିନରେ ବାହାରକୁ ଆସିଛନ୍ତି।

ଆମେ ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ୨୦୧୭ମସିହା ସେପ୍ଟେମ୍ବର ୧୬ ତାରିଖରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଘଟିଥିବା ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ ଏବଂ ଉତ୍ତରାଖଣ୍ଡର ଏକ ସରକାରୀ ଗେଷ୍ଟହାଉସରେ ଆଶ୍ରୟ ନେଇଥିଲେ। କଲ୍ ରେକର୍ଡ଼ ଯାଞ୍ଚରୁ ଜଣାପଡ଼ିଥିଲା, ଏହି ହତ୍ୟା ଅଭିଯୁକ୍ତମାନଙ୍କୁ ଓଡ଼ିଶାରୁ ଫେରାର କରାଇବା ଏବଂ ଉତ୍ତରାଖଣ୍ଡ ନେଇ ସରକାରୀ ଗେଷ୍ଟ ହାଉସରେ ରଖିବାର ସବୁ ବ୍ୟବସ୍ଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ କରିଥିଲେ।

ସେହିପରି ୨୦୧୮ ଫେବ୍ରୁଆରି ମାସରେ ବିଜେପୁର ଉପନିର୍ବାଚନ ବେଳେ \òùfgße ସାହୁ ହତ୍ୟା ମାମଲାରେ ସଂପୃକ୍ତି ପାଇଁ ବିଧାୟକ ଜୟନାରାୟଣ ମିଶ୍ର ଓ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ। ଆମର aògßûi, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ସମର୍ଥନରେ ବିଜେପିର ଏହି ବରିଷ୍ଠ ନେତାମାନେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇବା ସମ୍ଭବ ନୁହେଁ।

ଶ୍ରୀମତୀ ମଲ୍ଲିକ ଆହୁରି କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନ ସମୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ସାଂଗଠନିକ ଦକ୍ଷତା ଓ କଠିନ ପରିଶ୍ରମ ଦେଖି ବିଜେପି ଜାଣି ସାରିଥିଲା ଯେ ସେମାନେ ଏଠାରେ ଅତ୍ୟନ୍ତ ଦୟନୀୟ ଭାବେ ହାରିବାକୁ ଯାଉଛନ୍ତି। ତେଣୁ ବିଜେପି ନେତୃବୃନ୍ଦ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଚଳିତ ହୋଇ ପଡ଼ିଥିଲେö ତାଙ୍କ ଭାଷଣରୁ ଏହି ହତାଶା ବାରି ହୋଇ ପଡ଼ୁଥିଲା। ଏପରିକି ସେତେବେଳେ ସେ ବିଜେଡିର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେବାକୁ ପଛାଇ ନ ଥିଲେ। ଶ୍ରୀ ପ୍ରଧାନ ଏବଂ ବିଜେପି ନେତୃବୃନ୍ଦ ନବ ଦାସଙ୍କୁ ନେଇ ଏତେ ଆତଙ୍କିତ ହେବାର କାରଣ ହେଲା, ପଶ୍ଚିମ ଓଡ଼ିଶାରେ ଶ୍ରୀ ଦାସ ବିଜେଡିର ଯେଉଁ ଶକ୍ତିଶାଳୀ ସଂଗଠନ ତିଆରି କରିଥିଲେ, ତାକୁ ସାମ୍ନା କରିବା ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା।

ଏବେ ନବ ଦାସଙ୍କ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ର ଓ ଧର୍ମେନ୍ଦ୍ର ପ୍ରଧାନ ଜାଣି ସାରିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ସେମାନଙ୍କ ଆଡ଼କୁ ଯାଉଛି। ସେଥିପାଇଁ ଆତଙ୍କିତ ହୋଇ ନିଜକୁ ବଞ୍ଚାଇବା ପାଇଁ ସେମାନେ ନାନାପ୍ରକାର ମିଥ୍ୟା ଅଭିଯୋଗ ଆଣୁଛନ୍ତି। ମାତ୍ର ଆମେ ଜାଣିଛୁ, ଯେତେ ଚେଷ୍ଟା କଲେ ବି ସେମାନେ ଏଥିରୁ ଖସି ପାରିବେ ନାହିଁ। ଉଭୟଙ୍କର ଭୟ ରହୁଛି, କାଳେ ସେମାନଙ୍କର ନାର୍କୋ ଓ ଲାଇ ଡିଟେକ୍ସନ୍ ଟେଷ୍ଟ ହେଲେ ସେମାନଙ୍କ ସଂପୃକ୍ତି ଜଣାପଡ଼ିଯିବ। ସେଥିପାଇଁ ସେମାନେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରତିଦିନ ମନଗଢ଼ା କାହାଣୀ ଶୁଣାଉଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ ଅଭିଯୋଗ କରିଛନ୍ତି।

ନବ ଦାସ ବିଜେପି ହତ୍ୟା ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ VHP କ୍ଷୁବ୍ଧ: ସରକାରଙ୍କ ନିକଟରେ କଲା ବଡ଼ ଦାବି

June 21, 2026

ଟ୍ରମ୍ପଙ୍କ ଧମକକୁ ଖାତିର ନାହିଁ!: ରୁଷ ତୈଳ ଉପରେ କଟକଣା ସତ୍ତ୍ୱେ ରେକର୍ଡ ଆମଦାନୀ କଲା ଭାରତ

June 21, 2026

International Day of Yoga:କୋଲକାତାରେ ବହୁ ଅଭ୍ୟାସକାରୀଙ୍କ ଗହଣରେ ଯୋଗ କଲେ ପ୍ରଧାନମନ୍ତ୍ରୀ

June 21, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.