Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚାଷୀଭାଇମାନେ ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗୀଦାର ହୁଅନ୍ତୁ: ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଚାଷୀଭାଇମାନେ ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗୀଦାର ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

February 22, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳାର ଆଜି ଶୁଭାରମ୍ଭ ହୋଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ସମବାୟ ବିଭାଗ ବିଭିନ୍ନ ସ୍ତରରେ ଚାଷୀ ପରିବାରଗୁଡ଼ିକୁ ସେବା ଯୋଗାଇ ଦେଉଛି। ସୁବିଧା ଅସୁବିଧାରେ ସେମାନଙ୍କ ସହିତ ରହିଛି। ଆମ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସମବାୟ ବିଭାଗ ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଚାଷ କ୍ଷେତ୍ରରେ ଋଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟର ଫସଲ ଋଣର ସିଂହଭାଗ ସମବାୟ ବ୍ୟାଙ୍କଗୁଡ଼ିକ ହିଁ ଦେଇଥାନ୍ତି।

ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନାସୁଧରେ ଯୋଗାଇ ଦେଉଛନ୍ତି। ରାଜ୍ୟର ଚାଷୀଭାଇମାନେ ଏହି ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗୀଦାର ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।
ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓୟୁଏଟିର ଡ. ସ୍ୱାମୀନାଥନ୍‌ ହଲ୍‌ରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଓ କୃଷି ଋଣ ସମବାୟ ସମିତିମାନେ ପ୍ରଦାନ କରୁଥିବା ସେବା ବିଷୟରେ ଅବଗତ କରିବା ଓ ଉପଲବ୍ଧ ସେବା ଗ୍ରହଣ କରିବା ପାଇଁ ଆବଶ୍ୟକୀୟ ସଚେତନତା ସୃଷ୍ଟି ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କର୍ମଶାଳା ଓ ଗ୍ରାମାଞ୍ଚଳରେ ଜନସଂପର୍କ ଅଭିଯାନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ କୃଷି ଋଣ ସହଜ ଏବଂ ସୁଲଭରେ ଉପଲବ୍ଧ କରିବା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନାସୁଧରେ ଏବଂ ଏକ ଲକ୍ଷରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ୨ ପ୍ରତିଶତ ସୁଧରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟେକ ଚାଷୀ ପରିବାର ଏହାର ସୁଯୋଗ ନିଅନ୍ତୁ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୁଅନ୍ତୁ। ପ୍ରତ୍ୟେକ ଚାଷୀ ପରିବାରକୁ ସମବାୟ ଆନ୍ଦୋଳନର ପରିସରଭୁକ୍ତ କରିବା ସମବାୟ ଆନ୍ଦୋଳନର ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।

ମନ୍ତ୍ରୀ ଶ୍ରୀ ନାୟକ ପୁଣି କହିଲେ ଯେ କୃଷି ଉତ୍ପାଦନରେ ଆମେ ରେକର୍ଡ କରିଛୁ । ରାଜ୍ୟକୁ ପାଞ୍ଚଥର କୃଷିକର୍ମଣ ପୁରସ୍କାର ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ଯୋଜନା ଓ ‘ବଳରାମ’ ଯୋଜନା ଚାଷ ଓ ଚାଷୀର ଉନ୍ନତି ସାଧନ କରି ବେଶ୍‌ ସଫଳତା ପାଇଛି। ୫-‘ଟି’ର ଉପଯୋଗ କରି ସମବାୟ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ। ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଭଲ କାମ କରୁଛନ୍ତି। ସମବାୟ ବିଭାଗ ସମାଜର ତଳସ୍ତରର ଲୋକଙ୍କ ଆର୍ଥିକ ଉତ୍‌ଥାନ ଦିଗରେ ମିଶନ ମୋଡ୍‌ରେ କାର୍ଯ୍ୟ କରୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ। ଉନ୍ନୟନ କମିଶନର ଓ କୃଷି ଉତ୍ପାଦନ କମିଶନର ପ୍ରଦୀପ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ କୃଷି ଓ ସମବାୟ ରାଜ୍ୟ ବିକାଶର ଏକ ପ୍ରମୁଖ କ୍ଷେତ୍ର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ କୃଷି କ୍ଷେତ୍ରରେ ରାଜ୍ୟକୁ ଅନେକ ସଫଳତା ମିଳିପାରିଛି। ଧାନ ଉତ୍ପାଦନ, ପନିପରିବା ଚାଷ, ମାଛଚାଷ, ଗୋପାଳନ ଆଦି କ୍ଷେତ୍ରରେ ଆମେ ଆଶାନୁରୂପ ସଫଳତା ପାଇପାରିଛୁ। ସମବାୟ ବ୍ୟାଙ୍କଗୁଡ଼ିକର ଅବଦାନ ଯୋଗୁଁ ଏ ସମସ୍ତ ସଫଳତା ମିଳିପାରିଛି। କୃଷି ଋଣର ୭୫ ପ୍ରତିଶତ ସମବାୟ ବ୍ୟାଙ୍କମାନେ ହିଁ ଯୋଗାଉଛନ୍ତି। ଓଡ଼ିଶାକୁ ଅଗ୍ରଣୀ କୃଷିଭିତ୍ତିକ ରାଜ୍ୟ ଭାବେ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେବାରେ ସମବାୟ ବ୍ୟାଙ୍କଗୁଡ଼ିକ ଯନିବାନ ହେବା ଜରୁରୀ। ଅଧିକରୁ ଅଧିକ ଚାଷୀମାନଙ୍କୁ ଋଣ ଦେବା, ସୁଧବିହୀନ ଋଣ ନେବା ପାଇଁ ପ୍ରବର୍ତ୍ତାଇବା ଓ ଋଣ ମାଧ୍ୟମରେ ସେମାନଙ୍କୁ ଆଗକୁ ବଢ଼ାଇବା ସମବାୟ ବ୍ୟାଙ୍କଗୁଡ଼ିକର କର୍ତ୍ତବ୍ୟ ଓ ଦାୟିତ୍ୱ ହେଉ ବୋଲି ଶ୍ରୀ ଜେନା କହିଥିଲେ।

ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚଢ଼ା କହିଲେ ଯେ ଚାଷକୁ ଲାଭଜନକ କରିବା ଆଜି ଜରୁରୀ ହୋଇପଡ଼ିଛି। ଚାଷ ପାଇଁ ବ୍ୟୟକୁ କମାଇବାକୁ ପଡ଼ିବ। ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଋଣର ସୁଯୋଗ ଚାଷୀମାନଙ୍କୁ ନେବାକୁ ପଡ଼ିବ। ସାହୁକାରମାନଙ୍କଠାରୁ ଋଣ ନନେଇ ଚାଷୀମାନେ ସମବାୟ ଋଣ ନେଟ୍‌ୱାର୍କକୁ ଆସିବାକୁ ପଡ଼ିବ। ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମ୍‌କୁ କାର୍ଯ୍ୟକ୍ଷମ କରିବୁ। ପ୍ୟାକ୍ସକୁ ଅଧିକ ବିକଶିତ ଓ ପ୍ରଭାବୀ କରିବା ପାଇଁ ଉନ୍ନତ ପ୍ରଶିକ୍ଷଣର ବ୍ୟବସ୍ଥା ହେବ। ପ୍ୟାକ୍ସର କମ୍ପୁ୍ୟଟରୀକରଣକୁ ଅଧିକ ଜୋରଦାର କରିବୁ ଓ ରାଜ୍ୟରେ ୧୨୦୦ ନୂଆ ପ୍ୟାକ୍ସ ଗଠନ କରାଯିବ ବୋଲି ଶ୍ରୀ ଚଢ଼ା କହିଥିଲେ।

ନାବାର୍ଡ ସାଧାରଣ ପରିଚାଳକ ସତ୍ୟରଞ୍ଜନ ପଣ୍ଡା କହିଲେ ଯେ ରାଜ୍ୟରେ ୧୮୯୮ରେ ସମବାୟ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆଜି ୫୭ ଲକ୍ଷ ଚାଷୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସମବାୟର ଅବଦାନ ଅନବଦ୍ୟ। ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ବଳରେ ସମବାୟ ବ୍ୟାଙ୍କଗୁଡ଼ିକ ଆଜି ବେଶ୍‌ ଉନ୍ନତ ହୋଇପାରିଛନ୍ତି। ନାବାର୍ଡ ବ୍ୟାଙ୍କ ସମବାୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହି ରାଜ୍ୟର ଚାଷୀମାନଙ୍କୁ କୃଷି ଋଣ ଦେବାରେ ମୁଖ୍ୟ ଭୂମିକା ନେଇପାରିଛି ବୋଲି ସେ କହିଥିଲେ। ଓୟୁଏଟିର ସଂପ୍ରସାରଣ ବିଭାଗ ଡିନ୍‌ ଶ୍ରୀ ପ୍ରସନଜିତ୍‌ ମିଶ୍ର କହିଲେ ଯେ ଓୟୁଏଟି ପ୍ରତିଷ୍ଠା ହେବା ପରଠାରୁ କୃଷିର ଉନ୍ନତି ପାଇଁ ପ୍ରୟାସରତ ରହିଛି। ଚାଷୀମାନଙ୍କ ପାଖରେ ଉନ୍ନତ ଜ୍ଞାନକୌଶଳ ପହଞ୍ଚାଇଛି। କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ବିନା ଖର୍ଚ୍ଚରେ ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଜ୍ଞାନକୌଶଳ ଯୋଗାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି। ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଚାଷୀଙ୍କୁ ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଉତ୍ପାଦନ, ବିପଣନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇପାରିଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।

ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ରେଣୁପ୍ରଭା ନାୟକ ସ୍ୱାଗତ ଭାଷଣ ଦେଇଥିଲେ ଓ ସମବାୟ ସମିତି ନିବନ୍ଧକ ଶ୍ରୀ ଉଦ୍ଧବ ମାଝୀ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଆଗାମୀ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଜିଲ୍ଲାସ୍ତରୀୟ ଉତ୍ସବ/କର୍ମଶାଳା ଅନୁଷ୍ଠିତ ହେବ ଓ ମାର୍ଚ୍ଚ ଶେଷ ସୁଦ୍ଧା ଗ୍ରାମପଞ୍ଚାୟତ ସ୍ତରରେ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପ୍ୟାକ୍ସ)ମାନେ ଜନସଂପର୍କ ଅଭିଯାନ ଓ କର୍ମଶାଳାର ଆୟୋଜନ କରିବେ।

ଋଣ କର୍ମଶାଳା ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.