Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ପାଇଁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ପାଇଁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

March 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ଏଲ୍‍କେଏମ୍‍ରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ଲାଗି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ଆସନ୍ତା କିଛି ମାସ ପାଇଁ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି)ର ପାଣିପାଗ ପୂର୍ବାନୁମାନ ଏବଂ ସାଧାରଣ ମୌସୁମୀର ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ରବି ଫସଲ ଉପରେ ପାଣିପାଗର ପ୍ରଭାବ ଏବଂ ପ୍ରମୁଖ ଫସଲର ଆଶା କରାଯାଉଥିବା ଅମଳ ବିଷୟରେ ତାଙ୍କୁ ଅବଗତ କରାଯାଇଥିଲା। ଜଳସେଚନ ପାଇଁ ଜଳ ଯୋଗାଣ, ପଶୁଖାଦ୍ୟ ଏବଂ ପାନୀୟ ଜଳ ଉପରେ ନଜର ରଖିବା ପାଇଁ ଚାଲିଥିବା ପ୍ରୟାସର ସମୀକ୍ଷା କରାଯାଇଥିଲା। ଏହାଛଡା ଆବଶ୍ୟକ ସାମଗ୍ରୀର ଉପଲବ୍ଧତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ରାଜ୍ୟ ତଥା ଡାକ୍ତରଖାନା ଭିତ୍ତିଭୂମି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଗ୍ରୀଷ୍ମ ପ୍ରଦାହ ଜନିତ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ହେବା ଲାଗି ସାରା ଦେଶରେ ଚାଲିଥିବା ବିଭିନ୍ନ ପ୍ରୟାସ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗରିକଙ୍କ ସମେତ ବିଭିନ୍ନ ହିତାଧିକାରୀଙ୍କ ପାଇଁ ପୃଥକ ସଚେତନତା ସାମଗ୍ରୀ ପ୍ରସ୍ତୁତ କରାଯିବା ଉଚିତ; ଡାକ୍ତର; ପୌରପାଳିକା ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ; ବିପର୍ଯ୍ୟୟ ମୁକାବିଲା ଦଳ ଯେପରିକି ଅଗ୍ନିଶମ କର୍ମଚାରୀ ଇତ୍ୟାଦି। ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ପିଲାମାନେ କିଭଳି ମୁକାବିଲା କରିପାରିବେ ସେଥିପାଇଁ ସେମାନଙ୍କୁ ସଚେତନ ଲାଗି ବିଦ୍ୟାଳୟରେ ମଲ୍ଟିମିଡ଼ିଆ ବକ୍ତୃତା ଆୟୋଜନ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତପ୍ତ ପାଣିପାଗ ପାଇଁ ପ୍ରୋଟୋକଲ୍ ଅନୁଯାୟୀ କଣ କରାଯିବା ଉଚିତ୍‍ ଓ କରାନଯିବା ଉଚିତ୍‍ ତାହା ଉପଲବ୍ଧ ଫର୍ମାଟରେ ପ୍ରସ୍ତୁତ କରାଯିବା ଆବଶ୍ୟକ ଏବଂ ଜିଙ୍ଗଲ୍‌, ଚଳଚ୍ଚିତ୍ର, ପାମ୍ପଲେଟ୍ ଇତ୍ୟାଦି ପ୍ରଚାରର ବିଭିନ୍ନ ଧାରା ମଧ୍ୟ ପ୍ରସ୍ତୁତ କରାଯିବା ଉଚିତ।

ପ୍ରଧାନମନ୍ତ୍ରୀ ଆଇଏମଡିକୁ ଦୈନିକ ପାଣିପାଗ ପୂର୍ବାନୁମାନ ଜାରି କରିବାକୁ କହିଥିଲେ ଯାହାକୁ ସହଜରେ ବ୍ୟାଖ୍ୟା ଏବଂ ପ୍ରସାର କରାଯାଇପାରିବ। ଏହା ମଧ୍ୟ ଆଲୋଚନା କରାଯାଇଥିଲା ଯେ ଟିଭି ନ୍ୟୁଜ୍ ଚ୍ୟାନେଲ, ଏଫଏମ ରେଡିଓ ଇତ୍ୟାଦି ଦୈନିକ ପାଣିପାଗର ପୂର୍ବାନୁମାନକୁ ଏପରି ଢଙ୍ଗରେ ବୁଝାଇବା ପାଇଁ ପ୍ରତିଦିନ କିଛି ମିନିଟ୍ ସମୟ ଦେବେ ଯାହା ନାଗରିକମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କ୍ଷେତ୍ରରେ ସହାୟକ ହେବ।

ସମସ୍ତ ଡାକ୍ତରଖାନାର ବିସ୍ତୃତ ଅଗ୍ନି ନିରାପତ୍ତା ଅଡିଟ୍‌ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସମସ୍ତ ଡାକ୍ତରଖାନାରେ ମକ୍ ଫାୟାର ଡ୍ରିଲ କରିବାକୁ କହିଛନ୍ତି। ଜଙ୍ଗଲ ଅଗ୍ନିକାଣ୍ଡର ମୁକାବିଲା ପାଇଁ ଏକ ସମନ୍ୱିତ ପ୍ରୟାସର ଆବଶ୍ୟକତା ମଧ୍ୟ ଦର୍ଶାଯାଇଛି। ଜଙ୍ଗଲ ଅଗ୍ନିକାଣ୍ଡକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ ପ୍ରୟାସକୁ ସମର୍ଥନ କରିବା ଲାଗି ଢାଞ୍ଚାଗତ ପରିବର୍ତ୍ତନ କରାଯିବା ଉପରେ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀ ପଶୁଖାଦ୍ୟ ଏବଂ ଜଳଭଣ୍ଡାରରେ  ଜଳର ଉପଲବ୍ଧତା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିକୂଳ ପାଣିପାଗ ସ୍ଥିତିରେ ଶସ୍ୟର ସର୍ବୋଚ୍ଚ ସଂରକ୍ଷଣ ନିଶ୍ଚିତ କରିବାକୁ ଭାତରୀୟ ଖାଦ୍ୟ ନିଗମକୁ କୁହାଯାଇଛି।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ, କୃଷି ଏବଂ କୃଷକ କଲ୍ୟାଣ ବିଭାଗର ସଚିବ, ଭୂ ବିଜ୍ଞାନ ବିଭାଗ ସଚିବ ଏବଂ ଏନଡିଏମଏର ସଦସ୍ୟ ସଚିବ ଅଂଶଗ୍ରହଣ କରିଥିଲେ।

ଗ୍ରୀଷ୍ମ ଋତୁ ଗ୍ରୀଷ୍ମ ପ୍ରବାହ ନରେନ୍ଦ୍ର ମୋଦୀ ପ୍ରସ୍ତୁତି ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026
Latest News

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.