Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶପଥ ନେବେ ମୁଖ୍ୟମନ୍ତ୍ରଙ୍କ ସହ 11 କ୍ୟାବିନେଟ ଏବଂ 9 ଜଣ ରାଷ୍ଟ୍ରମନ୍ତ୍ରୀ, ଟୁକୁନି ସାହୁଙ୍କୁ କ୍ୟାବିନେଟ, ଅଶୋକ ପଣ୍ଡା ରାଷ୍ଟ୍ରମନ୍ତ୍ରୀ
ବିଶେଷ ଖବର

ଶପଥ ନେବେ ମୁଖ୍ୟମନ୍ତ୍ରଙ୍କ ସହ 11 କ୍ୟାବିନେଟ ଏବଂ 9 ଜଣ ରାଷ୍ଟ୍ରମନ୍ତ୍ରୀ, ଟୁକୁନି ସାହୁଙ୍କୁ କ୍ୟାବିନେଟ, ଅଶୋକ ପଣ୍ଡା ରାଷ୍ଟ୍ରମନ୍ତ୍ରୀ

May 28, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
new ministers of Naveen Patnaik
new ministers of Naveen Patnaik

ସମୀକ୍ଷା ବ୍ୟୁରୋ

ଶେଷରେ ବହୁ ଘଣ୍ଟା ଚକଟା ପରେ ମନ୍ତ୍ରୀ ତାଲିକା ଚୁଡାନ୍ତ ହୋଇଛି। ବିଜେଡି ତରଫରୁ ଏହି ତାଲିକା ରଜଭବନକୁ ପଠାଯିବା ପରେ ତାହା ସ୍ବୀକୃତ ହୋଇଛି। ନବୀନଙ୍କ ମହାସମାରୋହରେ ଏହି ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବା ପରେ 11 ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେବେ। ଏହାପରେ 9 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଏହି ମନ୍ତ୍ରୀ ତାଲିକାରୁ ଜଣାପଡିଛି ଯେ, ଅଶୋକ ଚନ୍ଦ୍ର ପଣ୍ଡା ଏଥର ରାଷ୍ଟ୍ରମନ୍ତ୍ରୀ ହୋଇଥିବା ବେଳେ ନୂଆକରି ମନ୍ତ୍ରୀ ହେବାକୁ ଯାଉଥିବା ଟୁକୁନି ସାହୁଙ୍କୁ ଦିଆଯାଇଛି କ୍ୟାବିନେଟ ପ୍ୟାହା। 11 ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ଟୁକୁନି ସାହୁ ଏବଂ ନବ ଦାସଙ୍କୁ ଛାଡି ଦେଲେ ଅନ୍ୟ 9 ଜଣ ପୂର୍ବରୁ ନବୀନ ମନ୍ତ୍ରୀ ମଣ୍ଡଳରେ ସାମିଲି ଥିଲେ। ସେହିପରି 9 ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରୁ କେବଳ ଅଶୋକ ପଣ୍ଡାଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତେ ନୂଆ। ତେବେ ଯେଉଁମାନେଙ୍କ ତାଲିକା ପ୍ରକାଶ ପାଇଛି ସେମାନେ ହେଲେ

ମୁଖ୍ୟମନ୍ତ୍ରୀ- ନବୀନ ପଟ୍ଟନାୟକ

କ୍ୟାବିନେଟ ମନ୍ତ୍ରୀ

1-ରଣେନ୍ଦ୍ର ପ୍ରତାପ ସ୍ବାଇଁ

2-ବିକ୍ରମ କେଶରୀ ଆରୁଖ

3-ପ୍ରଫୁଲ ମଲ୍ଲିକ

4-ନିରଂଜନ ପୂଜାରୀ

5-ପଦ୍ନନାଭ ବେହେରା

6-ପ୍ରତାପ ଜେନା

7-ଅରୁଣ ସାହୁ

8-ସୁଦାମ ମାରଣ୍ଡି

9-ସୁଶାନ୍ତ ସିଂ

10-ନବ କିଶୋର ଦାସ

11-ଟୁକୁନି ସାହୁ

ରାଷ୍ଟ୍ରମନ୍ତ୍ରୀ

1-ଅଶୋକ ଚନ୍ଦ୍ର ପଣ୍ଡା

2-ସମୀର ରଂଜନ ଦାସ

3-ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

4-ଦିବ୍ୟଶଙ୍କର ମିଶ୍ର

5-ପ୍ରେମାନନ୍ଦ ନାୟକ

6-ରଘୁନନ୍ଦନ ଦାସ

7-ପଦ୍ମନୀ ଦିଆନ୍

8-ତୁଷାରକାନ୍ତି ବେହେରା

9-ଜଗନ୍ନାଥ ସାରକା

ତେବେ ଏଥିରେ ନବୀନ ରଘୁନାନ୍ଦନ ଦାସଙ୍କୁ ପୁରସ୍କାର ଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହି। କାରଣ ସେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଦାମୋଦର ରାଉତଙ୍କୁ ହରାଇଛନ୍ତି। ସେହିପରି କାକଟପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ନବୀନ ପୁରସ୍କୃତ କରିଛନ୍ତି। କାରଣ ସେ କାକପୁଟପୁରର ବିଜେପି ଟିକେଟ ଫେରାଇ, ବିଜେଡିରୁ ଲଢି ଜିତିଛନ୍ତି। ଫଳରେ ଚଳିତ ମନ୍ତ୍ରୀ ମଣ୍ଡଳ ଏକ ନୂଆପୁରୁଣା ଫେଣ୍ଟାଫେଣ୍ଟି ମନ୍ତ୍ରୀମଣ୍ଡଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଜଗତସିଂପୁର ଜିଲ୍ଲାର ଟାଣୁଆ ବିଧାୟକ ଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇ ନାହିଁ। ସେମାନେ ହେଲେ ଶଶିଭୂଷଣ ବେହେରା, ପ୍ରତାପ ଦେବ ଏବଂ ଅତନୁ ସବ୍ୟସାଚୀ ନାୟକ। ବୋଧହୁଏ ପାଟକୁରା ନିର୍ବାଚନ ପାଇଁ ଏମାନଙ୍କୁ ମନ୍ତ୍ରୀ ପଦ ଦିଆଯାଇ ନାହିଁ ବୋଲି ଜଣାପଡିଛି। ସେହିପରି ପୂର୍ବତ୍ତନ ମନ୍ତ୍ରୀ ଭାବେ ବଦ୍ରୀ ପାତ୍ର,ଦେବୀ ମିଶ୍ର, ଅନନ୍ତ ଦାସ, ପ୍ରଫୁଲ ସାମଲ,ପ୍ରଦୀପ ମହାରଥୀ,ପ୍ରଦୀପ ଆମାତ ଏବଂ ସ୍ନେହାଙ୍ଗିନୀ ଛୁରିଆ ଜିତିଥିଲେ ମଧ୍ୟ ମନ୍ତ୍ରୀ ପଦ ମିଳିପାରି ନାହିଁ।

ଓଡିଶାରାଜ୍ୟପାଳ ନବୀନପଟ୍ଟନାୟକ ନୂଆମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026
Latest News

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.