Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାବଧାନ: ପଶ୍ଚିମାଝଡ ପ୍ରଭାବରେ ହେବ ପ୍ରବଳ ବିଜୁଳି ମାଡ, ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ
ବିଶେଷ ଖବର

ସାବଧାନ: ପଶ୍ଚିମାଝଡ ପ୍ରଭାବରେ ହେବ ପ୍ରବଳ ବିଜୁଳି ମାଡ, ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ

March 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rain
ସାବଧାନ: ପଶ୍ଚିମାଝଡ ପ୍ରଭାବରେ ହେବ ପ୍ରବଳ ବିଜୁଳି ମାଡ, ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ

ଭୁବନେଶ୍ବର: ଆଜି ପାଣିପାଗ ବିଭାଗ ତରଫରୁ ପଶ୍ଚିମାଝଡ ନେଇ ଆସିଛି ବଡ ଖବର। ତାହା ହେଲା ଯେ, ବିଜୁଳି-ଘଡଘଡି ଏବଂ ଝଡ ପବନ ସକାଶେ ଚେତାବନୀ ଜାରି ହୋଇଥିବା ଜିଲ୍ଲାଗୁଡିକରେ ଲୋକମାନେ ସାବଧାନ ରହିବେ।

ସେମାନେ ପାଣିପାଗ ଉପରେ ନଜର ରଖିବା ସହ ବିଜୁଳି ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ସହ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି। ସେହିପରି ଚାଷୀ ଭାଇମାନେ ମଧ୍ୟ ଅମଳ ଯୁକ୍ତ ରବି ଫସଲ ର ଅମଳ ପାଇଁ ପ୍ରାଧାନ୍ୟ ଦେବାକୁ ମଧ୍ୟ ସୂଚନା ଜାରି କରାଯାଇଛି।

ପଶ୍ଚିମା-ଝଡ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟଭାଗର ପଶ୍ଚିମା-ନିମ୍ନଚାପ ଏବଂ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପ ପୂର୍ଣ୍ଣ ପୂର୍ବାଳୀ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ଭାବେ ବିପଦଜନକ ବିଜୁଳି-ଘଡଘଡି ସହ ଝଡ ପବନ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗ ତରଫରୁ ଆହୁରି କୁହାଯାଇଛି ଯେ, ୧୬ ତାରିଖରୁ ବିଜୁଳି ଘଡଘଡି ସହ ଝଡ ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ସମ୍ଭାବନା ଯୋଗୁଁ ଚେତାବନୀ ଜାରି କରାଯାଇଛି। ଆଗାମୀ ୧୯ ତାରିଖ ଯାଏଁ ରାଜ୍ୟରେ ପଶ୍ଚିମା-ଝଡ଼ ର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ

୧୫ ଏବଂ ୧୯ ତାରିଖରେ – ବିଜୁଳି ଘଡଘଡି ସହ ବର୍ଷା ହେବ

୧୬ , ୧୭ ଏବଂ ୧୮ ରେ – କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସମ୍ଭାବନା ରହିଛି।

୧୭ ତାରିଖରୁ  ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଛନ୍ନ ରହିବା ସହିତ ଅନେକସ୍ଥାନରେ ବର୍ଷା ମଧ୍ୟ ହୋଇଛି। ସେହିପରି ଭୁବନେଶ୍ବରରେ ଆଜି ସକାଳୁ ଘଡଘଡି ମାରିବା ସହିତ ସ୍ଥାନେ ସ୍ଥାନେ ସମାନ୍ୟ ବର୍ଷା ମଧ୍ୟ ହୋଇଛି। ଏହି ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବିଜୁଳି-ଘଡଘଡି ପ୍ରଭାବ ଦେଖା ଦେଇଛି।

ପଶ୍ଚିମାଝଡ ପାଣିପାଗ ବିଜୁଳି
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.