Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡ୍ରାଇଭର ସଂଘ ଆନ୍ଦୋଳନକୁ ନେଇ ବିଜେପି ତୁଛା ରାଜନୀତି କରୁଛି: ବିଜେଡି
ବିଶେଷ ଖବର

ଡ୍ରାଇଭର ସଂଘ ଆନ୍ଦୋଳନକୁ ନେଇ ବିଜେପି ତୁଛା ରାଜନୀତି କରୁଛି: ବିଜେଡି

March 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦଶ ଦଫା ଦାବି ନେଇ ଗତକାଲିଠାରୁ ଟ୍ରକ୍ ଡ୍ରାଇଭର ସଂଘ ଚଳାଇଥିବା ଆନ୍ଦୋଳନକୁ ବିଜେପିର ସମର୍ଥନ ଏକ ନାଟକବାଜି ବ୍ୟତୀତ ଅନ୍ୟ କିଛି ନୁହେଁ। ବିଜେପି ଏହାକୁ ନେଇ ତୁଛା ରାଜନୀତି କରିବା ନିନ୍ଦନୀୟ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି।

ଆଜି ଏକ ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି ଯେ, ଦେଶର କୌଣସି ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର ସଂଘର ଦାବି ମୁତାବକ କେଉଁ କେଉଁ ସୁବିଧା ପ୍ରଦାନ କରାଯାଉଛି, ବିଜେପି ନେତାମାନେ ତାହା ସ୍ପଷ୍ଟ କରନ୍ତୁ। ଡ୍ରାଇଭର ସଂଘ ଆନ୍ଦୋଳନକୁ ସମର୍ଥନ କରିବାକୁ ଯିବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏହିସବୁ ସୁବିଧାସୁଯୋଗର ଏକ କପି ସାଂଗରେ ନେଇଯାଇ ସେମାନଙ୍କୁ ଦେଖାଇଥିଲେ ଭଲ ହୋଇଥାନ୍ତା।

ସେ ଆହୁରି କହିଛନ୍ତି ଯେ, ଏବେ ଯେତେବେଳେ ରାଜ୍ୟରେ ବିଭିନ୍ନ ସ୍କୁଲ, କଲେଜରେ ପରୀକ୍ଷା ଚାଲିଛି, ଠିକ୍ ସେତିକିବେଳେ ଡ୍ରାଇଭର ସଂଘ ଗାଡ଼ିମଟର ବନ୍ଦ କରି ଆନ୍ଦୋଳନ କରିବା ଫଳରେ ଛାତ୍ରଛାତ୍ରୀଙ୍କଠୁ ନେଇ ଅଭିଭାବକମାନେ ହଇରାଣ ହେଉଛନ୍ତି। ଏକ ଦାୟିତ୍ୱବାନ ରାଜନୈତିକ ଦଳ ଭାବେ ବିଜେପି ଏହି ସମୟରେ ଡ୍ରାଇଭରମାନଙ୍କୁ ଆନ୍ଦୋଳନରୁ ବିରତ ରହିବା ପାଇଁ ଆହ୍ୱାନ କରିବା କଥା। ଏହାକୁ ନେଇ ରାଜନୀତି କରିବା ସେମାନଙ୍କୁ ଶୋଭା ପାଉ ନାହିଁ।

ରାଜ୍ୟ ସରକାର ଡ୍ରାଇଭର ଓ ମୋଟର କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ଲାଗି ବିଚାର ଆଲୋଚନା କରୁଛନ୍ତି। ଅଥଚ ବିଜେପି ସେମାନଙ୍କୁ ମିଛ ସମର୍ଥନ ଓ ସମବେଦନା ଜଣାଇ ରାଜନୀତି କରିବାକୁ ଚେଷ୍ଟା କରୁଛି। ତେଣୁ ଡ୍ରାଇଭର ଭାଇମାନଙ୍କୁ ଆମର ଅନୁରୋଧ, ସେମାନଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ଓଡ଼ିଶାରେ ଡ୍ରାଇଭର ଓ ମୋଟର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ, ତାହା କେବଳ ରାଜ୍ୟ ସରକାର ହିଁ କରିବେ।

ବିଜେପି ଏଠାରେ ଆନ୍ଦୋଳନୀକାରୀ ମୋଟର କର୍ମଚାରୀଙ୍କୁ ସମର୍ଥନ ଜଣାଇବା ପୂର୍ବରୁ ପ୍ରଥମେ ନିଜଶାସିତ ରାଜ୍ୟମାନଙ୍କରେ ଏହା କରି ଦେଖାଉ। ମୋଟର କର୍ମଚାରୀଙ୍କୁ ଭୁଆଁ ବୁଲାଇ ଓଡ଼ିଶା ବିଜେପି ଡ୍ରାଇଭର ସଂଘ ଆନ୍ଦୋଳନରୁ ରାଜନୈତିକ ଫାଇଦା ହାସଲ କରିବା ଚେଷ୍ଟାରୁ ବିରତ ରହୁ ବୋଲି ଡ. ମହାନ୍ତି କହିଛନ୍ତି।

ଡ.ଲେନିନ ମହାନ୍ତି ଡ୍ରାଇଭର ସଂଘ ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 1, 2026

ତୈଳ ସଙ୍କଟ ବଢାଇବା କି ଇସ୍ରାଏଲ-ଇରାନ ଯୁଦ୍ଧ, ଜାଣନ୍ତୁ କ’ଣ ରହିଛି ଭାରତର ଯୋଜନା?

March 1, 2026

ଇସ୍ରାଏଲ-ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ: ନିଶ୍ଚିତ କଲା ଗଣମାଧ୍ୟମ

March 1, 2026

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ 

March 1, 2026
Latest News

ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 1, 2026

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦହିବରା ଆଳୁଦମ ଦିବସ ପାଳିତ

March 1, 2026

ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ ଜିଲ୍ଲା: ଡିଜିପି

March 1, 2026

ପାକିସ୍ତାନ ସୀମାରୁ ୫ କୋଟିର ହେରୋଇନ୍ ଜବତ

March 1, 2026

ପାକିସ୍ତାନ ପରେ ଇରାନରେ ବିଫଳ ହେଲା ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ: କ୍ଷତିଗ୍ରସ୍ତ ହେଲା ଅନେକ ସହର

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.