Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଣ ପାଇଁ ଚିଠି ଲେଖିଲେ ମନ୍ତ୍ରୀ ସମୀର ରଂଜନ ଦାସ
ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଣ ପାଇଁ ଚିଠି ଲେଖିଲେ ମନ୍ତ୍ରୀ ସମୀର ରଂଜନ ଦାସ

March 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
EduMini
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଣ ପାଇଁ ଚିଠି ଲେଖିଲେ ମନ୍ତ୍ରୀ ସମୀର ରଂଜନ ଦାସ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ବିଜେଡି ବନାମ ବିଜେପି ମଧ୍ୟରେ ଚାଲିଛି ଗରମାଗରମ ଲଢେଇ। ବିଭିନ୍ନ ପ୍ରସଂଗରେ ଉଭୟ ପରସ୍ପର ମଧ୍ୟରେ କାଦୁଅ ପିଙ୍ଗାଫିଙ୍ଗି ହେବାରେ ଲାଗିଛନ୍ତି। ଏପରି କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଚିଠି ଲେଖିଛନ୍ତି ଓଡିଶା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ତେବେ ଏହା କୌଣସି ରାଜନୈତିକ ଚିଠି ଯୁଦ୍ଧ ନୁହେଁ, ବରଂ ଶିକ୍ଷା ବିଭାଗ ନେଇ ଏହି ଚିଠି ଲେଖାଯାଇଛି।

ସମୀର ରଂଜନ ଧର୍ମେନ୍ଦ୍ରଙ୍କୁ ଅବଗତ କରାଇଛନ୍ତି ଯେ, ଯଥା ଶିଘ୍ର ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଅର୍ଥର ବକେୟା ପଇଠ କର। ବହୁ ମାସ ଧରି ଏହି ପଇସା ବାକି ପଡି ରହିଛି। ଫଳରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବାରେ ଅସୁବିଧା ହେଉଛି। ସମୀର ରଂଜନ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ଅନେକ ସ୍କୁଲ ଶିକ୍ଷକମାନେ ନିଜ ଦରମା ପଇସାରୁ ଖର୍ଚ୍ଚ କରି ମଧ୍ୟାହ୍ନ ଭୋଜନ ଦେଉଛନ୍ତି।

ଏହି ଚିଠିରେ ସମୀର ରଂଜନ କହିଛନ୍ତି ଯେ, ରାଜ୍ୟରେ ଯେଉଁ ମଧ୍ୟାହ୍ନ ଭୋଜନ ଯୋଜନା ଲାଗୁ ହୋଇଛି ଏହା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ କାଯ୍ୟକ୍ରମର ଅନ୍ତର୍ଗତ। ଏଥିରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ଭରଣା କରୁଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଯେଉଁ ଭାଗ ତାହା ପଇଠ କରିବାରେ ବିଳମ୍ବ ହେଉଛି। ଯାହାଦ୍ବାରା ଏହି ଯୋଜନାକୁ କାଯ୍ୟକାରୀ କରିବାରେ ସମସ୍ୟା ହେଉଛି ବୋଲି ସମୀର ଲେଖିଛନ୍ତି।

ଏ ନେଇ ଏକ ହିସାବ ମଧ୍ୟ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଚିଠିରେ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଏହି ଯୋଜନାରେ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ୧୦୪୯ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା ହୋଇଛି। ସେହି ଅନୁସାରେ କେନ୍ଦ୍ର ସରକାରଙ୍କ ଭାଗ ୫୯୬ କୋଟି ଟଙ୍କା ଥିବା ବେଳେ ରାଜ୍ୟ ସରକାରଙ୍କ ଭାଗ ରହିଛି ୪୫୩ କୋଟି ଟଙ୍କା। ହେଲେ କେନ୍ଦ୍ର ସରକାର ପ୍ରଥମ କିସ୍ତିରେ କେବଳ ୨୮୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ବର୍ତ୍ତମାନ ଦୀର୍ଘମାସ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ଶିକ୍ଷା ବଳକା ଅର୍ଥ ପ୍ରଦାନ କରୁ ନାହାଁନ୍ତି। ଫଳରେ ଏହି ଯୋଜନା କାଯ୍ୟକାରୀ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଲେଖିଛନ୍ତି। ତେବେ ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କିମ୍ବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସରୁ କୌଣସି ସୂଚନା ଦିଆଯାଇ ନାହିଁ।

ଧର୍ମେନ୍ଦ୍ର ପ୍ରଧାନ ମଧ୍ୟାହ୍ନ ଭୋଜନ ମନ୍ତ୍ରୀ ସମୀର ରଂଜନ ଦାସ ଶିକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026
Latest News

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.